Advertisment

କ’ଣ ଏହି ‘ମେଟ୍‌ ଗାଲା’, କାହିଁକି ଏଠାରେ ସେଲିବ୍ରିଟିମାନେ ପିନ୍ଧନ୍ତି ଅଜବ୍‌ ପୋଷାକ...

ମୁମ୍ବାଇ: ଆମେରିକା ସିଙ୍ଗର୍‌ ନିକ୍‌ ଜୋନ୍ସଙ୍କ ସହ ବିବାହ କଲା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଏବେ ସୋଶାଲ୍‌ ମିଡିଆରେ ପୁଣି ଥରେ ପ୍ରିୟଙ୍କା ଚର୍ଚ୍ଚାକୁ ଆସି ଟ୍ରଲ୍‌ର ଶିକାର ହୋଇଛନ୍ତି। ତେବେ ଏଥର ପ୍ରିୟଙ୍କା ତାଙ୍କ ହେୟାର୍‌ ଷ୍ଟାଇଲ୍‌କୁ ନେଇ ଟ୍ରୋଲ୍‌ ହୋଇଛନ୍ତି। ପ୍ରିୟଙ୍କା ‘ମେଟ୍‌ ଗାଲା’ ନାମକ ଏକ ଶୋ’ରେ ଅଜବ୍‌ ଡ୍ରେସ୍‌ ଏବଂ ଅଜବ୍‌ ହେୟାର୍‌ ଷ୍ଟାଇଲ୍‌ କରିଥିବାର ଦେଖାଯାଇଥିଲେ। କିଛି ଦିନ ହେବ […]

author-image
Rosalin Rath
ଅଦ୍ୟତନ ହୋଇଛି
କ’ଣ ଏହି ‘ମେଟ୍‌ ଗାଲା’, କାହିଁକି ଏଠାରେ ସେଲିବ୍ରିଟିମାନେ ପିନ୍ଧନ୍ତି ଅଜବ୍‌ ପୋଷାକ...

mm1

ମୁମ୍ବାଇ: ଆମେରିକା ସିଙ୍ଗର୍‌ ନିକ୍‌ ଜୋନ୍ସଙ୍କ ସହ ବିବାହ କଲା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଏବେ ସୋଶାଲ୍‌ ମିଡିଆରେ ପୁଣି ଥରେ ପ୍ରିୟଙ୍କା ଚର୍ଚ୍ଚାକୁ ଆସି ଟ୍ରଲ୍‌ର ଶିକାର ହୋଇଛନ୍ତି। ତେବେ ଏଥର ପ୍ରିୟଙ୍କା ତାଙ୍କ ହେୟାର୍‌ ଷ୍ଟାଇଲ୍‌କୁ ନେଇ ଟ୍ରୋଲ୍‌ ହୋଇଛନ୍ତି।

Advertisment

publive-image

ପ୍ରିୟଙ୍କା ‘ମେଟ୍‌ ଗାଲା’ ନାମକ ଏକ ଶୋ’ରେ ଅଜବ୍‌ ଡ୍ରେସ୍‌ ଏବଂ ଅଜବ୍‌ ହେୟାର୍‌ ଷ୍ଟାଇଲ୍‌ କରିଥିବାର ଦେଖାଯାଇଥିଲେ। କିଛି ଦିନ ହେବ ଏହି ମେଟ୍‌ ଗାଲା ଶୋ’କୁ ନେଇ ସବୁଆଡ଼େ ଅନେକ ଚର୍ଚ୍ଚା ହେଉଥିବା କଥା ଆପଣ ଜାଣିଥିବେ।

publive-image

ଶୋ’ରେ ପ୍ରିୟଙ୍କାଙ୍କ ସହ ଅଭିନେତ୍ରୀ ଦୀପିକା ଏବଂ ଅନିଲ୍‌ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଶୋ’ ପରଠାରୁ ପ୍ରିୟଙ୍କା ସବୁଠାରୁ ଅଧିକା ଚର୍ଚ୍ଚାକୁ ଆସିଛନ୍ତି।

Advertisment

publive-image

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, କ’ଣ ଏହି ମେଟ୍‌ ଗାଲା ଆଉ କାହିଁକି ଏଠାରେ ସେଲିବ୍ରିଟିମାନେ ଅଜବ୍‌ ପ୍ରକାର ପୋଷାକ ପିନ୍ଧି ଆସିଥାନ୍ତି।

ଜାଣନ୍ତୁ ଏହି ମେଟ୍‌ ଗାଲା ଶୋ’ ବିଷୟରେ 

ସବୁବର୍ଷ ଭଳି ୨୦୧୯ରେ ମଧ୍ୟ ମେଟ୍‌ ଗାଲା ଶୋ’ ଆମେରିକାର ନ୍ୟୁୟର୍କରେ ଆୟୋଜନ କରାଯାଇଥିଲା। ଏହାକୁ ବହୁତ ବର୍ଷରୁ ଆୟୋଜନ କରାଯାଉଛି। ଏହି ଶୋ’ ଏକ ଫଣ୍ଡ୍‌ ପାଇଁ  କରାଯାଉଛି। ୧୯୪୮ ମିଷ୍ଟର ଲ୍ୟମ୍ବଟ୍‌ ନାମକ ବ୍ୟକ୍ତି ‘କଷ୍ଟ୍ୟୁମ୍‌ ଇନଷ୍ଟିଚ୍ୟୁଟ୍‌’ ଖୋଲିଥିଲେ। ଏହି ସଂସ୍ଥାକୁ ଚଳାଇବା ପାଇଁ ଟଙ୍କାର ଆବଶ୍ୟକତା ଥିଲା। ଏଥିପାଇଁ ସେ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ।

