ମୁମ୍ବାଇ: ଜୁନ୍ ୧୪ତାରିଖ ଦିନ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ। ଡ୍ରିପେସନ୍ ପାଇଁ ସୁଶାନ୍ତ ଏମିତି ପଦକ୍ଷେପ ନେଇଛନ୍ତି ବୋଲି ସନ୍ଦେହ କରାଗଲା। ସୁଶାନ୍ତଙ୍କ ନିଧନ ପରେ ଏବେ ବଲିଉଡ୍ କଳାକାର ମାନେ ସେମାନଙ୍କ ଡିପ୍ରେସନ୍ କାହାଣୀ କହୁଛନ୍ତି। ନିକଟରେ ମନୋଜ ବାଜପେୟୀ ତାଙ୍କ ସଂଘର୍ଷ ଦିନର କାହାଣୀ କହିଛନ୍ତି। ମନୋଜଙ୍କ କହିବା ଅନୁଯାୟୀ, ଦିନ ଥିଲା ସେ ଆତ୍ମହତ୍ୟାର ବହୁତ ପାଖରେ ଥିଲେ। ସେ ସମୟରେ ତାଙ୍କୁ ବଡାପାଓ ମଧ୍ୟ ଦାମୀ ଲାଗୁଥିଲା। ସେ ରହୁଥିବା ଛୋଟ ଘରର ଭଡା ଦବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ଏବଂ ସେ ଅଡିସନ୍ ଦେବାକୁ ଯିବା ବେଳେ ତାଙ୍କ ଫଟୋକୁ ଜଣେ ସହ ନିର୍ଦ୍ଦେଶକ ଫାଡିଦେଇଥିଲେ।
ମନୋଜ ଆହୁରି କହିଛନ୍ତି, ମୁଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲି ବୋଲି ମୋ ସାଙ୍ଗମାନେ ସେ କଥା ଜାଣିଦେଲେ। ତେଣୁ ସେମାନେ ମତେ କେବେ ଏକା ଛାଡୁନଥିଲେ। ମୋ ପାଖରେ ଶୋଉଥିଲେ। ଏମିତି କିଛି ଦିନ ରହିବା ପରେ ଦିନେ ମତେ ‘ବଣ୍ଡିତ କୁଇନ୍’ ଫିଲ୍ମର ଅଫର୍ ଆସିଲା। ଏହା ପୂର୍ବରୁ ଅଡିସନ୍ ସମୟରେ ଜଣେ ନିର୍ଦ୍ଦେଶକ ମୋ ଫଟୋ ଫାଡିଦେଇଥିଲେ। ଗୋଟେ ଦିନରେ ମୁଁ ୩ଟି ପ୍ରୋଜେକ୍ଟ ହରେଇଛି।
ମନୋଜ ଆହୁରି କହିଛନ୍ତି, ମୁଁ ଶଟ୍ ଦେବା ପରେ ମତେ ଶୁଟିଂ ସେଟରୁ ବିଦା କରିଦିଆଯାଇଥିଲା। ମୋ ଚେହେରା ଆଇଡଲ୍ ନଥିଲା ବୋଲି କୁହାଯାଉଥିଲା। କିଛି ଲୋକଙ୍କୁ ଲାଗୁଥିଲା ମୁଁ ବଡ ପରଦାରେ କେବେ ଆସିପାରିବିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।