Advertisment

ଘରେ କାହାର ରାଜ୍‌ ଚାଲେ, ମଣ୍ଟୁ ନା ଅନିଶାଙ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କ୍ୟୁଟ୍‌ କପଲ୍‌ ହେଉଛନ୍ତି ଶୁଭାଶିଷ(ମଣ୍ଟୁ) ଏବଂ ଅନିଶା। ୨୦୧୬ ମସିହା ଜୁଲାଇ ୩ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ। ଏହି ସିରିଏଲ୍‌ରେ ବି ଏ ଦୁହେଁ ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଆଉ ପରଦା ଉପରେ ସ୍ୱାମୀସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ ସେକଥା ଜାଣିପାରିଲେ ନାହିଁ। ମଣ୍ଟୁଙ୍କ କହିବା […]

ଅଦ୍ୟତନ ହୋଇଛି
ଘରେ କାହାର ରାଜ୍‌ ଚାଲେ, ମଣ୍ଟୁ ନା ଅନିଶାଙ୍କର

Akshay-Kumar-To-Play-Nation

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କ୍ୟୁଟ୍‌ କପଲ୍‌ ହେଉଛନ୍ତି ଶୁଭାଶିଷ(ମଣ୍ଟୁ) ଏବଂ ଅନିଶା। ୨୦୧୬ ମସିହା ଜୁଲାଇ ୩ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ। ଏହି ସିରିଏଲ୍‌ରେ ବି ଏ ଦୁହେଁ ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଆଉ ପରଦା ଉପରେ ସ୍ୱାମୀସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ ସେକଥା ଜାଣିପାରିଲେ ନାହିଁ।

Advertisment

publive-imageମଣ୍ଟୁଙ୍କ କହିବା ଅନୁଯାୟୀ, ପ୍ରଥମେ ସେ ହିଁ ଅନିଶାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହା ପରେ ତାଙ୍କ ଘର ଲୋକେ ଅନିଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ଏବେ ଦୁହିଁଙ୍କ ବିବାହକୁ ୩ ବର୍ଷ ପୂରିଗଲାଣି। ତେବେ ଘରେ କାହାର ରାଜ୍‌ ଚାଲେ। ସ୍ୱାମୀଙ୍କର ନାଁ ସ୍ତ୍ରୀଙ୍କର? ନିକଟରେ ଏକ ସାକ୍ଷାତକାରରେ ଉଭୟଙ୍କୁ ଏ ପ୍ରଶ୍ନ କରାଯାଇଥିଲେ। ଅନିଶା କହିଥିଲେ, ଘରେ ମଣ୍ଟୁଙ୍କର ହିଁ ରାଜ୍ ଚାଲେ।

Advertisment

ଅନିଶା କହିଥିଲେ ଯେ, ମଣ୍ଟୁଙ୍କୁ ତାଙ୍କ ଘରେ ସମସ୍ତେ ବହୁତ ଗେହ୍ଲା କରନ୍ତି। ବାହାଘର ପରେ ପରେ ଦିନେ ମଣ୍ଟୁଙ୍କ ଗଳାରେ ମାଛ କଣ୍ଟାଟିଏ ଅଟକି ଯାଇଥିଲା। ସେତେବେଳେ ତାଙ୍କ ପାଖକୁ ସମସ୍ତେ ଦୌଡ଼ି ଆସିଥିଲେ। ଘର ଲୋକଙ୍କ ପ୍ରତିକ୍ରିୟା ଦେଖି ଲାଗୁଥିଲା, ଯେମିତି କେବଳ ମଣ୍ଟୁ ନୁହେଁ, ସମସ୍ତଙ୍କ ଗଳାରେ କଣ୍ଟା ଅଟକି ଯାଇଥିଲା। ଘର ଲୋକଙ୍କର ତାଙ୍କ ପ୍ରତି ଭଲ ପାଇବା ଦେଖି ସେ ବି ତାଙ୍କ ପ୍ରତି ସେତିକି ଯତ୍ନବାନ ହେବେ ବୋଲି ସ୍ଥିର କରି ନେଇଥିଲେ।

publive-image ଅନିଶା ଆହୁରି କହିଥିଲେ ଯେ, ମଣ୍ଟୁ ଯାହା କୁହନ୍ତି ସେ ସେହି ଅନୁସାରେ ସବୁ କାମ କରନ୍ତି। ପ୍ରତିବଦଳରେ ମଣ୍ଟୁ ବି ତାଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ ଭଲ ପାଆନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe