Advertisment

ଆସିଗଲା 'ମିର୍ଜାପୁର-୨'ର ଟ୍ରେଲର୍

ନୂଆଦିଲ୍ଲୀ: ଆମାଜନ ପ୍ରାଇମ୍ ଭିଡିଓରେ ଲୋକପ୍ରିୟ ଓ୍ୱେବସିରିଜ୍ ‘ମିର୍ଜାପୁର-୨’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଦର୍ଶକ ପୂର୍ବ ସିଜିନକୁ ଖୁବ୍ ଭଲପାଇବା ଦେଇଥିବା ବେଳେ ଏଥର ପ୍ରତିଶୋଧର ନୂଆ ତରିକା ଦେଖିବାକୁ ମିଳିବ। ପ୍ରଥମ ସିଜନ୍ ଶେଷ ହେବା ପରେ ଓଟିଟି ଦର୍ଶକ ସିଜିନ୍-୨ ପାଇଁ ଡିମାଣ୍ଡ କରିଥିଲେ, ଯାହା ଏବେ ପୂରା ହେବାକୁ ଯାଉଛି। ‘ମିର୍ଜାପୁର-୨’ରେ ପଙ୍କଜ ତ୍ରିପାଠୀ, ଅଲୀ ଫଜଲ୍, ଦିବ୍ୟେନ୍ଦୁ, ଶ୍ୱେତା ତ୍ରିପାଠୀ ଶର୍ମା, ରସିକା ଦୁଗଲ, ହର୍ଷ ଶେଖର ଗୌଡ଼, ଅମିତ୍ ସିୟାଲ୍, […]

ଆସିଗଲା 'ମିର୍ଜାପୁର-୨'ର ଟ୍ରେଲର୍

mirzapur

Advertisment

ନୂଆଦିଲ୍ଲୀ: ଆମାଜନ ପ୍ରାଇମ୍ ଭିଡିଓରେ ଲୋକପ୍ରିୟ ଓ୍ୱେବସିରିଜ୍ 'ମିର୍ଜାପୁର-୨'ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଦର୍ଶକ ପୂର୍ବ ସିଜିନକୁ ଖୁବ୍ ଭଲପାଇବା ଦେଇଥିବା ବେଳେ ଏଥର ପ୍ରତିଶୋଧର ନୂଆ ତରିକା ଦେଖିବାକୁ ମିଳିବ। ପ୍ରଥମ ସିଜନ୍ ଶେଷ ହେବା ପରେ ଓଟିଟି ଦର୍ଶକ ସିଜିନ୍-୨ ପାଇଁ ଡିମାଣ୍ଡ କରିଥିଲେ, ଯାହା ଏବେ ପୂରା ହେବାକୁ ଯାଉଛି।

Advertisment

'ମିର୍ଜାପୁର-୨'ରେ ପଙ୍କଜ ତ୍ରିପାଠୀ, ଅଲୀ ଫଜଲ୍, ଦିବ୍ୟେନ୍ଦୁ, ଶ୍ୱେତା ତ୍ରିପାଠୀ ଶର୍ମା, ରସିକା ଦୁଗଲ, ହର୍ଷ ଶେଖର ଗୌଡ଼, ଅମିତ୍ ସିୟାଲ୍, ଅଞ୍ଜୁଲ ଶର୍ମା, ଶିମ୍ବା ଚଡ୍ଡା, ମନୁ ଋଷି ଏବଂ ରାଜେଶ ତୈଗଲ୍ ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏ ସମସ୍ତ ପ୍ରମୁଖ କଳାକାରଙ୍କ ଦ୍ୱାରା ଅଭିନୀତ ପ୍ରଥମ ସିଜିନର କାହାଣୀର ଆଧାର ଉପରେ ହିଁ କାହାଣୀ ଆଗକୁ ବଢ଼ିଛି। ତେବେ ଏହି ସିଜିନରେ ବିଜୟ ବର୍ମା, ପ୍ରିୟାଂଶୁ ପେନ୍ଦୋଲି ଏବଂ ଇଶା ତଲଓ୍ୱାରଙ୍କୁ ନେଇ କିଛି ଭିନ୍ନ ଏବଂ ମଜାଦାର ଟ୍ୱିଷ୍ଟ ମଧ୍ୟ ଦେଖିବାକୁ ମିଳିବ।

ଏହି ସିଜିନରେ ମିର୍ଜାପୁରକୁ ଅନେକ ଜଣ ଅକ୍ତିଆର କରିବାକୁ ଲଢ଼ୁଥିବା ଦେଖିବାକୁ ମିଳିବ। ଗୁଡ୍ଡୁ ଭାଇ ନିଜ ଭାଇଙ୍କ ମୃତ୍ୟୁର ପ୍ରତିଶୋଧ ମଧ୍ୟ ନେବେ। 'ମିର୍ଜାପୁର-୨'ର ଟ୍ରେଲର ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ଗତଥର ଭଳି ଏଥର ମଧ୍ୟ ପଙ୍କଜ ତ୍ରିପାଠୀଙ୍କ ଅଭିନୟ ପ୍ରତି ବିଶେଷ ଆକର୍ଷଣ ରହିଛି।

Advertisment

ସୂଚନା ଥାଉ କି, 'ମିର୍ଜାପୁର-୨' ଅକ୍ଟୋବର ୨୩ରେ ରିଲିଜ୍ ହେବ।

Mirzapur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe