Advertisment

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ମୁମ୍ବାଇ: ଜୁନ୍‌ ୧୪ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ। ଡ୍ରିପେସନ୍‌ ପାଇଁ ସୁଶାନ୍ତ ଏମିତି ପଦକ୍ଷେପ ନେଇଛନ୍ତି ବୋଲି ସନ୍ଦେହ କରାଗଲା। ସୁଶାନ୍ତଙ୍କ ନିଧନ ପରେ ଏବେ ବଲିଉଡ୍ କଳାକାର ମାନେ ସେମାନଙ୍କ ଡିପ୍ରେସନ୍‌ କାହାଣୀ କହୁଛନ୍ତି। ନିକଟରେ ମନୋଜ ବାଜପେୟୀ ତାଙ୍କ ସଂଘର୍ଷ ଦିନର କାହାଣୀ କହିଛନ୍ତି। ମନୋଜଙ୍କ କହିବା ଅନୁଯାୟୀ, ଦିନ ଥିଲା ସେ ଆତ୍ମହତ୍ୟାର ବହୁତ ପାଖରେ ଥିଲେ। ସେ ସମୟରେ ତାଙ୍କୁ ବଡାପାଓ ମଧ୍ୟ ଦାମୀ […]

ଅଦ୍ୟତନ ହୋଇଛି
‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

manoj-bajj

Advertisment

ମୁମ୍ବାଇ: ଜୁନ୍‌ ୧୪ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ। ଡ୍ରିପେସନ୍‌ ପାଇଁ ସୁଶାନ୍ତ ଏମିତି ପଦକ୍ଷେପ ନେଇଛନ୍ତି ବୋଲି ସନ୍ଦେହ କରାଗଲା। ସୁଶାନ୍ତଙ୍କ ନିଧନ ପରେ ଏବେ ବଲିଉଡ୍ କଳାକାର ମାନେ ସେମାନଙ୍କ ଡିପ୍ରେସନ୍‌ କାହାଣୀ କହୁଛନ୍ତି। ନିକଟରେ ମନୋଜ ବାଜପେୟୀ ତାଙ୍କ ସଂଘର୍ଷ ଦିନର କାହାଣୀ କହିଛନ୍ତି। ମନୋଜଙ୍କ କହିବା ଅନୁଯାୟୀ, ଦିନ ଥିଲା ସେ ଆତ୍ମହତ୍ୟାର ବହୁତ ପାଖରେ ଥିଲେ। ସେ ସମୟରେ ତାଙ୍କୁ ବଡାପାଓ ମଧ୍ୟ ଦାମୀ ଲାଗୁଥିଲା। ସେ ରହୁଥିବା ଛୋଟ ଘରର ଭଡା ଦବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ଏବଂ ସେ ଅଡିସନ୍‌ ଦେବାକୁ ଯିବା ବେଳେ ତାଙ୍କ ଫଟୋକୁ ଜଣେ ସହ ନିର୍ଦ୍ଦେଶକ ଫାଡିଦେଇଥିଲେ।

Advertisment

ମନୋଜ ଆହୁରି କହିଛନ୍ତି, ମୁଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲି ବୋଲି ମୋ ସାଙ୍ଗମାନେ ସେ କଥା ଜାଣିଦେଲେ। ତେଣୁ ସେମାନେ ମତେ କେବେ ଏକା ଛାଡୁନଥିଲେ। ମୋ ପାଖରେ ଶୋଉଥିଲେ। ଏମିତି କିଛି ଦିନ ରହିବା ପରେ ଦିନେ ମତେ ‘ବଣ୍ଡିତ କୁଇନ୍‌’ ଫିଲ୍ମର ଅଫର୍‌ ଆସିଲା। ଏହା ପୂର୍ବରୁ ଅଡିସନ୍‌ ସମୟରେ ଜଣେ ନିର୍ଦ୍ଦେଶକ ମୋ ଫଟୋ ଫାଡିଦେଇଥିଲେ। ଗୋଟେ ଦିନରେ ମୁଁ ୩ଟି ପ୍ରୋଜେକ୍ଟ ହରେଇଛି।

publive-imageମନୋଜ ଆହୁରି କହିଛନ୍ତି, ମୁଁ ଶଟ୍‌ ଦେବା ପରେ ମତେ ଶୁଟିଂ ସେଟରୁ ବିଦା କରିଦିଆଯାଇଥିଲା। ମୋ ଚେହେରା ଆଇଡଲ୍‌ ନଥିଲା ବୋଲି କୁହାଯାଉଥିଲା। କିଛି ଲୋକଙ୍କୁ ଲାଗୁଥିଲା ମୁଁ ବଡ ପରଦାରେ କେବେ ଆସିପାରିବିନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe