Advertisment

ସଞ୍ଜୟଙ୍କୁ 'ମୋ ରାମ' କହିଲେ ମାନ୍ୟତା

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ନିକଟରେ କ୍ୟାନସର ଭଳି ମାରାତ୍ମକ ବ୍ୟାଧିକୁ ହରାଇ ସୁସ୍ଥ ହୋଇଛନ୍ତି। ସେ ନିଜେ ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରିଥିଲେ। ତେବେ ସୁସ୍ଥ ହେବା ପରେ ସଞ୍ଜୟ ଭଗବାନଙ୍କ ଭକ୍ତିରେ ନିଜକୁ ଲୀନ କରିଛନ୍ତି। ପବିତ୍ର ଦଶହରା ଅବସରରେ ପତ୍ନୀ ମାନ୍ୟତା ଦତ୍ତ ଏକ ଭିଡିଓ ଶେୟାର କରିଛନ୍ତି, ଯାହାର କ୍ୟାପଶନକୁ ନେଇ ଏବେ ଚର୍ଚ୍ଚା।   View this post on Instagram   And how […]

ଅଦ୍ୟତନ ହୋଇଛି
ସଞ୍ଜୟଙ୍କୁ 'ମୋ ରାମ' କହିଲେ ମାନ୍ୟତା

manyata

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ନିକଟରେ କ୍ୟାନସର ଭଳି ମାରାତ୍ମକ ବ୍ୟାଧିକୁ ହରାଇ ସୁସ୍ଥ ହୋଇଛନ୍ତି। ସେ ନିଜେ ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରିଥିଲେ। ତେବେ ସୁସ୍ଥ ହେବା ପରେ ସଞ୍ଜୟ ଭଗବାନଙ୍କ ଭକ୍ତିରେ ନିଜକୁ ଲୀନ କରିଛନ୍ତି। ପବିତ୍ର ଦଶହରା ଅବସରରେ ପତ୍ନୀ ମାନ୍ୟତା ଦତ୍ତ ଏକ ଭିଡିଓ ଶେୟାର କରିଛନ୍ତି, ଯାହାର କ୍ୟାପଶନକୁ ନେଇ ଏବେ ଚର୍ଚ୍ଚା।

Advertisment

ଭିଡିଓରେ ସଞ୍ଜୟ ଦତ୍ତ ପୁରୋହିତମାନଙ୍କ ସହ ଆଳତି କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଶେୟାର କରି ମାନ୍ୟତା କ୍ୟାପଶନରେ ଯାହା ଲେଖିଛନ୍ତି, ତାହା ଫ୍ୟାନମାନଙ୍କୁ ନିଶ୍ଚିତ ଭାବେ ଇମୋଶନାଲ କରିଦେବ।

Advertisment

ମାନ୍ୟତା କ୍ୟାପଶନରେ ସଞ୍ଜୟଙ୍କୁ ନିଜର ରାମ ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଏହି ଦଶହରା ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ସମର୍ପଣ କରିବାକୁ ଚାହେଁ, ଯିଏ କେବଳ ମୋ ପାଇଁ ନୁହେଁ ବରଂ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଜୀବନ ତାଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ଦେଇଛି, ଧୈର୍ଯ୍ୟ ଓ ଅନୁଗ୍ରହ ଏବଂ ପ୍ରେମର ସହ ସେ ସଂଘର୍ଷ କରିଛନ୍ତି ବୋଲି ମାନ୍ୟତା ଲେଖିଛନ୍ତି।

ମାନ୍ୟତା ପୁଣି ଲେଖିଛନ୍ତି, ଯେତେବେଳେ ଆମ ଜୀବନରେ ଶାନ୍ତି ଫେରିଆସିଛି ବୋଲି ଅନୁଭବ ହୋଇଥିଲା, ସେତେବେଳେ ଜୀବନ ଆମକୁ ଆଉ ଏକ ଚ୍ୟାଲେଞ୍ଜ ଦେଇଥିଲି। ଆଜି ପୁଣି ଏକ ସକରାତ୍ମକ ବ୍ୟକ୍ତି ସବୁବେଳେ ଜିତିପାରେ ବୋଲି ସେ ପ୍ରମାଣିତ କରିଛନ୍ତି। କଠିନ ସମୟକୁ ସାହସର ସହ ଜିତିବା ସମ୍ଭବ। ସତରେ ସଞ୍ଜୁ ଭଳି କେହି ନୁହନ୍ତି। ସେ ମୋତେ କଠିନ ପରିସ୍ଥିତି ମଣିଷ ଅଧିକ ସଶକ୍ତ ହୁଏ ବୋଲି ଶିକ୍ଷା ଦେଇଛନ୍ତି। ସଞ୍ଜୁ ମୋର ଶକ୍ତି, ମୋର ଗୌରବ ଏବଂ ମୋର ରାମ ବୋଲି ଲେଖି ମାନ୍ୟତା ଭିଡିଓଟି ପୋଷ୍ଟ କରିଛନ୍ତି।

Manyata Dutt Sanjay Dutt Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe