Advertisment

ସ୍ନେହରେ ପରସ୍ପରକୁ ଏହି ନାଁରେ ଡାକନ୍ତି ମଣ୍ଟୁ-ଅନିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ଼ର ଷ୍ଟାଇଲିସ୍‌ କପଲ୍‌ ହେଉଛନ୍ତି ଶୁଭାଶିଷ(ମଣ୍ଟୁ) ଏବଂ ଅନିଶା। ୨୦୧୬ମସିହା ଜୁଲାଇ ୩ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ପରସ୍ପରର ପ୍ରେମରେ ପଡିଯାଇଥିଲେ ଏଦୁହେଁ। ସିରିଏଲ୍‌ରେ ଏ ଦୁହେଁ ସ୍ୱାମୀ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ। ଆଉ ପରଦା ଉପରେ ସ୍ୱାମୀ ସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡିଗଲେ ସେକଥା ଏଦୁହିଁକୁ ଜଣାପଡିଲାନି। ତେବେ ଓଲିଉଡ୍‌ର […]

author-image
Biswobandita Swain
ଅଦ୍ୟତନ ହୋଇଛି
ସ୍ନେହରେ ପରସ୍ପରକୁ ଏହି ନାଁରେ ଡାକନ୍ତି ମଣ୍ଟୁ-ଅନିଶା

21557979_1631589506864091_1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ଼ର ଷ୍ଟାଇଲିସ୍‌ କପଲ୍‌ ହେଉଛନ୍ତି ଶୁଭାଶିଷ(ମଣ୍ଟୁ) ଏବଂ ଅନିଶା। ୨୦୧୬ମସିହା ଜୁଲାଇ ୩ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ପରସ୍ପରର ପ୍ରେମରେ ପଡିଯାଇଥିଲେ ଏଦୁହେଁ। ସିରିଏଲ୍‌ରେ ଏ ଦୁହେଁ ସ୍ୱାମୀ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ। ଆଉ ପରଦା ଉପରେ ସ୍ୱାମୀ ସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡିଗଲେ ସେକଥା ଏଦୁହିଁକୁ ଜଣାପଡିଲାନି।

Advertisment

publive-imageତେବେ ଓଲିଉଡ୍‌ର କ୍ୟୁଟ୍‌ କପଲ୍‌ ଭାବେ ପରିଚିଚ ଏହି କପଲ୍‌ଙ୍କ ବିବାହକୁ ୩ବର୍ଷ ହେବ। ସାଧାରଣ କପଲ୍‌ଙ୍କ ପରି ଏମାନେ ମଧ୍ୟ ସ୍ନେହରେ ପରସ୍ପରକୁ କିଛି ଖାସ୍‌ ନାଁରେ ଡାକନ୍ତି। ସ୍ନେହରେ ଶୁଭାଶିଷ ଅନିଶାଙ୍କୁ ଗେଣ୍ଡୁଲି, ଆନି, ଚୁନୁଲି ଏମିତି କିଛି ଡାକୁଥିବା ବେଳେ ଆନି ମଧ୍ୟ ଏ ମାମଲାରେ ଦୁଇ ପାଦ ଆଗରେ। ଆନି ଶୁଭାଶିଷଙ୍କ ନାଁ ହାତରେ ଟାଟୁ କରିଛନ୍ତି। ଏଥିସହ ସେ ତାଙ୍କୁ ସ୍ନେହରେ ମଣ୍ଟୁ ବୋଲି ଡାକନ୍ତି।

publive-imageଏଥିସହ ଏ ଦୁହିଁଙ୍କ ମଧ୍ୟରୁ କିଏ କାହାକୁ ବେଶି ଭଲପାଏ ପଚାରିବାରୁ ମଣ୍ଟୁ ଅନିଶାଙ୍କୁ ଅଧିକ ଭଲ ପାଆନ୍ତି ବୋଲି କହିଥିଲେ। ଏ ଦୁହିଁଙ୍କ ମଧ୍ୟରୁ ପ୍ରଥମେ ପ୍ରେମ ନିବେଦନ ମଧ୍ୟ ମଣ୍ଟୁ ହିଁ କରିଥିଲେ ବୋଲି କହିଛନ୍ତି।

Advertisment