Advertisment

ଫରହାନ୍‌ ଅଖତରଙ୍କୁ ମିଳିଲା ଆଶ୍ୱସ୍ତି, ଅଟକିଲା ଗିରଫଦାରୀ

ମୁମ୍ବାଇ: ବହୁ ଚର୍ଚ୍ଚିତ ୱେବସିରିଜ ‘ମିର୍ଜାପୁର’କୁ ମିଳିଲା ଆଶ୍ୱସ୍ତି। ପ୍ରଯୋଜକଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ଆହ୍ଲାବାଦ ହାଇକୋର୍ଟ। ୱେବ ସିରିଜକୁ ନେଇ ଉତ୍ତରପ୍ରଦେଶରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଅସଭ୍ୟ ଭାଷାରେ ଗାଳିଗୁଲଜ ସାଙ୍ଗକୁ ସମ୍ପର୍କକୁ ଭିନ୍ନ ଢ଼ଙ୍ଗରେ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଶୁଣାଣି କରି ‘ମିର୍ଜାପୁର’ ମେକର୍ସଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ୱେବସିରିଜର ପ୍ରଡ୍ୟୁସର ଫରହାନ ଅଖତର ଏବଂ ଋତେଶ ସିଧବାନୀଙ୍କ ଗିରଫଦାରୀ ଉପରେ ରୋକ […]

author-image
Madhupriya Mistry
ଫରହାନ୍‌ ଅଖତରଙ୍କୁ ମିଳିଲା ଆଶ୍ୱସ୍ତି, ଅଟକିଲା ଗିରଫଦାରୀ

Farhan akhtar

ମୁମ୍ବାଇ: ବହୁ ଚର୍ଚ୍ଚିତ ୱେବସିରିଜ 'ମିର୍ଜାପୁର'କୁ ମିଳିଲା ଆଶ୍ୱସ୍ତି। ପ୍ରଯୋଜକଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ଆହ୍ଲାବାଦ ହାଇକୋର୍ଟ। ୱେବ ସିରିଜକୁ ନେଇ ଉତ୍ତରପ୍ରଦେଶରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଅସଭ୍ୟ ଭାଷାରେ ଗାଳିଗୁଲଜ ସାଙ୍ଗକୁ ସମ୍ପର୍କକୁ ଭିନ୍ନ ଢ଼ଙ୍ଗରେ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଶୁଣାଣି କରି 'ମିର୍ଜାପୁର' ମେକର୍ସଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ୱେବସିରିଜର ପ୍ରଡ୍ୟୁସର ଫରହାନ ଅଖତର ଏବଂ ଋତେଶ ସିଧବାନୀଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି। publive-image

Advertisment

ପୂର୍ବରୁ ଫରହାନ ଓ ଋତେଶ ନିଜ ଗିରଫଦାରୀ ଉପରେ ରୋକ ଲଗାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଏଥିସହ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ  ରଦ୍ଦ କରିବା ପାଇଁ ମଧ୍ୟ ଉଭୟ ନିବେଦନ କରିଥିଲେ। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି ମାମଲା ରୁଜୁ କରିଥିବା ବ୍ୟକ୍ତି ଏବଂ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଆସନ୍ତା ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।publive-image

ସୂଚନାଯୋଗ୍ୟ ଯେ, ଉକ୍ତ ୱେବସିରିଜ ବିରୋଧରେ ମିର୍ଜାପୁରା ଥାନାରେ ମାମଲା ରୁଜୁ ହୋଇଥିଲା। ମିର୍ଜାପୁର ୱେବସିରିଜଟି ସାମାଜିକ ଏବଂ ଧାର୍ମିକ ଭାବନକୁ ଆଘାତ ଦେଇଛି। ଏଥିସହ ସମ୍ପର୍କକୁ ଭଲ ଢ଼ଙ୍ଗରେ ଚିତ୍ରିତ କରାଯାଇଛି। ୱେବସିରିଜରେ ଅବୈଧ ସମ୍ପର୍କକୁ ପ୍ରୋତ୍ସାହନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୟୁପି ପୁଲିସର ଏକ ଟିମ ୱେବସିରିଜ ମେକର୍ସଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା ମଧ୍ୟ କରିଥିଲା।

Advertisment

୨୦୧୮ରେ 'ମିର୍ଜାପୁର'ର ପ୍ରଥମ ସିଜିନ ରିଲିଜ ହୋଇଥିଲା ବେଳେ ୨୦୨୦ରେ ଏହାର ଦ୍ୱିତୀୟ ସିଜିନ ରିଲିଜ ହୋଇଛି। ଏଥିରେ ପଙ୍କଜ ତ୍ରିପାଠୀ, ଅଲ୍ଲି ଫେଜଲ, ଦିବ୍ୟେନ୍ଦୁ, କୁଲଭୂଷଣ ଖରବନ୍ଦା, ରସିକା ଦୁଗ୍ଗଲ, ରାଜେଶ ଏବଂ ବିଜୟ ଶର୍ମା ପ୍ରମୁଖ ଲିଡ ରୋଲରେ ଅଛନ୍ତି।

Bollywood