Advertisment

'ବିଗ୍‌ ବସ୍‌ ୧୩'ରେ ଏଣ୍ଟ୍ରି କଲେ ମାଷ୍ଟରମାଇଣ୍ଡ୍

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ରେ ସବୁଦିନ କିଛି ନା କିଛି ନୂଆ ଡ୍ରାମା ବା କଥା ଦେଖିବାକୁ ମିଳୁଛି। ଗତକାଲି ବି ଏମିତି କିଛି ଘଟିଛି। ଗତକାଲି ଶୋ’ରେ ଏଣ୍ଟ୍ରି କରିଛନ୍ତି ‘ବିଗ୍‌ ବସ୍‌ ୧୧‘ର ପ୍ରତିଯୋଗୀ ତଥା ମାଷ୍ଟର୍‌ମାଇଣ୍ଡ୍ ଭାବେ ଜଣାଶୁଣା ବିକାଶ ଗୁପ୍ତା। ତେବେ ଗେମ୍‌ ଏତେ ଆଗକୁ ବଢ଼ିସାରିବା ପରେ ହଠାତ୍‌ ବିକାଶଙ୍କର ଏଣ୍ଟ୍ରି ସିଦ୍ଧାର୍ଥ ଶୁକ୍ଲା, ଶେହନାଜ୍‌ ଗିଲ୍‌ ଓ ମାହିରାଙ୍କୁ ସବୁଠୁ ବଡ଼ ଝଟକା ଦେଇଛି। […]

ଅଦ୍ୟତନ ହୋଇଛି
'ବିଗ୍‌ ବସ୍‌ ୧୩'ରେ ଏଣ୍ଟ୍ରି କଲେ ମାଷ୍ଟରମାଇଣ୍ଡ୍

vikash

Advertisment

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ରେ ସବୁଦିନ କିଛି ନା କିଛି ନୂଆ ଡ୍ରାମା ବା କଥା ଦେଖିବାକୁ ମିଳୁଛି। ଗତକାଲି ବି ଏମିତି କିଛି ଘଟିଛି। ଗତକାଲି ଶୋ’ରେ ଏଣ୍ଟ୍ରି କରିଛନ୍ତି ‘ବିଗ୍‌ ବସ୍‌ ୧୧‘ର ପ୍ରତିଯୋଗୀ ତଥା ମାଷ୍ଟର୍‌ମାଇଣ୍ଡ୍ ଭାବେ ଜଣାଶୁଣା ବିକାଶ ଗୁପ୍ତା। ତେବେ ଗେମ୍‌ ଏତେ ଆଗକୁ ବଢ଼ିସାରିବା ପରେ ହଠାତ୍‌ ବିକାଶଙ୍କର ଏଣ୍ଟ୍ରି ସିଦ୍ଧାର୍ଥ ଶୁକ୍ଲା, ଶେହନାଜ୍‌ ଗିଲ୍‌ ଓ ମାହିରାଙ୍କୁ ସବୁଠୁ ବଡ଼ ଝଟକା ଦେଇଛି। କାରଣ ଏ ପର୍ଯ୍ୟନ୍ତ ‘ବିବି’ ଘରେ ଏହି ୩ ଜଣ ସଦସ୍ୟ ସବୁଠୁ ଅଧିକ ହଙ୍ଗାମା କରି ନିଜର ଦବ୍‌ଦବା ବଜାୟ ରଖି ଆସିଛନ୍ତି। ହେଲେ ବିକାଶଙ୍କ ଏଣ୍ଟ୍ରି ସେମାନଙ୍କ ଗେମ୍‌କୁ ପଲଟାଇ ଦେଇପାରେ। ତେଣୁ ତାଙ୍କ ଏଣ୍ଟ୍ରିରେ ଏହି ତିନି ଜଣ ଆଦୌ ଖୁସି ନାହାନ୍ତି।

Advertisment

https://twitter.com/BiggBoss/status/1203563148835348481

ସୂଚନାଯୋଗ୍ୟ, ବିକାଶ ଶୋ’ରେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କର ପ୍ରୋକ୍ସି ଭାବେ ବା ତାଙ୍କ ବଦଳରେ ଆସିଛନ୍ତି। ଏବେ ସେ ତାଙ୍କ ତରଫରୁ ଏହି ଗେମ୍‌ ଖେଳିବେ। ଟାସ୍କ କରିବା ସମୟରେ ଦେବୋଲିନାଙ୍କ  ଅଣ୍ଟାରେ ଆଘାତ ଲାଗିଥିଲା। ଏଥିଯୋଗୁ ଡାକ୍ତର ତାଙ୍କୁ ବେଡ୍‌ ରେଷ୍ଟ କରିବାକୁ କହିଛନ୍ତି। ତେଣୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ତେବେ ବିକାଶଙ୍କ ଏଣ୍ଟ୍ରି ପରେ ଶୋ’ରେ କ’ଣ ପରିବର୍ତ୍ତନ ହେବ ଓ ସେ କେତେ ଆଗକୁ ଯାଇପାରିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe