‘ବିଗ୍ ବସ୍ ୧୩’ରେ ଏଣ୍ଟ୍ରି କଲେ ମାଷ୍ଟରମାଇଣ୍ଡ୍
ମୁମ୍ବାଇ: ଟେଲିଭିଜନ୍ ରିଆଲିଟି ଶୋ’ ‘ବିଗ୍ ବସ୍ ୧୩’ରେ ସବୁଦିନ କିଛି ନା କିଛି ନୂଆ ଡ୍ରାମା ବା କଥା ଦେଖିବାକୁ ମିଳୁଛି। ଗତକାଲି ବି ଏମିତି କିଛି ଘଟିଛି। ଗତକାଲି ଶୋ’ରେ ଏଣ୍ଟ୍ରି କରିଛନ୍ତି ‘ବିଗ୍ ବସ୍ ୧୧‘ର ପ୍ରତିଯୋଗୀ ତଥା ମାଷ୍ଟର୍ମାଇଣ୍ଡ୍ ଭାବେ ଜଣାଶୁଣା ବିକାଶ ଗୁପ୍ତା। ତେବେ ଗେମ୍ ଏତେ ଆଗକୁ ବଢ଼ିସାରିବା ପରେ ହଠାତ୍ ବିକାଶଙ୍କର ଏଣ୍ଟ୍ରି ସିଦ୍ଧାର୍ଥ ଶୁକ୍ଲା, ଶେହନାଜ୍ ଗିଲ୍ ଓ ମାହିରାଙ୍କୁ ସବୁଠୁ ବଡ଼ ଝଟକା ଦେଇଛି। କାରଣ ଏ ପର୍ଯ୍ୟନ୍ତ ‘ବିବି’ ଘରେ ଏହି ୩ ଜଣ ସଦସ୍ୟ ସବୁଠୁ ଅଧିକ ହଙ୍ଗାମା କରି ନିଜର ଦବ୍ଦବା ବଜାୟ ରଖି ଆସିଛନ୍ତି। ହେଲେ ବିକାଶଙ୍କ ଏଣ୍ଟ୍ରି ସେମାନଙ୍କ ଗେମ୍କୁ ପଲଟାଇ ଦେଇପାରେ। ତେଣୁ ତାଙ୍କ ଏଣ୍ଟ୍ରିରେ ଏହି ତିନି ଜଣ ଆଦୌ ଖୁସି ନାହାନ୍ତି।
#BiggBoss ke ghar mein hui mastermind @lostboy54 ki entry! Kya badlaav layenge ye #BiggBoss13 mein? Dekhiye aaj raat on #WeekendKaVaar.
Anytime on @justvoot. @Vivo_India @AmlaDaburIndia @bharatpeindia @BeingSalmanKhan #BB13 #SalmanKhan pic.twitter.com/VySxyWAu0J
— Bigg Boss (@BiggBoss) December 8, 2019
ସୂଚନାଯୋଗ୍ୟ, ବିକାଶ ଶୋ’ରେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କର ପ୍ରୋକ୍ସି ଭାବେ ବା ତାଙ୍କ ବଦଳରେ ଆସିଛନ୍ତି। ଏବେ ସେ ତାଙ୍କ ତରଫରୁ ଏହି ଗେମ୍ ଖେଳିବେ। ଟାସ୍କ କରିବା ସମୟରେ ଦେବୋଲିନାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଏଥିଯୋଗୁ ଡାକ୍ତର ତାଙ୍କୁ ବେଡ୍ ରେଷ୍ଟ କରିବାକୁ କହିଛନ୍ତି। ତେଣୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ତେବେ ବିକାଶଙ୍କ ଏଣ୍ଟ୍ରି ପରେ ଶୋ’ରେ କ’ଣ ପରିବର୍ତ୍ତନ ହେବ ଓ ସେ କେତେ ଆଗକୁ ଯାଇପାରିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।