Advertisment

ମନେ ପଡ଼ନ୍ତି ‘ହର’

ଭୁବନେଶ୍ୱର: ହର ପଟ୍ଟନାୟକ । ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ଆଜି  ହର ପଟ୍ଟନାୟକଙ୍କ ଜନ୍ମ ଦିନ। ୧୨  ଅକ୍ଟୋବର ୧୯୫୮ରେ କଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଏକାଧାରାରେ ଜଣେ  ସଫଳ ନିର୍ଦ୍ଦେଶକ ଓ ଭର୍ସାଟାଇଲ୍ ଅଭିନେତା। ସେ ଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଟ୍ରେଣ୍ଡ ସେଟର୍। ଦମଦାର ଡାଇଲଗ୍ ଆଉ ଜମାଣିଆ ଅଭିନୟ ଥିଲା ହର ପଟ୍ଟାନାୟକଙ୍କ ୟୁଏସଏପି। ସବୁ କ୍ୟାରେଟରକୁ ସେ ଜୀବନ୍ତ କରିପାରୁଥିଲେ ସ୍କ୍ରିନରେ।। ଓଲଉଡରେ ନୂଆ ଯୁଗ […]

ଅଦ୍ୟତନ ହୋଇଛି
ମନେ ପଡ଼ନ୍ତି ‘ହର’

hara

Advertisment

ଭୁବନେଶ୍ୱର: ହର ପଟ୍ଟନାୟକ । ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ଆଜି  ହର ପଟ୍ଟନାୟକଙ୍କ ଜନ୍ମ ଦିନ। ୧୨  ଅକ୍ଟୋବର ୧୯୫୮ରେ କଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଏକାଧାରାରେ ଜଣେ  ସଫଳ ନିର୍ଦ୍ଦେଶକ ଓ ଭର୍ସାଟାଇଲ୍ ଅଭିନେତା। ସେ ଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଟ୍ରେଣ୍ଡ ସେଟର୍। ଦମଦାର ଡାଇଲଗ୍ ଆଉ ଜମାଣିଆ ଅଭିନୟ ଥିଲା ହର ପଟ୍ଟାନାୟକଙ୍କ ୟୁଏସଏପି। ସବୁ କ୍ୟାରେଟରକୁ ସେ ଜୀବନ୍ତ କରିପାରୁଥିଲେ ସ୍କ୍ରିନରେ।। ଓଲଉଡରେ ନୂଆ ଯୁଗ ଆରମ୍ଭ କରିଥିଲେ ସେ। ଓଲିଉଡ୍ ଇଣ୍ଡଷ୍ଟ୍ରିର  ମାନ୍ଦା ଅବସ୍ଥା ଥିବାବେଳ ଏହି ନିର୍ଦ୍ଦେଶକଙ୍କ ଜଣଙ୍କ କ୍ରିଏଟ କଲେ  ନୂଆ ଫିଲ୍ମ। ଅନେକ ମନଲୋଭା ଫିଲ୍ମରେ ସେ ଦେଇଥିଲେ ନିର୍ଦ୍ଦେଶନା।

Advertisment

ହର ପଟ୍ଟନାୟକ ଓଲିଉଡ୍ ଇଣ୍ଡଷ୍ଟ୍ରିର ଅନେକ ନାମକରା ହିରୋଙ୍କୁ ତିଆରି କରିଛନ୍ତି। ଓଲିଉଡର ନଂ ୱାନ ହିରୋ ଅନୁଭବଙ୍କୁ ସେ ସୁଯୋଗ ଦେଇଥିଲେ ଫିଲ୍ମ ‘ଆଇ ଲଭୟୁ’ରେ, ବାବୁସାନଙ୍କୁ ‘ରୋମିଓ ଦ ଲଭର ବୟ’ ଏବଂ ସବ୍ୟସାଚୀଙ୍କୁ ‘ପାଗଳପ୍ରେମୀରେ’।।

ସେ ଅନେକ ମନଲୋଭା ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ଶେଷ ସିନେମା ଥିଲା ‘ଓଁମ୍ ସାଇ ରାମ’। ‘ସହରି ବାଘରୁ’ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ ସଫର। ଏହାପରେ ସେ ଆଗକୁ ମାଡ଼ି ଚାଲିଥିଲେ। ଯୋର ଯାର ମୁଲକ ତାର, ଚକା ଆଖି ସବୁ ଦେଖୁଛି ଯାହାକୁ ରଖିବେ ଅନନ୍ତ,ଦଇବ ଦଉଡି,କପାଳ ଲିଖନ,ଆସୁଛି ମୋ କାଳିଆ ସୁନା ଭଳି ଅନେକ ହିଟ ଫିଲ୍ମରେ ସେ ଅଭିନୟ କରିଛନ୍ତି।

Advertisment

କେବଳ ଯେ ଅଭିନୟ କରିଛନ୍ତି ତାହା ନୁହେଁ, ଅନେକ ହିଟ ସିନେମା ନିର୍ମାଣ କରିଛନ୍ତି। ତାଙ୍କର ଶେଷ ନିର୍ଦ୍ଦେଶିତ ସିନେମା ଥିଲା ‘ଓମ୍ ସାଇ ରାମ୍’। ଛୋଟ ପରଦା ଏବଂ ଯାତ୍ରା ଜଗତ ପାଇଁ ମଧ୍ୟ ସେ କରିଥିଲେ କାମ।

୨୦୦୮ରେ ହର ପଟ୍ଟନାୟକ ବ୍ଲଡ୍ କ୍ୟାନସରେ ପୀଡିତ  ଥିବା ଜଣାପଡ଼ିଥିଲା। ସେ ଭେଲୋରରେ ଏକ ହସ୍ପିଟାଲରେ ଚିକିତ୍ସା ହୋଇ ଫେରିବା ପରେ ପୁଣି ୨୦୧୨ରେ ଓଲିଉଡକୁ ଫେରିଥିଲେ। ସୁସ୍ଥ ହୋଇ ଫେରିଲା ପରେ ସେ ‘ଓଁ ସାଇ ରାମ’ ଫିଲ୍ମରେ ଅଭିନୟ କରିଥିଲେ।

ଦୀର୍ଘ ଦୁଇ ଦଶନ୍ଧି ଧରି ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଓଡିଆ ଦର୍ଶକଙ୍କୁ ନିଜର ଦକ୍ଷତା ବଳରେ ବାନ୍ଧି ରଖିପାରି ଥିଲେ। ଏହି ମହାନ ଅବଦାନ ପାଇଁ ଓଡିଆ ସିନେ ଜଗତ ତାଙ୍କ ନିକଟରେ ଚିର ଦିନ ପାଇଁ ଋଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe