Advertisment

ଅଙ୍କିତାଙ୍କୁ ପିଠିରେ ବସାଇ ଫ୍ୟାନଙ୍କୁ ଏପରି କହିଲେ ମିଲିନ୍ଦ...

ମୁମ୍ବାଇ: କରୋନା ଭୂତାଣୁ ମୁକାବିଲା ଲାଗି ସାରା ଭାରତକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ବଲିଉଡ୍ ତାରାକାମାନେ ଘରେ ରହି ସାମାଜିକ ଦୂରତ୍ୱକୁ ବଜାୟ ରଖୁଛନ୍ତି। ତେବେ ଲାଇଟ୍, କ୍ୟାମେରା, ଆକ୍ସନଠାରୁ ଦୂରରେ ରହି ଏହି ତାରକାମାନେ ଘରେ ରହି ସୋଶାଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ି ହେଉଛନ୍ତି। ତେବେ ଫିଟନେସ୍ ଫ୍ରିକ୍ ମିଲିନ୍ଦ ସୋମନ ମଧ୍ୟ ଲକ୍ ଡାଉନବେଳେ ଘରେ ଅଛନ୍ତି ଆଉ ଘରେ ରହି ହିଁ ନିଜ ଫିଟନେସ୍ ଉପରେ […]

author-image
Pragnya Choudhury
ଅଙ୍କିତାଙ୍କୁ ପିଠିରେ ବସାଇ ଫ୍ୟାନଙ୍କୁ ଏପରି କହିଲେ ମିଲିନ୍ଦ...

milind and ankita

ମୁମ୍ବାଇ: କରୋନା ଭୂତାଣୁ ମୁକାବିଲା ଲାଗି ସାରା ଭାରତକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ବଲିଉଡ୍ ତାରାକାମାନେ ଘରେ ରହି ସାମାଜିକ ଦୂରତ୍ୱକୁ ବଜାୟ ରଖୁଛନ୍ତି। ତେବେ ଲାଇଟ୍, କ୍ୟାମେରା, ଆକ୍ସନଠାରୁ ଦୂରରେ ରହି ଏହି ତାରକାମାନେ ଘରେ ରହି ସୋଶାଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ି ହେଉଛନ୍ତି। ତେବେ ଫିଟନେସ୍ ଫ୍ରିକ୍ ମିଲିନ୍ଦ ସୋମନ ମଧ୍ୟ ଲକ୍ ଡାଉନବେଳେ ଘରେ ଅଛନ୍ତି ଆଉ ଘରେ ରହି ହିଁ ନିଜ ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି। ଏଥିରେ ତାଙ୍କୁ ରୋମାଣ୍ଚିକ ଅନ୍ଦାଜରେ ସହଯୋଗ କରୁଛନ୍ତି ପତ୍ନୀ ଅଙ୍କିତା।

Advertisment

https://www.instagram.com/p/B-EoI7qn34u/?utm_source=ig_web_copy_link

ମିଲିନ୍ଦ ସୋମନଙ୍କୁ ଦେଶର ଫିଟ୍ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଏ। ଫିଟନେସ୍ କଥା ଆସିଲେ ମିଲିନ୍ଦଙ୍କ ନାମ ଆସେ। ତେବେ କରୋନା ଯୋଗୁ ଲକ୍ ଡାଉନ୍ ବେଳେ ଜିମ୍ ଯାଇ ଫିଟ୍ ରହିବା କଥା ଭୁଲିଯାଆନ୍ତୁ। ଏମିତିରେ ତାରକାମାନେ କିଭଳି ନିଜକୁ ଫିଟ୍ ରଖିବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ହେଲେ ମିଲିନ୍ଦଙ୍କୁ ଏନେଇ କୌଣସି ଚିନ୍ତା ନାହିଁ। କାରଣ ପତ୍ନୀ ଅଙ୍କିତା ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଫିଟ୍ ରହିବାକୁ ପ୍ରେରଣା ଯୋଗାଉଛନ୍ତି।

https://www.instagram.com/p/B-JznHoHLuT/?utm_source=ig_web_copy_link

ପିଠି ଉପରେ ଅଙ୍କିତାଙ୍କୁ ବସାଇ ମିଲିନ୍ଦ କରୁଛନ୍ତି ପୁଶ୍-ଅପ୍ସ। ଆଉ ଏହାର ଏକ ଭିଡିଓ କରି ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓଟି ଶେୟାର କରି ମିଲିନ୍ଦ ଲେଖିଛନ୍ତି, “ଏହା ହେଊଛି 8ମ ଦିନ, ଯାହା ଅଛି, ତାହାକୁ ନେଇ କାର୍ଯ୍ୟ କର। ଯେଉଁମାନେ କୁହନ୍ତି ଯେ, ସେମାନଙ୍କ ପାଖରେ ସମୟ ନାହିଁ, ଏବେ କରନ୍ତ। ସମ୍ପୂର୍ଣ୍ଣ ରୋଗ ପ୍ରତିରୋଧକ ଶକ୍ତି ତୁଳନାରେ କୌଣସି ଔଷଧ, କୌଣସି ଟୀକା ଅଧିକ ଫଳପ୍ରଦ ନୁହେଁ।“

Advertisment

https://www.instagram.com/p/B9G4QCVHu3q/?utm_source=ig_web_copy_link

ମିଲିନ୍ଦ ଆହୁରି ମଧ୍ୟ କହିଛନ୍ତି, “ଇମ୍ୟୁନ୍ ସିଷ୍ଟମକୁ ଠିକ୍ କରିବାକୁ ବ୍ୟାୟାମର ଆବଶ୍ୟକତା ରହିଛି। ସୂର୍ଯ୍ୟ ନମସ୍କାର ଭଳି ସହଜ ଓ ସରଳ ତଥା ଫଳପ୍ରଦ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଶରୀରର କ୍ରିୟାରେ ଉନ୍ନତି ଆସିଥାଏ। ପ୍ରଥମେ ନମ୍ବରରେ ନିଜ ସ୍ତ୍ରୀଙ୍କୁ ଉଠାଇବା ବ୍ୟାୟାମ କରନ୍ତୁ ନାହିଁ। ମୁଁ 5ରୁ ଆରମ୍ଭ କରିଥଲେ ଏବଂ ଏପ୍ରିଲ 14 ସୁଦ୍ଧା 12 ଯାଏ ପହଞ୍ଚିବାକୁ ଅଛି।”