Advertisment

ମନ ମତାଣିଆ ଗୀତର ଯାଦୁକର ‘ନିଜାମ’ ଆଉ ନାହାନ୍ତି

ଭୁବନେଶ୍ୱର: ଓଡିଆ ସିନେମା ଜଗତରେ  ସେ ରଚିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଶବ୍ଦ ଓ ଗୀତକୁ ନେଇ ସେ ସୃଷ୍ଟି କରିଛନ୍ତି ସୁର ଝଙ୍କାର। ଅଳ୍ପ ଭିତରେ ଅଧିକ ପ୍ରକାଶ କରିବାର କଳା କୌଶଳରେ ସେ ଯେମିତି ମାହିର । ଗୀତ ଆଉ ଶବ୍ଦରେ ଚିତ୍ରପ୍ରେମୀକୁ ବାନ୍ଧି ରଖିପାରୁଥିବା ଗୀତିକାର ତଥା ସଂଳାପ ଲେଖକ ନିଜାମ୍ ଆମ ଗହଣରେ ନାହାନ୍ତି। ମନ ମତାଣିଆ ଗୀତର ଯାଦୁକରୀ ମଣିଷଟିଏ।  ଓଡିଆ ସିନେମାର ଅନେକ ଏଭରଗ୍ରୀନ ଗୀତରେ ତାଙ୍କର ପରିଚିତ। […]

author-image
Rakesh Mallick
ମନ ମତାଣିଆ ଗୀତର ଯାଦୁକର ‘ନିଜାମ’ ଆଉ ନାହାନ୍ତି

nijam

ଭୁବନେଶ୍ୱର: ଓଡିଆ ସିନେମା ଜଗତରେ  ସେ ରଚିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଶବ୍ଦ ଓ ଗୀତକୁ ନେଇ ସେ ସୃଷ୍ଟି କରିଛନ୍ତି ସୁର ଝଙ୍କାର। ଅଳ୍ପ ଭିତରେ ଅଧିକ ପ୍ରକାଶ କରିବାର କଳା କୌଶଳରେ ସେ ଯେମିତି ମାହିର । ଗୀତ ଆଉ ଶବ୍ଦରେ ଚିତ୍ରପ୍ରେମୀକୁ ବାନ୍ଧି ରଖିପାରୁଥିବା ଗୀତିକାର ତଥା ସଂଳାପ ଲେଖକ ନିଜାମ୍ ଆମ ଗହଣରେ ନାହାନ୍ତି।

Advertisment

ମନ ମତାଣିଆ ଗୀତର ଯାଦୁକରୀ ମଣିଷଟିଏ।  ଓଡିଆ ସିନେମାର ଅନେକ ଏଭରଗ୍ରୀନ ଗୀତରେ ତାଙ୍କର ପରିଚିତ। ତାଙ୍କର ସୁରିଲା ଧୁନ୍ ‌ଆଜି ବି ବିମୋହିତ କରେ ସଙ୍ଗୀତ ପ୍ରେମୀଙ୍କୁ।ଅଲ୍ ଇଣ୍ଡିଆ ରେଡିଓ ଓ ଆଲବମ୍ ଏବଂ ଓଡିଆ ଚଳଚିତ୍ରରେ ନିଜାମଙ୍କର ରହିଛି ସ୍ୱାତନ୍ତ୍ର୍ୟ। ଏହା ଛଡା ୨୦ରୁ ଅଧିକ ଓଡିଆ ସିନେମାର ସଂଳାପ ଲେଖିଛନ୍ତି ଏହି ଗୀତିକାର ଜଣଙ୍କ। ଚଳଚ୍ଚିତ୍ର ରଜନୀ ଗନ୍ଧା, ଲକ୍ଷ୍ମୀପ୍ରତିମା ଏବଂ ଜୀବନ ସାଥୀ ପା‌ଇଁ  ଶ୍ରେଷ୍ଠ ଗୀତିକାର ଭାବେ ତାଙ୍କୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ତା’ଛଡା ଟେଲିଭିଜନ ଚାନେଲ ତରଙ୍ଗ ପକ୍ଷରୁ ଲାଇଫ ଟାଇମ ଆଚିଭିମେଣ୍ଟ ‌ଆୱାର୍ଡ ଲାଭ କରିଛନ୍ତି ନିଜାମ୍। ଆକାଶ ବାଣୀ କଟକରୁ ଗୀତିକାର ଜୀବନ ଆରମ୍ଭ କରିଥିବା ନିଜାମ୍ ୧୯୭୭ ମସିହାରେ ପାଦ ଦିଅନ୍ତି ଓଡିଆ ସିନେମାରେ। ପରେ ୧୯୭୯ର ସିନେମା ସମର୍ ସଲିମ ସାଇମନର ଏଭରଗ୍ରୀନ ସଙ୍ଗ୍ ସଙ୍ଗୀତ  ପ୍ରେମୀଙ୍କ ହୃଦୟରେ ରାଜ କରେ। ତାପରେ ଏହି ଗୀତିକାର ଆଉ ଫଛକୁ ଫେରି ନାହାନ୍ତି।୧୯୮୬ରେ ବଟକୃଷ୍ଣ ନାୟକ ପ୍ରଯୋଜିତ ଏବଂ ରବି କିନ୍ନାଗି ନିର୍ଦ୍ଦେଶିତ ‘ମାନିନୀ’ରେ ଚାଲେ ନିଜାମଙ୍କ ଯାଦୁ।ରଜନୀଗନ୍ଧାର ଏହି ଟାଇଟେଲ୍ ସଙ୍ଗଟି ମନେ ପକାଇ ଦିଏ ନିଜାମଙ୍କ ବ୍ରାଣ୍ଡ ଇମେଜକୁ।୧୯୮୫ର ସିନେମା ‘ସୁନା ପଞ୍ଜୁରୀ’ର ଟାଇଟେଲ ସଙ୍ଗଟି ଧୁମ୍ ମଚାଇଥିଲା ଓଡିଆ ସିନେମାରେ।  ଦୀର୍ଘ ୩୬ ବର୍ଷର ଅନୁଭୂତି ମଧ୍ୟରେ ନିଜାମ ଉଭୟ ପୁରୁଣା ଏବଂ ନୂଆ ପୀଢ଼ିର ସଙ୍ଗୀତ ପ୍ରେମୀଙ୍କୁ ଖୁସି କରାଇ ପାରିଛନ୍ତି। ‘ତୁ ଥା ମୁଁ ଯାଉଛି ଋଷି’ ବାଳୁଙ୍ଗା ଟୋକା, ରଙ୍ଗିଲା ଟୋକା, ମାଟ୍ରିକ ଫେଲ, ଲଭ୍ ମାଷ୍ଟର, କେହି ଜଣେ ଭଲ ଲାଗରେ ଅନେକ ହିଟ ଫିଲ୍ମ ଗୀତ ଲେଖିଛନ୍ତି ଏହି ଭେଟାରାନ୍ ଲିରିସିଷ୍ଟ।