Advertisment

“ଆର ଥରକୁ ସିଫନ୍‌ ଶାଢ଼ି ପିନ୍ଧି ଆସିବ”

ମୁମ୍ବାଇ: #Me too ଅଭିଯାନରେ ଅଭିଯୋଗର ଧାରା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ପିଛା ଛାଡ଼ୁନି। ଶ୍ୱେତା  ପଣ୍ଡିତଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଏବେ ଆଉ ଦୁଇ ଜଣ ମହିଳା ଅନୁଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ଏହି ଦୁଇ ମହିଳା ଗଣମାଧ୍ୟମ ସଂସ୍ଥା ‘ମିଡ୍‌ ଡେ’କୁ ଦେଇଥିବା ନିଜ ପ୍ରତିକ୍ରିୟାରେ ସେମାନଙ୍କ ସହ ହୋଇଥିବା ଘଟଣା ସମ୍ପର୍କରେ ଜଣାଇଛନ୍ତି। ନିଜ ନାମ ଗୋପନ ରଖି ୯୦ ଦଶକର ଜଣେ କଣ୍ଠଶିଳ୍ପୀ କହିଛନ୍ତି, ଅନୁ ତାଙ୍କୁ […]

ଅଦ୍ୟତନ ହୋଇଛି
“ଆର ଥରକୁ ସିଫନ୍‌ ଶାଢ଼ି ପିନ୍ଧି ଆସିବ”

m2

Advertisment

ମୁମ୍ବାଇ: #Me too ଅଭିଯାନରେ ଅଭିଯୋଗର ଧାରା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ପିଛା ଛାଡ଼ୁନି। ଶ୍ୱେତା  ପଣ୍ଡିତଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଏବେ ଆଉ ଦୁଇ ଜଣ ମହିଳା ଅନୁଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ଏହି ଦୁଇ ମହିଳା ଗଣମାଧ୍ୟମ ସଂସ୍ଥା ‘ମିଡ୍‌ ଡେ’କୁ ଦେଇଥିବା ନିଜ ପ୍ରତିକ୍ରିୟାରେ ସେମାନଙ୍କ ସହ ହୋଇଥିବା ଘଟଣା ସମ୍ପର୍କରେ ଜଣାଇଛନ୍ତି।

Advertisment

ନିଜ ନାମ ଗୋପନ ରଖି ୯୦ ଦଶକର ଜଣେ କଣ୍ଠଶିଳ୍ପୀ କହିଛନ୍ତି, ଅନୁ ତାଙ୍କୁ ଭୁଲ୍‌ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ। ମେହବୁବ୍‌ ଷ୍ଟୁଡିଓରେ ଏକ ଗୀତର ରେକର୍ଡିଂ ବେଳେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ବେଳେ ଅନୁ ତାଙ୍କୁ ଅଶୋଭନୀୟ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ। ଏଥିରେ ମହିଳା ଜଣଙ୍କ ଆପତ୍ତି ଉଠାଇବାରୁ ଅନୁ ହସି ହସି କ୍ଷମା ମାଗିଥିଲେ। ଏହା ପରେ ଅନୁ ତାଙ୍କୁ ଘରକୁ ଡାକିଥିଲେ। ଆଉ ସେ ସମୟରେ ସେ ତାଙ୍କ ଘରେ ଏକୁଟିଆ ଥିଲେ। ଦୁହେଁ କିଛି ସମୟ ଯାଏ କଥା ହେବାପରେ ଉଭୟ ଏକ ଲଜ୍‌କୁ ଯାଇଥିଲେ। ସେଠାରେ ଅନୁ ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ଗାଡିରେ ଯିବାବେଳେ ମଧ୍ୟ ଅନୁ ତାଙ୍କୁ ଅସଦାଚରଣ କରିଥିଲେ ବୋଲି ଏହି କଣ୍ଠଶିଲ୍ପୀ କହିଛନ୍ତି।

ଅନୁଙ୍କ ଉପରେ ଅଭିଯୋଗ ଆଣିଥିବା ଦ୍ୱିତୀୟ ମହିଳା ଜଣଙ୍କ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୦’ରେ ଅଂଶ ଗ୍ରହଣ କରିବାର ଥିଲା। ତାଙ୍କୁ ଶୋ’ରେ ୱାଇଲ୍ଡ୍‌ କାର୍ଡ୍‌ରେ ଏଣ୍ଟ୍ରି କରିବାକୁ କୁହାଯାଇଥିଲା।  କିନ୍ତୁ ସେ ଏମିତି କରିବାକୁ ମନା କରିଦେଲେ। କାରଣ ଶୋ’ରେ ଅନୁ ମଲ୍ଲିକ୍‌ ଜଜ୍‌ ଥିଲେ।

Advertisment

ଏହି ମହିଳାଙ୍କ କହିବା କଥା, ୭ ବର୍ଷ ପୂର୍ବରୁ ସେ ଅନୁଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ। ଏକଦା ଅନୁଙ୍କୁ  ଭେଟିବାକୁ ଆସିଥିବା ବେଳେ ଅନୁ ତାଙ୍କୁ ତାଙ୍କ ବୟଫ୍ରେଣ୍ଡଙ୍କ କଥା ପଚାରିଥିଲେ। ସେ ମନା କରିବାରୁ ଅନୁ କହିଥିଲେ,  “ଆଉ ଥରେ ଯେବେ ସାକ୍ଷାତ କରିବ, ସେତେବେଳେ ସିଫନ୍‌ ଶାଢ଼ି ପିନ୍ଧି ଆସିବ”।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe