Advertisment

ଦର୍ଶକଙ୍କୁ ମନକୁ ପାଇଛି 'ମର୍ଦ୍ଦାନୀ ୨' !

ମୁମ୍ବାଇ: ଗତ ଶୁକ୍ରବାର ଅର୍ଥାତ୍ ୧୩ ତାରିଖ ଦିନ ରିଲିଜ୍ ହୋଇଛି ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ ୨’। ଆଉ ଗତ ତିନି ଦିନରେ ଏହାର ବକ୍ସ ଅଫିସ୍ କଲେକ୍ସନ ଦେଖିଲେ ଲାଗୁଛି ଏହା ଲୋକଙ୍କ ମନକୁ ପାଇଛି। #Mardaani2 is unstoppable on Day 2… Witnesses fantastic growth, despite stiff competition from new [#Jumanji] + holdover [#PatiPatniAurWoh] titles… Trending better than #Rani’s last two films: #Mardaani […]

author-image
Chinmayee Roy
ଅଦ୍ୟତନ ହୋଇଛି
ଦର୍ଶକଙ୍କୁ ମନକୁ ପାଇଛି 'ମର୍ଦ୍ଦାନୀ ୨' !

rani

ମୁମ୍ବାଇ: ଗତ ଶୁକ୍ରବାର ଅର୍ଥାତ୍ ୧୩ ତାରିଖ ଦିନ ରିଲିଜ୍ ହୋଇଛି ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ ୨’। ଆଉ ଗତ ତିନି ଦିନରେ ଏହାର ବକ୍ସ ଅଫିସ୍ କଲେକ୍ସନ ଦେଖିଲେ ଲାଗୁଛି ଏହା ଲୋକଙ୍କ ମନକୁ ପାଇଛି।

Advertisment

https://twitter.com/taran_adarsh/status/1206126824285073409

ଫିଲ୍ମରେ ରାଣୀଙ୍କର ଦମ୍‌ଦାର୍‌ ଲୁକ୍‌ ସାଙ୍ଗକୁ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ୍ ଭଲ ଲାଗୁଥିବା ବେଳେ ପ୍ରଥମ ଦିନରେ ଏହା ୩.୮୦ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ଦିନରେ ଫିଲ୍ମଟି ୬.୫୫ କୋଟି ଟଙ୍କା ଆୟ କରିଥିବା ବେଳେ ଗତକାଲି ପାଖାପାଖି ୭ କୋଟି ଆୟ କରିଛି। ଏଥି ସହ ରିଲିଜ୍ ହେବାର ତିନି ଦିନରେ ଫିଲ୍ମଟି ୧୭ କୋଟି ଆୟ କରିଛି।

https://twitter.com/taran_adarsh/status/1205394091090968577

ଏହି ଫିଲ୍ମ ମାଧ୍ୟମରେ ରାଣୀ ପ୍ରମାଣିତ କରିଛନ୍ତି ଯେ ଏବେବି ଲୋକେ ତାଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ଅଛନ୍ତି। ସେହିଭଳି ସିନେ ସମୀକ୍ଷକମାନେ ବି ରାଣୀଙ୍କ ଅଭିନୟକୁ ବେଶ୍ ତାରିଫ୍ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଅନେକ ବିବାଦ ମଧ୍ୟରେ ରିଲିଜ୍‌ ହୋଇଛି ‘ମର୍ଦ୍ଦାନୀ ୨’। ଟ୍ରେଲର୍‌ ରିଲିଜ୍‌ ହେବା ପରେ ପରେ ହିଁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ଜଣେ ସିରିଏଲ୍‌ ରେପିଷ୍ଟ ଓ କିଲର୍‌କୁ ଦେଖାଯାଇଛି ଯିଏ କୋଟା ସହରକୁ ଦେଶର କୋଣ-ଅନୁକୋଣରୁ ଇଞ୍ଜିନିୟରିଂ କୋଚିଂ ନେବାକୁ ଆସୁଥିବା ଝିଅମାନଙ୍କୁ ଦୁଷ୍କର୍ମ କରି ନୃସଂଶ ଭାବେ ହତ୍ୟା କରୁଛି। ଆଉ ଏହା ପରେ ପୁଲିସ୍‌ ଅଫିସର ଶିବାନୀ ରାୟ (ରାଣୀ ମୁଖାର୍ଜୀ) ଦୁଇ ଦିନ ଭିତରେ ଏହି ହତ୍ୟାକାରୀକୁ ଧରିବାକୁ ଅଣ୍ଟା ଭିଡ଼ିଛନ୍ତି। ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଥିବା ବେଳେ ଏଥିରେ କୋଟା ସହରର ନାଁକୁ ବ୍ୟବହାର କରାଯାଇଥିବାରୁ ବିବାଦ ଦେଖାଯାଇଥିଲା। ଏହାଦ୍ୱାରା କୋଟା ସହରର ଛବି ଖରାପ ହୋଇଛି ବୋଲି କିଛି ବ୍ୟକ୍ତି ବିଶେଷ ଓ ସଙ୍ଗଠନ ଅଭିଯୋଗ କରିଥିଲେ।