Advertisment

ପୁଅ ପାଇଁ ଉପହାର ନପଠାଇବାକୁ ଅନୁରୋଧ କଲେ ମୀରା ରାଜପୁତ, ଜାଣନ୍ତୁ କାରଣ

ମୁମ୍ବାଇ: ନୂଆ ସଦସ୍ୟଙ୍କ ଆଗମନ ଯୋଗୁ ଏବେ ଅଭିନେତା ଶାହିଦ୍‌ କପୁର୍‌ଙ୍କ ଘର ଖୁସିରେ ଫାଟି ପଡ଼ୁଛି। ପୁଅ ଜୈନ୍‌ କପୁର୍‌ ଜନ୍ମ ହେବା ପରେ ପ୍ରତିଦିନ ଶାହିଦ୍ ଓ ପତ୍ନୀ ମୀରା ରାଜପୁତଙ୍କ ନିକଟକୁ  ଫ୍ୟାନ୍‌ମାନଙ୍କ ଶୁଭକାମନା ଓ ଉପହାରର ସୁଅ ଛୁଟିଛି। ଏଥିପାଇଁ ଶାହିଦ୍‌ ଓ ମୀରା ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ତେବେ ପୁଅ ଜୈନ୍‌ ପାଖକୁ ଉପହାର ପଠାଇବା ପ୍ରସଙ୍ଗରେ ଶାହିଦ୍‌ପତ୍ନୀ ମୀରା ସୋଶାଲ୍‌ ମିଡିଆରେ ଏକ ବିଶେଷ ଅନୁରୋଧ ମଧ୍ୟ କରିଛନ୍ତି। ନିଜ ବାର୍ତ୍ତାରେ […]

ପୁଅ ପାଇଁ ଉପହାର ନପଠାଇବାକୁ ଅନୁରୋଧ କଲେ ମୀରା ରାଜପୁତ, ଜାଣନ୍ତୁ କାରଣ

sahid1

Advertisment

ମୁମ୍ବାଇ: ନୂଆ ସଦସ୍ୟଙ୍କ ଆଗମନ ଯୋଗୁ ଏବେ ଅଭିନେତା ଶାହିଦ୍‌ କପୁର୍‌ଙ୍କ ଘର ଖୁସିରେ ଫାଟି ପଡ଼ୁଛି। ପୁଅ ଜୈନ୍‌ କପୁର୍‌ ଜନ୍ମ ହେବା ପରେ ପ୍ରତିଦିନ ଶାହିଦ୍ ଓ ପତ୍ନୀ ମୀରା ରାଜପୁତଙ୍କ ନିକଟକୁ  ଫ୍ୟାନ୍‌ମାନଙ୍କ ଶୁଭକାମନା ଓ ଉପହାରର ସୁଅ ଛୁଟିଛି। ଏଥିପାଇଁ ଶାହିଦ୍‌ ଓ ମୀରା ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ତେବେ ପୁଅ ଜୈନ୍‌ ପାଖକୁ ଉପହାର ପଠାଇବା ପ୍ରସଙ୍ଗରେ ଶାହିଦ୍‌ପତ୍ନୀ ମୀରା ସୋଶାଲ୍‌ ମିଡିଆରେ ଏକ ବିଶେଷ ଅନୁରୋଧ ମଧ୍ୟ କରିଛନ୍ତି।

Advertisment

[caption id="attachment_276016" align="aligncenter" width="1127"]meera image credit-indiatvnews[/caption]

ନିଜ ବାର୍ତ୍ତାରେ ମୀରା ତାଙ୍କ ପୁଅ ପାଖକୁ ଉପହାର ନପଠାଇବା ପାଇଁ ଫ୍ୟାନ୍‌ମାନଙ୍କୁ କହିଛନ୍ତି।

Advertisment

ଏନେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେ ଲେଖିଛନ୍ତି, ‘‘ଜୈନ୍‌ଙ୍କୁ ଏତେ  ଭଲପାଇବା, ଆଶୀର୍ବାଦ ଓ ସୁନ୍ଦର ଉପହାର ଦେଉଥିବାରୁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଖୁବ୍‌ ଭାଗ୍ୟଶାଳୀ ଯେ ଆମକୁ ଆପଣମାନଙ୍କ ଏତେ ଭଲ ପାଇବା ମିଳୁଛି। କିନ୍ତୁ ମୁଁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି, ଆପଣ ଆଉ ଆମ ପାଖକୁ କୌଣସି ଉପହାର ପଠାନ୍ତୁନାହିଁ। କାହିଁକିନା, ଆମ ଚାରିପାଖରେ ଏମିତି ବହୁ ପରିବାର ଅଛନ୍ତି, ଯେଉଁମାନଙ୍କ ପିଲାଙ୍କୁ ଏହି ଉପହାରସବୁ ନିହାତି ଆବଶ୍ୟକ ଅଛି। ବରଂ ଭଲ ହେବ, ଯଦି ଆପଣ ଏହି ଉପହାର ସେହି ପରିବାରଙ୍କୁ ଦିଅନ୍ତି ଏବଂ ସେମାନଙ୍କୁ ଖୁସି ରଖିବାକୁ ଆପଣ କିଛିଟା ପ୍ରୟାସ କରନ୍ତି।"

ସୂଚନାଯୋଗ୍ୟ, ସେପ୍ଟେମ୍ବର ୫ରେ ମୀରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। । ପୁଅର ନାଁ ଜୈନ୍‌ କପୁର ରଖାଯାଇଛି। ପୁଅ ହେବା ଯୋଗୁ ଶାହିଦ୍‌ଙ୍କର ଏବେ ଏକ ସମ୍ପୂର୍ଣ୍ଣ ପରିବାର ହେଲା ବୋଲି ତାଙ୍କ ମା' ଖୁସିରେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe