Advertisment

ବିଧାୟକ ପ୍ରୀତିରଞ୍ଜନଙ୍କୁ ବାହାହେଲେ ଝିଲିକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାହା ହେଲେ ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କର ନିର୍ବନ୍ଧ ହୋଇଛି ବୋଲି ଜୋର୍‌ସୋର୍‌ରେ ଚର୍ଚ୍ଚା ହୋଇଥିଲା। ଏମିତିକି କିଛି ଫଟୋ ଓ ଭିଡିଓ ବି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେବେ ଆଜି ସକାଳେ ଝିଲିକ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ବିଧାୟକ ପ୍ରୀତିରଞ୍ଜନଙ୍କୁ ବାହାହେଲେ ଝିଲିକ୍‌ 

jhilik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାହା ହେଲେ ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କର ନିର୍ବନ୍ଧ ହୋଇଛି ବୋଲି ଜୋର୍‌ସୋର୍‌ରେ ଚର୍ଚ୍ଚା ହୋଇଥିଲା। ଏମିତିକି କିଛି ଫଟୋ ଓ ଭିଡିଓ ବି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେବେ ଆଜି ସକାଳେ ଝିଲିକ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି। ସାତପଡ଼ା ସ୍ଥିତ ସ୍ୱସ୍ତି ହୋଟେଲ୍‌ରେ ଏହି ବାହାଘର ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ପରିବାରର ସଦସ୍ୟଙ୍କ ସହିତ ଅଳ୍ପ କିଛି ଅତିଘନିଷ୍ଠ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ ବୋଲି ଜଣାପଡ଼ିଛି।

Advertisment

ଝିଲିକ୍ ବାହାଘର ସମୟର ଏକ ଫଟୋ ଶେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ। ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି।

https://www.instagram.com/p/B9nW0qDBoqw/?utm_source=ig_web_copy_link

ଝିଲିକ୍‌ ଦୁଇଟି ଫଟୋ ଶେଆର କରିଛନ୍ତି, ଗୋଟେ ଫଟୋରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟଟିରେ ଝିଲିକ୍‌ଙ୍କ ସହିତ ପ୍ରୀତିରଞ୍ଜନ ଓ ତାଙ୍କ ବାପାମା’ ଅଛନ୍ତି। ତେବେ ଏ ବାହାଘର ନେଇ ପ୍ରୀତିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକିୟା ମିଳିପାରିନାହିଁ।

Advertisment

publive-image

ସୂଚନାଯୋଗ୍ୟ, ପ୍ରୀତିରଞ୍ଜନ ଓ ଝିଲିକ୍ ବାହା ହେବେ ବୋଲି ପୂର୍ବରୁ ଆଭାସ ମିଳିଥିଲା। ସେମାନେ ପ୍ରାୟ ତିନି ବର୍ଷ ହେବ ପ୍ରେମରେ ପଡ଼ିଥିଲେ। ତେବେ ଏହାକୁ ନେଇ ଏତେ ଖୋଲା ଆଲୋଚନା ହୋଇ ନଥିଲା। ଏହା ପ୍ରୀତିରଞ୍ଜନଙ୍କ ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଛି।

ପ୍ରୀତିରଞ୍ଜନ ପ୍ରଥମେ ବିଜେଡି ଟିକେଟ୍‌ରେ ୨୦୦୯ରେ କୋରେଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ସୁକିନ୍ଦାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପୁଣି ଥରେ ବିଜେଡି ଟିକେଟ୍‌ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ଝିଲିକ୍‌ ଉଭୟ ଓଡ଼ିଆ ଓ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅମ୍ଳାନ ଦାସ। ସେ ପାଖାପାଖି ୧୫ଟି ଓଡ଼ିଆ ଫିଲ୍ମରେ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe