Advertisment

ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪

୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଡେନମାର୍କ ପ୍ରତିଯୋଗୀ ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ।

ଅଦ୍ୟତନ ହୋଇଛି
Victoria Kjaer Theilvig

Victoria Kjaer Theilvig

Advertisment

୨୦୨୪ ମିସ୍ ୟୁନିଭର୍ସ ଘୋଷିତ। ଚଳିତ ବର୍ଷର ଏହି ସମ୍ମାନଜନକ ଟାଇଟଲ୍ ହାତେଇଛି ଡେନମାର୍କ। ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର ଥେଲବିଗ୍ ହୋଇଛନ୍ତି ମିସ୍ ୟୁନିଭର୍ସ ୨୦୨୪। ୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଡେନମାର୍କକୁ ମିସ୍ ୟୁନିଭର୍ସ ଟାଇଟଲ୍ ଭେଟି ଦେଇଛନ୍ତି ।

Advertisment

ଡେନମାର୍କ ୱିନର୍ ହୋଇ ଥିବାବେଳେ ନାଇଜେରିଆ ହୋଇଛି ରନର୍ ଅପ୍। ନାଇଜେରିଆର ଚିଡିମ୍ମା ଆଡେଟସିନା ହୋଇଛନ୍ତି ମିସ୍ ୟୁନିଭର୍ସର ପ୍ରଥମ ରନର୍ ଅପ୍। ସେହିପରି ଦ୍ୱିତୀୟ ରନର୍ ଅପ୍ ମେକ୍ସିକୋର ମାରିଆ ଫର୍ନାନ୍ଦା ବେଲଟ୍ରାନ୍, ତୃତୀୟ ରନର୍ ଅପ୍ ଥାଇଲ୍ୟାଣ୍ଡର ଓପଲ୍ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍ ଅପ୍ ଭେନେଜୁଏଲର ଇଲିଆନା ମାର୍କେଜ୍ ହୋଇଛନ୍ତି। 

ମିସ୍ ୟୁନିଭର୍ସ ୨୦୨୪ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା CDMX ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା। ମିସ୍ ୟୁନିଭର୍ସ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଭାରତର ରିୟା ସିଂଘା ମଧ୍ୟ ଭାଗ ନେଇଥିଲେ। ସେ ଟପ୍ ୩୦ରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିଥିଲେ, ମାତ୍ର ଟପ୍ ୧୨ରେ ପ୍ରବେଶ କରିପାରି ନଥିଲେ।

Advertisment

ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୨୫ଟି ଦେଶର ପ୍ରତିଯୋଗୀମାନେ ଭାଗ ନେଇଥିଲେ। ବିଜୟୀ ଡେନମାର୍କର ଭିକ୍ଟୋରିଆଙ୍କୁ ଗତ ବର୍ଷର ମିସ୍ ୟୁନିଭର୍ସ ବିଜେତା ନିକାରଗୁଆର ଶେନିସ୍ ପାଲାସିଓସ୍ ମୁକୁଟ ପିନ୍ଧାଇ ବିଜୟୀ ଘୋଷଣା କରିଥିଲେ। 

ପ୍ରକାଶ ଥାଉକି, ଏଥର ମିସ୍ ୟୁନିଭର୍ସର ମୁକୁଟରେ ସ୍ୱତନ୍ତ୍ରତା ଭରି ରହିଛି। ଏହି କ୍ରାଉନର ନାମ 'ଲୁମିଏରେ ଡି ଲ'ଇନଫିନି' ରଖାଯାଇଛି। ଏହାର ଅର୍ଥ ଆଲୋକର ଅସୀମତା। ଏଥିରେ ହୀରା ସହ ୨୩ ପ୍ରକାରର ସୁବର୍ଣ୍ଣ ମୋତି ସୁସଜ୍ଜିତ ହୋଇଛି। ଏହି ସୁବର୍ଣ୍ଣ ମୋତିକୁ ଦକ୍ଷିଣ ସାଗରରୁ ଅଣାଯାଇଛି।

ପାରମ୍ପାରିକ କୌଶଳ ବ୍ୟବହାର କରି ଫିଲିପାଇନ୍ସ କାରିଗରମାନେ ମିସ୍ ୟୁନିଭର୍ସ ମୁକୁଟକୁ ତିଆରି କରିଛନ୍ତି। ଏହି କ୍ରାଉନ୍ ବା ମୁକୁଟକୁ ତିଆରି କରିବା ପାଇଁ କାରିଗରମାନଙ୍କୁ ଦୁଇ ବର୍ଷ ସମୟ ଲାଗିଛି। 

Miss Universe 2024 Denmark Miss Universe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe