Advertisment

ମନ ଜିଣି ପାରିଲାନି ‘ମରଜାବାଁ’

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମରଜାବାଁ’କୁ ମିଳୁନି ଭଲ ରେସ୍ପନ୍ସ। ତେଣୁ ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିଆ ଓ ରିତେଶ ଦେଶମୁଖଙ୍କ ଏହି ଫିଲ୍ମର ଆୟ ଧୀରେ ଧୀରେ କମିବାରେ ଲାଗିଛି। ରିଲିଜ୍ ପରେ ପରେ ଫିଲ୍ମଟି ଯେତେକି କଲେକ୍ସନ କରିଥିଲା ଏବେ ତାହା କମିବାର ଲାଗିଛିା ରିଲିଜ୍ ହେବାର ୧୨ ଦିନରେ ବି ଏହା ୫୦ କୋଟି ଟଙ୍କା ଆୟ କରିପାରିନିା #Marjaavaan witnessed decline on [second] Fri, but picked up on Sat […]

ଅଦ୍ୟତନ ହୋଇଛି
ମନ ଜିଣି ପାରିଲାନି ‘ମରଜାବାଁ’

marjaavaan

Advertisment

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମରଜାବାଁ’କୁ ମିଳୁନି ଭଲ ରେସ୍ପନ୍ସ। ତେଣୁ ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିଆ ଓ ରିତେଶ ଦେଶମୁଖଙ୍କ ଏହି ଫିଲ୍ମର ଆୟ ଧୀରେ ଧୀରେ କମିବାରେ ଲାଗିଛି। ରିଲିଜ୍ ପରେ ପରେ ଫିଲ୍ମଟି ଯେତେକି କଲେକ୍ସନ କରିଥିଲା ଏବେ ତାହା କମିବାର ଲାଗିଛିା ରିଲିଜ୍ ହେବାର ୧୨ ଦିନରେ ବି ଏହା ୫୦ କୋଟି ଟଙ୍କା ଆୟ କରିପାରିନିା

Advertisment

https://twitter.com/taran_adarsh/status/1198836810891190272

ସୂଚନା ଅନୁୟାୟୀ, ପ୍ରଥମ ଦିନ ଫିଲ୍ମଟି ୭.୦୩ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୭.୨୧ କୋଟି ଆୟ କରିଥିଲା। ସେହିପରି ତୃତୀୟ ଦିନ ଏହାର ଆୟ ବଢ଼ି ୧୦.୧୮ କୋଟି ଟଙ୍କାରେ ପହଞ୍ଚି ଥିଲା। ମାତ୍ର ଚତୁର୍ଥ ଦିନ ଫିଲ୍ମର ଆୟ ପୁଣି କମି ୪.୧୫ କୋଟିକୁ ଖସି ଆସିଥିଲା। ତା’ପରଠୁ ଆୟ ଧୀରେ ଧୀରେ କମିବାରେ ଲାଗିଛିା

https://twitter.com/Witty_Zahin/status/1199362618651271169

ଫିଲ୍ମଟି ଏଯାବତ୍ ମୋଟ୍ ୪୬ କୋଟି ଟଙ୍କା ଆୟ କରିଛି। ‘ମରଜାବାଁ’ରେ ସିଦ୍ଧାର୍ଥ, ତାରା ଓ ରିତେଶଙ୍କ ବ୍ୟତୀତରକୁଲ ପ୍ରୀତ୍‌ ମଧ୍ୟ ଲିଡ୍ ରୋଲରେ ଅଛନ୍ତି।  ରିତେଶ ଓ ସିଦ୍ଧାର୍ଥ ଦ୍ୱିତୀୟ ଥର ପାଇଁ ଏକାଠି ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଏହା ପୂର୍ବରୁ ସେମାନେ ‘ଏକ୍‌ ଭିଲେନ୍‌’ରେ ଏକାଠି ନଜର ଆସିଥିଲେ। ‘ମରଜାବାଁ’ରେ ତାରା ସୁତାରିଆ ଏକ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କଥା କହିପାରେନି କି ଶୁଣି ପାରେନି। ପ୍ରେମ ଓ ପ୍ରତିଶୋଧର କାହାଣୀ  ଉପରେ ଫିଲ୍ମଟି ଆଧାରିତ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe