ଟ୍ରେଣ୍ତ୍ କରୁଛି ‘ମିର୍ଜାପୁର-୨’ ଟ୍ରେଲର୍

ମୁମ୍ବାଇ: ଆମାଜନ ପ୍ରାଇମ୍ ଭିଡିଓରେ ମିର୍ଜାପୁର ସିରିଜକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କାରଣ ଦର୍ଶକ ‘ମିର୍ଜାପୁର’ ସିଜିନ-୨ ଦେଖିବାକୁ ଗତ ଦୁଇ ବର୍ଷ ହେଲା ଅପେକ୍ଷା କରିଛନ୍ତି। ଏହାରି ଭିତରେ ‘ମିର୍ଜାପୁର-୨’ର ଟ୍ରେଲର ରିଲିଜ୍ ହୋଇଯାଇଛି, ଯାହା ସୋଶାଲ ମିଡିଆ ସାଇଟଗୁଡ଼ିକରେ ଏବେ ଖୁବ୍ ଭାଇରାଲ ହେଉଛି।

ଲୋକଙ୍କ ଅପେକ୍ଷାକୁ ବ୍ୟର୍ଥ ଯିବାକୁ ଦେଇନି ‘ମିର୍ଜାପୁର-୨’ ଟ୍ରେଲର୍। ଦର୍ଶକ ଟ୍ରେଲର ଦେଖି ଉତ୍ସାହିତ ହୋଇପଡ଼ିଛନ୍ତି। ଭୁରି ଭୁରି ପ୍ରଶଂସା କରୁଛନ୍ତି। ଅକ୍ଟୋବର ୬ରେ ରିଲିଜ୍ ଭିଡିଓଟି ବର୍ତ୍ତମାନ ୟୁଟ୍ୟୁବରେ ଧୁମ୍ ମଚାଉଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୭୦ ଲକ୍ଷରୁ ଅଧିକ ଥର ଲୋକ ଏହାକୁ ଦେଖିସାରିଲେଣି।

‘ମିର୍ଜାପୁର-୨’ ଟ୍ରେଲର ଏବେ ୟୁଟ୍ୟୁବରେ ନଂ-୧ରେ ଟ୍ରେଣ୍ଡ୍ କରୁଛି। ଏବେ ଖାଲି ଅପେକ୍ଷା ‘ମିର୍ଜାପୁର-୨’ ରିଲିଜକୁ। କାଲିନ ଭୈୟା ଏବଂ ଗୁଡ୍ଡୁ ପଣ୍ଡିତଙ୍କ ଯୁଦ୍ଧର ଆଉ ଏକ ଦୃଶ୍ୟପଟ ଏହି ସିଜିନରେ ଦେଖିବାକୁ ମିଳିବ। ମିର୍ଜାପୁରକୁ କବଜା କରିବାକୁ ଚାଲିଥିବା ଏହି ଯୁଦ୍ଧ ଆହୁରି ଭୟଙ୍କର ହେବ। ତେବେ ମିର୍ଜାପୁର କିଏ ଅକ୍ତିଆର କରିବ ତା’ର ଉତ୍ତର ଅକ୍ଟୋବର ୨୩ରେ ମିଳିବ।

‘ମିର୍ଜାପୁର’ର କାହାଣୀ ଯେଉଁଠି ଶେଷ ହୋଇଥିଲା, ସେଠାରୁ ମିର୍ଜାପୁର-୨’ର କାହାଣୀ ଆରମ୍ଭ ହେବ। ଏହାସହ ଦମଦାର ଓ୍ୱାନ୍ ଲାଇନର୍ସ, ଆକ୍ସନ ଏବଂ ଦେଶୀ ଅନ୍ଦାଜ ସହ ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବ ମିର୍ଜାପୁର-୨’।

ମିର୍ଜାପୁର-୨’ ଓ୍ୱେବ୍ ସିରିଜର ପ୍ରଯୋଜକ ଏକ୍ସେଲ୍ ମିଡିଆ ଆଣ୍ଡ୍ ଏଣ୍ଟରଟେନମେଟ୍ ହୋଇଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଗୁରମିତ୍ ସିଂହ ଏବଂ ମିହିର ଦେସାଇ। ମିର୍ଜାପୁର-୨’ରେ ପଙ୍କଜ ତ୍ରିପାଠୀ, ଅଲୀ ଫଜଲ୍, ଶ୍ୱେତା ତ୍ରିପାଠୀ ଶର୍ମା, ରସିକା ଦୁଗଲ, ହର୍ଷ ଶେଖର ଗୌଡ଼, ଅମିତ୍ ସିୟାଲ୍, ଅଞ୍ଜୁମ ଶର୍ମା, ଶିବା ଚଡ୍ଡା, ମନୁ ଋଷି ଚଡ୍ଡା ଏବଂ ବିଜୟ ବର୍ମା, ପ୍ରିୟାଂଶୁ ଏବଂ ଇଶା ତଲଓ୍ୱାର ଅଭିନୟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।