Advertisment

ଚକିତ କରୁଛି ମିଲିନ୍ଦଙ୍କ ନୂଆ ଲୁକ୍

ମୁମ୍ବାଇ: ନୂଆ ଲୁକରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ। ତାଙ୍କ ଲୁକ୍ ଏବେ ସମସ୍ତଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ମଧ୍ୟ ତାଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜରୋସୋରରେ ଭାଇରାଲ ହେଉଛି ମିଲିନ୍ଦଙ୍କ କିନ୍ନର ଲୁକ୍। ନିକଟରେ ୱେବ ସିରିଜ ‘ପୌରଶପୁର’ର ଟିଜର ରିଲିଜ ହୋଇଯାଇଛି। ରିଲିଜର କେଇ ଘଂଟା ମଧ୍ୟରେ ଏହା ୟୁଟ୍ୟୁବରେ ଜବରଦସ୍ତ ହିଟ୍ ମଧ୍ୟ ହୋଇଛି। ଏହି ଟିଜରରେ ମିଲିନ୍ଦ ସୋମନଙ୍କୁ କିନ୍ନର ଲୁକରେ ଦେଖିବାକୁ ମିଳିଛି। ଯାହା […]

ଅଦ୍ୟତନ ହୋଇଛି
ଚକିତ କରୁଛି ମିଲିନ୍ଦଙ୍କ ନୂଆ ଲୁକ୍

milind-new-look

Advertisment

ମୁମ୍ବାଇ: ନୂଆ ଲୁକରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ। ତାଙ୍କ ଲୁକ୍ ଏବେ ସମସ୍ତଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ମଧ୍ୟ ତାଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜରୋସୋରରେ ଭାଇରାଲ ହେଉଛି ମିଲିନ୍ଦଙ୍କ କିନ୍ନର ଲୁକ୍।

Advertisment

ନିକଟରେ ୱେବ ସିରିଜ ‘ପୌରଶପୁର’ର ଟିଜର ରିଲିଜ ହୋଇଯାଇଛି। ରିଲିଜର କେଇ ଘଂଟା ମଧ୍ୟରେ ଏହା ୟୁଟ୍ୟୁବରେ ଜବରଦସ୍ତ ହିଟ୍ ମଧ୍ୟ ହୋଇଛି। ଏହି ଟିଜରରେ ମିଲିନ୍ଦ ସୋମନଙ୍କୁ କିନ୍ନର ଲୁକରେ ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ଫ୍ୟାନ୍ସମାନଙ୍କୁ ତାଙ୍କର ଏହି କିନ୍ନର ଲୁକ ବେଶ ପସନ୍ଦ ଆସୁଛି। ୱେବ ସିରିଜ ‘ପୌରଶପୁର’ରେ ମିଲନ୍ଦଙ୍କୁ ବୋରିସ ଭୂମିକାରେ ଦଖିବାକୁ ମିଳିବ।

View this post on Instagram

A post shared by ALTBalaji (@altbalaji)


ପୌରଶପୁର’ର ସିରିଜର ମୁଖ୍ୟ ଭୂମିକାରେ ଅନୁ କପୁର, ଶିଳ୍ପା ସିନ୍ଦେ, ମିଲିନ୍ଦ ସୋମନ ଏବଂ ଶାହିର ଶେଖ ନଜର ଆସିବେ। ଏଥିରେ ଅନୁ କପୁରଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ସେ ରାଜା ଭଦ୍ରପ୍ରତାପ ଭୂମିକାରେ ନଜର ଆସିବେ। ସେହିପରି ଚର୍ଚ୍ଚତ ଧାରାବାହିକ ‘ଭାବି ଜୀ ଘର ପର ହୈ’ ଫେମ୍ ଶିଳ୍ପା ସିନ୍ଦେଙ୍କୁ ରାଣୀ ମୀରାବତୀ ଭୂମିକାରେ ଦଖିବାକୁ ମିଳିବ। ଆସନ୍ତାକାଲି ୱେବ ସିରିଜର ପୁରା ଟ୍ରେଲର ରିଲିଜ ହେବ।

Advertisment

ଏକତା କପୁର ପ୍ରଡକ୍ସନରେ ତିଆରି ଏହି ବିଗ ବଜେଟ ୱେବ ସିରିଜରେ ସତ୍ତାର ଲେଢ଼ଇ ଦେଖିବାକୁ ମିଳିବ। ଅଲ୍ଟ ବାଲାଜୀ ଏବଂ ଜି-୫ ଭଳି ଓଟିଟି ପ୍ଲାଟ ଫର୍ମରେ ଖୁବଶୀଘ୍ର ଏହାର ଷ୍ଟ୍ରିମିଂ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe