/odisha-reporter/media/post_attachments/uploads/2016/10/630x420xManoj-Tiwari.jpg.pagespeed.ic_.XXOEVjluo2.jpg)
manoj-tiwari
ମୁମ୍ବାଇ: ବିଜେପି ସାଂସଦ ଏବଂ ଗାୟକ ମନୋଜ ତିୱାରୀ ପାକିସ୍ତାନ କଳକାରଙ୍କ ସପକ୍ଷ ରଖିଥିବା ସଲମାନଙ୍କ ମତକୁ ନିନ୍ଦା କରିଛନ୍ତି। ମୋତେ ଲାଗୁଛି ସଲମାନଙ୍କ ଏପରି କହିବା ଉଚିତ୍ ନଥିଲା ଏବଂ ଏଥିପାଇଁ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମନୋଜ ତିୱାରୀ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, ରକ୍ତପାତ ବଦଳରେ ଆମକୁ କଳାର ଆବଶ୍ୟକ ନାହିଁ। ଯଦି ପାକିସ୍ତାନ ରକ୍ତପାତ କରିବାକୁ ଚାହୁଁଛି ତେବେ ଆମେ ପାକିସ୍ତାନ କଳାକୁ ଆପଣାଇବା କ’ଣ ପାଇଁ? ପାକସ୍ତାନରେ ଧୋନି ଫିଲ୍ମ ବ୍ୟାନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି କି କ’ଣ ସୁଶାନ୍ତ ସିଂହ ଜଣେ କଳାକାର ନୁହଁନ୍ତି? ଯଦି ଭାରତୀୟ କଳା ଓ କଳାକାରକୁ ପାକିସ୍ତାନର କୌଣସି ସମର୍ଥନ ନାହିଁ, ତେବେ ଭାରତ କ’ଣ ପାଇଁ ପାକିସ୍ତାନ କଳାକୁ ସମ୍ମାନ ଦେଖାଇବ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
