Advertisment

ଚାଲିଗଲେ ଅଭିନେତା-ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନ

ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ।

Mangal Dhillon

Mangal Dhillon

Advertisment

ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ହେବାରୁ କିଛି ଦିନ ପୂର୍ବରୁ ତାଙ୍କୁ ଲୁଧିଆନାର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଜୁନ୍ ୧୮ରେ ମଙ୍ଗଲଙ୍କର ଜନ୍ମଦିନ ପଡ଼ୁଥିବା ବେଳେ ଠିକ୍‌ ତା’ର ସପ୍ତାହେ ପୂର୍ବରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ମଙ୍ଗଲ ଢିଲ୍ଲୋନ ପଞ୍ଜାବର ଫରିଦକୋଟ ଜିଲ୍ଲାରେ ଏକ ଶିଖ ପରିବାରରେ ଜନ୍ମ ହୋଇଥିଲେ। ସ୍ନାତକ ଡିଗ୍ରୀ ହାସଲ ପରେ ସେ ଦିଲ୍ଲୀ ଯାଇ ଥିଏଟରରେ କାମ କରିଥିଲେ। ପରେ ୧୯୭୯ରେ ସେ ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ଥିଏଟର ବିଭାଗରେ ନାମ ଲେଖାଇ ଥିଲେ। ୧୯୮୦ରେ ସେ ସେଠାରୁ ଅଭିନୟରେ ପିଜି ଡିପ୍ଲୋମା ସାର୍ଟିଫିକେଟ୍ ହାସଲ କରିଥିଲେ।

ମନୋରଞ୍ଜନ ଶିଳ୍ପରେ ମଙ୍ଗଲଙ୍କ ପ୍ରଥମ ପ୍ରବେଶ ଘଟିଥିଲା ୧୯୮୬ ମସିହାରେ ଟେଲିଭିଜନ ଧାରାବାହିକ ‘କଥା ସାଗର’ ମାଧ୍ୟମରେ। ସେହି ବର୍ଷ ସେ ‘ବୁନିୟାଦ’ ଭଳି ବହୁ ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ମଧ୍ୟ କାମ କରିଥିଲେ। ସେ ଜୁନୁନ, କିସ୍‌ମତ୍‌, ଦ ଗ୍ରେଟ ମରାଠା, ଘୁଟନ, ସାହିଲ, ମୌଲାନା ଆଜାଦ, ମୁଜରିମ ହାଜିର, ରିସ୍ତା, ଯୁଗ ଓ ନୂରଜାହାଁ ଭଳି ଅନେକ ଟେଲିଭିଜିନ ଧାରାବାହିକରେ ଅଭିନୟ କରିଥିଲେ।

Advertisment

ମଙ୍ଗଲ ଢିଲ୍ଲୋନ ଅନେକ ପଞ୍ଜାବୀ ଓ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ। ଖୁନ୍ ଭରି ମାଙ୍ଗ, ଜଖମୀ ଔରତ, ଦୟାବାନ, କାହାଁ ହେ କାନୁନ, ଆପନା ଦେଶ ପରାୟେ ଲୋଗ, ପ୍ୟାର କା ଦେବତା, ନାକବନ୍ଦୀ, ଅମ୍ବା, ଜାନଶୀନ, ଟ୍ରେନ୍‌ ଟୁ ପାକିସ୍ତାନ ଓ ଦଲାଲ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଶେଷଥର ପାଇଁ ସେ ୨୦୧୭ରେ ରିଲିଜ ହୋଇଥିବା ପଞ୍ଜାବୀ ଫିଲ୍ମ ‘ତୁଫାନ ସିଂହ’ରେ ଅଭିନୟ କରିଥିଲେ।

Mangal Dhillon Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe