Advertisment

ମୁଁ ଅରିଜିତ୍‌ଙ୍କ ଠାରୁ ଭଲ ଗାଇ ପାରିବି: ମିକା

ମୁମ୍ବାଇ:‘ଆଜ୍‌କୀ ପାର୍ଟି ମେରି ତରଫ୍‌ ସେ’ ଗୀତ ବାଜିଲେ ବଲିଉଡ୍‌ର ଜଣାଶୁଣା ସିଙ୍ଗର୍‌ ମିକା ସିଂହଙ୍କ କଥା ନିହାତି ମନେ ପଡ଼େ। କାହିଁକି ନା ସେ ଦର୍ଶକଙ୍କୁ ଏହି ସୁନ୍ଦର ପାର୍ଟି ସଙ୍ଗ୍‌ ଭେଟି ଦେଇଛନ୍ତି। ମିକା ସିଂହ ନିଜ ଗୀତ ପାଇଁ ଯେତିକି ଚର୍ଚ୍ଚାରେ ରହନ୍ତି, ବିବାଦୀୟ ମନ୍ତବ୍ୟ ପାଇଁ ବି ସେତିକି ଚର୍ଚ୍ଚାରେ ରହନ୍ତି। ନିକଟରେ ଏକ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ଅଛନ୍ତି। ଏମ୍‌ ଟିଭି ବିଟ୍‌ସ୍‌ରେ ପ୍ରସାରିତ ହେଉଥିବା ଶୋ’‘ସିକ୍ରେଟ୍‌ ସାଇଟ୍‌’ରେ […]

ଅଦ୍ୟତନ ହୋଇଛି
ମୁଁ ଅରିଜିତ୍‌ଙ୍କ ଠାରୁ ଭଲ ଗାଇ ପାରିବି: ମିକା

arjit

Advertisment

ମୁମ୍ବାଇ:‘ଆଜ୍‌କୀ ପାର୍ଟି ମେରି ତରଫ୍‌ ସେ’ ଗୀତ ବାଜିଲେ ବଲିଉଡ୍‌ର ଜଣାଶୁଣା ସିଙ୍ଗର୍‌ ମିକା ସିଂହଙ୍କ କଥା ନିହାତି ମନେ ପଡ଼େ। କାହିଁକି ନା ସେ ଦର୍ଶକଙ୍କୁ ଏହି ସୁନ୍ଦର ପାର୍ଟି ସଙ୍ଗ୍‌ ଭେଟି ଦେଇଛନ୍ତି।

Advertisment

ମିକା ସିଂହ ନିଜ ଗୀତ ପାଇଁ ଯେତିକି ଚର୍ଚ୍ଚାରେ ରହନ୍ତି, ବିବାଦୀୟ ମନ୍ତବ୍ୟ ପାଇଁ ବି ସେତିକି ଚର୍ଚ୍ଚାରେ ରହନ୍ତି।
ନିକଟରେ ଏକ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ଅଛନ୍ତି।

[caption id="attachment_277985" align="alignnone" width="750"]mika image credit-India TV[/caption]

Advertisment

ଏମ୍‌ ଟିଭି ବିଟ୍‌ସ୍‌ରେ ପ୍ରସାରିତ ହେଉଥିବା ଶୋ’‘ସିକ୍ରେଟ୍‌ ସାଇଟ୍‌’ରେ ସେ କହିଛନ୍ତି, ‘ଚନ୍ନା ମେରିୟା’ ଗୀତଟି ଆହୁରି ଭଲ ହୋଇ ପାରିଥା’ନ୍ତା।

ଶୋ’ରେ ମିକା ‘ଚନ୍ନା ମେରିୟା’ର କିଛି ପଦ ଗୁଣୁଗୁଣେଇବା ପରେ କହିଥିଲେ,“ଏହି ଗୀତକୁ ଅରିଜିତ୍‌ ସିଂହ ଗାଇଛନ୍ତି। ଗୀତଟି ଖୁବ୍‌ ଭଲ ମଧ୍ୟ ହୋଇଛି। ମୁଁ ଆଉ ଥରେ ଏହି ଗୀତକୁ ପୂରା ମନେ ରଖିବି ଓ ତାଙ୍କଠାରୁ ବି ଭଲ ଗାଇବି।” ଅବଶ୍ୟ ତାଙ୍କର ଏହି ମନ୍ତବ୍ୟକୁ ଅନେକ ନାପସନ୍ଦ କରିଛନ୍ତି।

ନିକଟରେ ହରର କମେଡି ଫିଲ୍ମ ‘ସ୍ତ୍ରୀ’ରେ ମିକା ଗାଇଥିବା ‘ମିଲେଗି ମିଲେଗି’ ଗୀତ ଖୁବ୍‌ ହିଟ୍‌ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe