Advertisment

‘ମିହିର ଦାସ ସବୁଠୁ ବଡ଼ ପ୍ରତିଯୋଗୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କିଏ ଅବା ନ ଜାଣେ। ସେ ଜଣେ ଭଲ ଅଭିନେତ୍ରୀ। କେବଳ ଫିଲ୍ମ ନୁହେଁ, ଧାରାବାହିକ, ନାଟକ ଓ ଯାତ୍ରାରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି, ଯାହା ତାଙ୍କୁ ଅନ୍ୟ ଅଭିନେତ୍ରୀଙ୍କଠାରୁ ଏକ ଭିନ୍ନ ପରିଚୟ ଦେଇଛି। ଆଉ ଏହି ଦକ୍ଷ ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ସମସ୍ତଙ୍କ ପାଇଁ ସବୁଠୁ ବଡ଼ ପ୍ରତିଯୋଗୀ ବୋଲି ମନେ […]

‘ମିହିର ଦାସ ସବୁଠୁ ବଡ଼ ପ୍ରତିଯୋଗୀ’

MIHIR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କିଏ ଅବା ନ ଜାଣେ। ସେ ଜଣେ ଭଲ ଅଭିନେତ୍ରୀ। କେବଳ ଫିଲ୍ମ ନୁହେଁ, ଧାରାବାହିକ, ନାଟକ ଓ ଯାତ୍ରାରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି, ଯାହା ତାଙ୍କୁ ଅନ୍ୟ ଅଭିନେତ୍ରୀଙ୍କଠାରୁ ଏକ ଭିନ୍ନ ପରିଚୟ ଦେଇଛି। ଆଉ ଏହି ଦକ୍ଷ ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ସମସ୍ତଙ୍କ ପାଇଁ ସବୁଠୁ ବଡ଼ ପ୍ରତିଯୋଗୀ ବୋଲି ମନେ କରନ୍ତି। କାରଣ ତାଙ୍କ ମତରେ ମିହିର ଦାସଙ୍କ ଅଭିନୟ ସମସ୍ତ କଳାକାରଙ୍କୁ ଆହ୍ୱାନ କଲା ଭଳି ବା ଚ୍ୟାଲେଞ୍ଜ କଲା ଭଳି ହୋଇଥାଏ।

Advertisment

publive-image‘ଓଟିଭି’ରେ ପ୍ରସାରିତ ହେଉଥିବା ‘ଗପସପ’ କାର୍ଯ୍ୟକ୍ରମର ଏକ ଏପିସୋଡ୍‌ରେ ଉଷସୀ କହିଥିଲେ,“ମିହିର ଦାସ ଜଣେ ଦକ୍ଷ କଳାକାର। ମୁଁ ଯେତେବେଳେ ବି ତାଙ୍କ ସହ ଅଭିନୟ କରେ ମନେ ମନେ ଭାବେ ତାଙ୍କ ପରି ତ ଅଭିନୟ କରିପାରିବିନି। ତାଙ୍କ ସହ କେବଳ ମ୍ୟାନେଜ୍‌ କଲାପରି ଅଭିନୟ କରିପାରିବି।”

ସେ ଆହୁରି କହିଥିଲେ,“ମିହିର୍‌ ଦାସ ସବୁ ଚରିତ୍ରକୁ ନ୍ୟାୟ ଦେବା ପରି ଅଭିନୟ କରିପାରନ୍ତି। ସେ ଏମିତି ଜଣେ ଅଭିନେତା ଯେ ପ୍ରତିଯୋଗିତା କରିବାର ଆହ୍ୱାନ ଦିଅନ୍ତି। ଏମିତି କୌଣସି ଚରିତ୍ର ନାହିଁ ଯେଉଁଥିରେ ମିହିର୍‌ ଦାସ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିନଥିବେ। ତାଙ୍କୁ ଦେଖିଲେ ଲାଗେ ଦିନେ ନା ଦିନେ ତାଙ୍କ ପରି କଳାକାରଟିଏ ହେବି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe