ମୁମ୍ବାଇ: ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍-୯ ଫେମ୍ ତଥା ଅଭିନେତ୍ରୀ ମନ୍ଦନା କରିମ । ପ୍ରଯୋଜକ ମହେନ୍ଦ୍ର ଧରିୱାଲ ଶୁଟିଂ ସେଟ୍ ରେ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ଫିଲ୍ମ ‘କୋକା କୋଲା’ର ଶୁଟିଂ ସମୟରେ ମନ୍ଦନା ନିଜ ଭ୍ୟାନିଟି ଭ୍ୟାନରେ ଡ୍ରେସ ବଦଳାଇବାକୁ ଯାଇଥିଲେ । ଏହି ସମୟରେ ଫିଲ୍ମ ପ୍ରଯୋଜକ ତାଙ୍କ ଭ୍ୟାନ ଭିତରକୁ ଆସି ତାଙ୍କ ସହ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଦୀପାବଳି ପୂର୍ବଦିନ ଏହି ଘଟଣା ଘଟିଥିବା ସେ କହିଛନ୍ତି।
ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ମହେନ୍ଦ୍ର । ସେ କହିଛନ୍ତି, ଦୀପାବଳି ପୂର୍ବଦିନ ତଥା ୧୩ ତାରିଖ ଦିନ ରାତିରେ ଫିଲ୍ମ ଶୁଟିଂ ଚାଲିଥିଲା। କିନ୍ତୁ ମନ୍ଦନା ତାଙ୍କ ସିଫ୍ଟ ପୂରଣ ହେବାର ଏକ ଘଂଟା ପୂର୍ବରୁ ନିଜ ଭ୍ୟାନିଟି ଭିତରକୁ ଚାଲିଯାଇଥିଲେ । ଏହାପରେ ସେ ମନ୍ଦନାଙ୍କୁ ଶୁଟିଂ ଶେଷ କରିବାକୁ ଆଉ ୧୫ ମିନିଟ୍ ସମୟ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ(ମନ୍ଦନା) ରାଜି ହୋଇ ନଥିଲେ । ଫଳରେ ରାଗି ଯାଇ ତାଙ୍କ ଉପରେ ଚିଲ୍ଲେଇ ଦେଇଥିଲି ବୋଲି ମହେନ୍ଦ୍ର କହିଛନ୍ତି ।
ସୂଚନାଯୋଗ୍ୟ, ମନ୍ଦନା କରିମ ‘ଭାଗ ଜନି’ ଏବଂ ‘ମେଁ ଔର ଚାର୍ଲସ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି । ଆଗକୁ ତାଙ୍କର ‘କୋକା କୋଲା’ ଫିଲ୍ମ ଆସୁଛି । ଏଥିରେ ମନ୍ଦନାଙ୍କ ସହ ସନ୍ନି ଲିଓନି ମଧ୍ୟ ପ୍ରମୁଖରେ ଭୂମିକାରେ ନଜର ଆସିବେ ।