publive-image

ଏହି ଶୋ’କୁ ଦେଖିବାକୁ ହେଲେ ଲୋକମାନଙ୍କୁ ଟିକେଟ୍‌ କିଣିବାକୁ ହୋଇଥାଏ। ଯଦି ଆପଣଙ୍କୁ ମେଟ୍‌ ଗାଲାର ଟିକେଟ୍‌ ଦରକାର ତାହାଲେ ଆପଣଙ୍କୁ ୩୦ହଜାର ଡଲାର୍‌ ଅର୍ଥାତ ୨୦ ଲକ୍ଷ ୧୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଏହି ଶୋ’ ପାଇଁ ଟେବୁଲ୍‌ ବୁକ୍‌ କରିବାକୁ ଅଛି ତାହାଲେ ଆପଣଙ୍କୁ ୨ଲକ୍ଷ ୭୫ ହଜାର ଡଲାର୍‌ ଅର୍ଥାତ ୨ କୋଟିରୁ ଅଧିକା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

publive-image

ଏହି ଇଭେଣ୍ଟରେ ଯେତେ ଟଙ୍କା ରୋଜଗାର ହୁଏ ତାହା ଉକ୍ତ ‘କଷ୍ଟ୍ୟୁମ୍‌ ଇନଷ୍ଟିଚ୍ୟୁଟ୍‌’କୁ ଯାଇଥାଏ। ତେବେ ଏଠାରେ ଆପଣ ଭାବୁଥିବେ ଫଣ୍ଡ୍‌ କଥା ଠିକ୍‌ ଅଛି, କିନ୍ତୁ ଏଠାରେ ଏତେ ଅଜବ୍‌ ଢଙ୍ଗରେ କାହିଁକି ପୋଷାକ ପିନ୍ଧାଯାଏ।

କାହିଁକି ପିନ୍ଧାଯାଏ ଅଜବ ଡ୍ରେସ୍‌ ?

publive-image

ଏଠାରେ ଆପଣ ଭାବନ୍ତୁ ତ, ଯଦି ଶୋ’ରେ କିଛି ଅଲଗା ହେବନାହିଁ ତା'ହେଲେ, ଲୋକ ଏତେ ଟଙ୍କା ଖର୍ଚ୍ଚ କରି କାହିଁକି ଶୋ’ ଦେଖିବାକୁ ଯିବେ। ସବୁ ବର୍ଷ ମେଟ୍‌ ଗାଲା ଶୋ’ ଏକ ଥିମ୍‌ ବା ବିଷୟବସ୍ତୁକୁ ନେଇ ହୋଇଥାଏ।

publive-image

ଏହି ବର୍ଷ ଥିମ୍‌ ଥିଲା ‘ଚାମ୍ପ: ନୋଟ୍ସ ଅନ୍‌ ଫ୍ୟାସନ୍‌’ "Camp: Notes on Fashion" ଏହାର ମାନେ, ‘ଆପଣ ନିଜ ପୋଷାକର ସୀମାକୁ ଲଙ୍ଘନ୍ତୁ’। ଏହି ଶୋ’ରେ ସେଲିବ୍ରିଟିମାନେ ନିଜ ପସନ୍ଦ ଅନୁସାରେ ପୋଷାକ ଚୟନ କରିଥାନ୍ତି।

publive-image

ପ୍ରିୟଙ୍କା ମଧ୍ୟ ଏହିପରି ଏକ ଡ୍ରେସ୍‌ ପିନ୍ଧିଥିଲେ। ସେ ଏହା ଦେଖାଇଦେବାକୁ ଚାହୁଁଥିଲେ ଯେ, ଦୁନିଆ ଯାହା କହୁ, ଏହା ହିଁ ତାଙ୍କ ପାଇଁ ଫ୍ୟାସନ୍‌ର ଅର୍ଥ। କେବଳ ପ୍ରିୟଙ୍କା ନୁହନ୍ତି, ଅନେକ ସେଲିବ୍ରିଟି ମଧ୍ୟ ଅଜବ୍‌ ଶୈଳୀର ପୋଷାକ ପିନ୍ଧି ଏହି ଶୋ’କୁ ଆସିଥିଲେ।

publive-image

ତେବେ ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ମେଟ୍‌ ଗାଲା ହିଁ ସେହି ଶୋ’ ଯେଉଁଠି ୨୦୧୭ ମସିହାରେ ପ୍ରିୟଙ୍କା ଏବଂ ନିକ୍‌ ପ୍ରଥମ ଥର ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ଏଥର ମଧ୍ୟ ଦୁହେଁ ଏକାଠି ଶୋ’ରେ ଦେଖାଯାଇଥିଲେ। କିନ୍ତୁ ଭାରତରେ ପ୍ରିୟଙ୍କାଙ୍କ ଚେହେରାକୁ ନେଇ ଅନେକ ଟ୍ରୋଲ୍‌ ହେବାକୁ ପଡ଼ିଲା।