‘ମିରଜେୟା’ର ପ୍ରଥମ ଗୀତ ରିଲିଜ୍

mizyaମୁମ୍ବାଇ: ବଲିଉଡ୍ ଅଭିନେତା ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନଙ୍କ ଡେବ୍ୟୁ ଫିଲ୍ମ ‘ମିରଜେୟା’ର ପ୍ରଥମ ଗୀତ ରିଲିଜ୍ ହୋଇଯାଇଛି। ଏହି ଗୀତରେ ହର୍ଷବର୍ଦ୍ଧନ ଓ ସୈୟାନୀଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତଟିକୁ ଦଲେର ମେହନ୍ଦୀ, ସେନ୍ ଜହୁର, ଅଖତର ଚୈନଲ ଓ ନୁରା ସିଷ୍ଟର୍ସ ଗାଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର-ଏହସାନ-ଲୟ। ଏହି ଗୀତକୁ ଲେଖିଛନ୍ତି ଗୁଲଜାର।

ଫିଲ୍ମଟିର ଟିଜର ଓ ଟ୍ରେଲର ପୂର୍ବରୁ ଦର୍ଶକଙ୍କ ମନରେ ସସପେନ୍ସ ଭରି ସାରିଛି।

ରାକେଶ ଓମ୍ ପ୍ରକାଶ ମେହେରା ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।