Advertisment

ବାହା ହେଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ବଲିଉଡ୍‌ର ଟିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ବାହା ହୋଇଯାଇଛନ୍ତି। ତାଙ୍କ ବାହାଘରକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଏକ ରିପୋର୍ଟ ଅନୁସାରେ ପ୍ରୀତି ୨୯ ଫେବୃଆରୀରେ ଲାସ୍ ଏଞ୍ଜେଲେସରେ ତାଙ୍କ ୟୁଏସ୍ ବୟଫ୍ରେଣ୍ଡ୍ ଜେନି ଗୁଡନଫଙ୍କୁ ବିବାହ କରିଛନ୍ତି। ଏପ୍ରିଲରେ ପ୍ରୀତି ଭାରତରେ ଧୁମ୍‌ଧାମରେ ବାହାଘର ଉତ୍ସବ ଆୟୋଜନ କରିବେ ବୋଲି ଜଣାପଡ଼ିଛି। ପ୍ରୀତିଙ୍କ ଦୁଇ ଅନ୍ତରଙ୍ଗ ବନ୍ଧୁ ସୁଜେନ୍ ଖାନ୍ ଏବଂ ଡିଜାଇନର୍ ସୁରିଲ୍ ଗୋୟଲ୍ କିଛିଦିନ ହେବ ଆମରିକାରେ ଥିଲେ। […]

ବାହା ହେଲେ ପ୍ରୀତି ଜିଣ୍ଟା

preity_marriage

Advertisment

ନୂଆଦିଲ୍ଲୀ: ବଲିଉଡ୍‌ର ଟିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ବାହା ହୋଇଯାଇଛନ୍ତି। ତାଙ୍କ ବାହାଘରକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଏକ ରିପୋର୍ଟ ଅନୁସାରେ ପ୍ରୀତି ୨୯ ଫେବୃଆରୀରେ ଲାସ୍ ଏଞ୍ଜେଲେସରେ ତାଙ୍କ ୟୁଏସ୍ ବୟଫ୍ରେଣ୍ଡ୍ ଜେନି ଗୁଡନଫଙ୍କୁ ବିବାହ କରିଛନ୍ତି। ଏପ୍ରିଲରେ ପ୍ରୀତି ଭାରତରେ ଧୁମ୍‌ଧାମରେ ବାହାଘର ଉତ୍ସବ ଆୟୋଜନ କରିବେ ବୋଲି ଜଣାପଡ଼ିଛି।

Advertisment

ପ୍ରୀତିଙ୍କ ଦୁଇ ଅନ୍ତରଙ୍ଗ ବନ୍ଧୁ ସୁଜେନ୍ ଖାନ୍ ଏବଂ ଡିଜାଇନର୍ ସୁରିଲ୍ ଗୋୟଲ୍ କିଛିଦିନ ହେବ ଆମରିକାରେ ଥିଲେ। ଏମାନେ ଆମେରିକା ଯିବା ପରଠାରୁ ପ୍ରୀତିଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗତବର୍ଷ ମଧ୍ୟ ପ୍ରୀତିଙ୍କ ବାହାଘରକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ସେତେବେଳେ ଏହାକୁ ସେ ସ୍ୱୀକାର କରି ନ ଥିଲେ।

ଗତ ଏକବର୍ଷ ହେବ ପ୍ରୀତି ଜେନିଙ୍କ ସହ ଡେଣ୍ଟି କରି ଆସୁଥିଲେ। କିଛି ଆଇପିଏଲ୍ ମ୍ୟାଚ୍‌ରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe