ମୁମ୍ବାଇ: ‘ବିଗ୍ ବସ୍ ୧୩’ର ଗ୍ରାଣ୍ଡ ଫିନାଲେ ଧୀରେ ଧୀରେ ପାଖେଇ ଆସୁଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ କରିବାକୁ ନିଷ୍ପତ୍ତି ହୋଇଛି। ଆଉ ତା’ପୂର୍ବରୁ ଗତକାଲି ବିଶାଲ୍ ଆଦିତ୍ୟ ସିଂହ ଘରୁ ବାହାରିଯାଇଛନ୍ତି। ବର୍ତ୍ତମାନ ବିବି ହାଉସ୍ରେ ଆଉ ମାତ୍ର ୭ ଜଣ ମେମ୍ବର ଅଛନ୍ତି। କୁହାଯାଉଛି, ଏଥର ଫିନାଲେ ରେସ୍ରେ ଟପ୍ ୩ ବଦଳରେ ଟପ୍ ଫାଇଭ୍ ସାମିଲ୍ ହେବେ। ଆଉ ସଦ୍ୟ ସୂଚନା ଅନୁଯାୟୀ, ବିଗ୍ ବସ୍ରେ ହେବ ମିଡ୍ ନାଇଟ୍ ଏଭିକ୍ସନ୍। ଯେଉଁଥିରେ ଜଣେ ପ୍ରତିଯୋଗୀ ଘରୁ ବାହାରିଯିବେ।
https://www.instagram.com/p/B6k-cu4lXwf/?utm_source=ig_web_copy_link
ଫିନାଲେକୁ ଆଉ ରହିଲା ମାତ୍ର ୨ଟି ସପ୍ତାହ। ଆଉ ସେଥିରେ ରହିଲା ଆଉ ମାତ୍ର ଗୋଟିଏ ‘ୱିକେଣ୍ଡକା ବାର୍’, ଯେଉଁଥିରେ ଏଲିମିନେଶନ୍ ହୁଏ। ତେବେ ଯଦି ଫିନାଲେରେ କେବଳ ଟପ୍ ୫ ହିଁ ରହିବେ, ତା’ହେଲେ ବିଗ୍ ବସ୍ଙ୍କୁ ଦୁଇଜଣଙ୍କୁ ବାହାର କରିବାକୁ ହେବ। ହେଲେ ଗୋଟିଏ ୱିକେଣ୍ଡ କା ବାର୍ରେ ଏହା ସମ୍ଭବ ନୁହେଁ। ତେଣୁ ଖବର ମିଳିଛି ଯେ ଚଳିତ ସପ୍ତାହରେ ହିଁ ଜଣେ ସଦସ୍ୟ ‘ମିଡ୍ନାଇଟ୍ ଏଭିକ୍ସନ୍’ରେ ବାହାରିଯିବେ। ତେବେ ବିଗ୍ ବସ୍ ଫ୍ୟାନ୍କ୍ଲବ୍ର ସୂଚନା ଅନୁଯାୟୀ ଏହି ଏଭିକ୍ସନ୍ରେ ମାହିରା ଶର୍ମା ବିଦା ହେବେ।
ଚଳିତ ସପ୍ତାହରେ ‘ମିଡ୍ନାଇଟ୍ ଏଭିକ୍ସନ୍’ ହେବ। ଏହା ତ ସତ। ହେଲେ ଏଥିରେ ମାହିରା ବାହାରିବେ କି ଆଉ କିଏ, ଏହା କେବଳ ଆଗାମୀ ଏପିସୋଡ୍ ଦେଖିଲେ ହିଁ ଜଣାପଡ଼ିବ। ତେବେ ଘର ଭିତରେ ବର୍ତ୍ତମାନ ଯେଉଁ ୭ ଜଣ ଅଛନ୍ତି, ସେମାନେ ହେଲେ- ପାରସ୍ ଛାବ୍ରା, ମାହିରା ଶର୍ମା, ଆରତି ସିଂହ, ସିଦ୍ଧାର୍ଥ ଶୁକ୍ଲା, ରଶ୍ମିଦେଶାଇ ଓ ଶେହନାଜ୍ ଗିଲ୍। ଏମାନଙ୍କ ମଧ୍ୟରୁ ମାହିରା ଓ ଆରତି ହେଉଛନ୍ତି ସବୁଠୁ ଦୁର୍ବଳ ପ୍ରତିଯୋଗୀ। ତେଣୁ ମିଡ୍ନାଇଟ୍ ଏଭିକ୍ସନ୍ରେ ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ବାହାରିଯିବେ ବୋଲି ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ଗତକାଲି ଶୋ’ରୁ ବିଶାଲ୍ ବାହାରିଯିବା ପରେ ତାଙ୍କ ଫ୍ୟାନ୍ମାନେ ନିରାଶ ହୋଇଛନ୍ତି। ସେମାନଙ୍କ ମୁତାବିକ ବିଶାଲ୍ଙ୍କ ବଦଳରେ ମାହିରା କିମ୍ବା ଆରତି ଶୋ’ରୁ ବାହାରିବା ଉଚିତ୍ ଥିଲା। ସୋଶାଲ୍ ମିଡିଆରେ ବିଶାଲ୍ଙ୍କ ସପକ୍ଷରେ ଫ୍ୟାନ୍ମାନେ ଭିନ୍ନ ଭିନ୍ନ ପୋଷ୍ଟ କରୁଛନ୍ତି। ସମସ୍ତେ ବିଗ୍ ବସ୍ଙ୍କର ଏ ନିଷ୍ପତ୍ତି ଭୁଲ୍ ବୋଲି କହୁଛନ୍ତି। ବିଶାଲ୍ ଏକମାତ୍ର ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀ ଥିଲେ ଯିଏ କି ଶୋ’ରେ ଏତେ ଦୂର ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।