Advertisment

ବଲିଉଡ୍‌ କଳାକାରଙ୍କ ପାଇଁ ବିଧାୟକ ଅଡ଼ୁଆ

ମୁମ୍ବାଇ: ବଲିଉଡ୍‌ର ଫେମସ୍‌  ଫିଲ୍ମ ମେକର୍‌ କରନ୍‌ ଜୋହର ଅଡୁଆରେ ପଡ଼ିପାରନ୍ତି। କାରଣ ତାଙ୍କ ସହିତ କିଛି ବଲିଉଡ୍‌ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମୁମ୍ବାଇ ପୁଲିସ୍ ନିକଟରେ ଦାବି କରିଛନ୍ତି ଶିରୋମଣି ଅକାଳି ଦଳର ବିଧାୟକ ମନ୍‌ଜିନ୍ଦର ଏସ୍ ସିର୍‌ସା। କଥାଟି ହେଉଛି, ନିକଟରେ କରନ୍ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ସେ ଏହି ପାର୍ଟିର ଏକ ଭିଡିଓ ସୋଶାଲ୍ ମିଡିଆରେ ଶେଆର କରିଥିଲେ। ଏଥିରେ ବଲିଉଡ କଳାକାରମାନେ ନିଶାଦ୍ରବ୍ୟ […]

ବଲିଉଡ୍‌ କଳାକାରଙ୍କ ପାଇଁ ବିଧାୟକ ଅଡ଼ୁଆ

karan-johar-party-208a

Advertisment

ମୁମ୍ବାଇ: ବଲିଉଡ୍‌ର ଫେମସ୍‌  ଫିଲ୍ମ ମେକର୍‌ କରନ୍‌ ଜୋହର ଅଡୁଆରେ ପଡ଼ିପାରନ୍ତି। କାରଣ ତାଙ୍କ ସହିତ କିଛି ବଲିଉଡ୍‌ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମୁମ୍ବାଇ ପୁଲିସ୍ ନିକଟରେ ଦାବି କରିଛନ୍ତି ଶିରୋମଣି ଅକାଳି ଦଳର ବିଧାୟକ ମନ୍‌ଜିନ୍ଦର ଏସ୍ ସିର୍‌ସା।

Advertisment

କଥାଟି ହେଉଛି, ନିକଟରେ କରନ୍ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ସେ ଏହି ପାର୍ଟିର ଏକ ଭିଡିଓ ସୋଶାଲ୍ ମିଡିଆରେ ଶେଆର କରିଥିଲେ। ଏଥିରେ ବଲିଉଡ କଳାକାରମାନେ ନିଶାଦ୍ରବ୍ୟ ସେବନ କରୁଥିଲେ ବୋଲି ମନ୍‌ଜିନ୍ଦର ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଦେଖନ୍ତୁ କେତେ ଗର୍ବରେ ବଲିଉଡ୍‌ କଳାକାରମାନେ ନିଶାଗ୍ରସ୍ତ ଅବସ୍ଥାକୁ ଦେଖାଉଛନ୍ତି।

https://twitter.com/mssirsa/status/1156126150755622913

ଗତ ମାସ ଜୁଲାଇ ୨୮ତାରିଖରେ କରନ ଜୋହର ଏହି ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଜଣାଶୁଣା କଳାକାର ଦୀପିକା ପାଦୁକୋନ୍‌, ରଣବୀର କପୁର, ବରୁନ ଧୱନ, ଭିକି କୌଶଲ, ଶାହିଦ କପୁରଙ୍କ ସହିତ ମୀରା ରାଜପୁତ ଓ ଗୌରୀ ଖାନ୍‌ ପ୍ରମୁଖ ଯୋଗ ଦେଇଥିଲେ।

Advertisment

https://twitter.com/mssirsa/status/1156847439363502080

ବିଧାୟକ ମନ୍‌ଜିନ୍ଦର ଏସ୍ ସିର୍‌ସା ମୁମ୍ବାଇ ପୁଲିସ୍‌କୁ ଅନୁରୋଧ କରିଛନ୍ତି ଯେ, ଭିଡିଓରେ ଡ୍ରଗ୍ସ ପାର୍ଟିରେ ଦେଖାଯାଉଥିବା ବଲିଉଡ୍‌ କଳାକାରଙ୍କ ବିରୋଧରେ ଦ ନାର୍କୋଟିକ୍‌ ଡ୍ରଗ୍ସ ଏଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସ ଆକ୍ଟ, ୧୯୮୫ ଅଧୀନରେ ଏଫ୍‌ଆଇଆର୍‌ ଦାଏର କରାଯାଉ। ସେ ମୁମ୍ବାଇ ପୁଲିସ୍‌ କମିଶନରଙ୍କୁ ପଠାଇଥିବା ଚିଠିର ନକଲ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସିରସା ଏକ ଟ୍ୱିଟ୍‌ କରି କହିଥିଲେ, ଯଦି କରନଙ୍କ ପାର୍ଟିରେ ଦେଖାଯାଉଥିବା ଷ୍ଟାର୍‌ମାନେ ନିର୍ଦୋଷ, ତେବେ ଡୋପ୍‌ ଟେଷ୍ଟ୍‌ କରି ଏହାର ପ୍ରମାଣ ଦିଅନ୍ତୁ।

ସିରସା କହିଛନ୍ତି, ସେ ଏହି ମାମଲାକୁ ଆଗକୁ ନେବେ। ଏଥିପାଇଁ କେହି ତାଙ୍କୁ ଟ୍ରୋଲ୍‌ କଲେ ବି ତାଙ୍କର କିଛି ଫରକ ପଡ଼ିବନି। କାରଣ ଏବେ ସେ ଡ୍ରଗ୍ସ ବିରୋଧରେ ଲଢ଼େଇ କରୁଛନ୍ତି।

ତେବେ କଂଗ୍ରେସ ନେତା ମିଲିନ୍ଦ ଦେଓରା ଏକ ଟ୍ୱିଟ୍ କରି କହିଛନ୍ତି, ସେଦିନ କରନ୍‌ଙ୍କ ପାର୍ଟିରେ ତାଙ୍କ ପତ୍ନୀ ବି ଥିଲେ। କେହି ସେଠାରେ ନିଶା ସେବନ କରି ନଥିଲେ। କିଛି ନଜାଣି ସିରସା ଭୁଲ୍‌ ମନ୍ତବ୍ୟ ଦେଉଥିବାରୁ କ୍ଷମା ମାଗିବା ଉଚିତ୍। ଅନ୍ୟପକ୍ଷରେ କରନ୍‌ କିମ୍ବା ପାର୍ଟିରେ ଉପସ୍ଥିତ ଅନ୍ୟ କଳାକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe