Advertisment

ଅଡୁଆରେ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌

ନୂଆଦିଲ୍ଲୀ:  ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌। ଏହି ଫିଲ୍ମରେ କାମ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଫିଲ୍ମର ରିଲିଜ୍‌ ନେଇ ସିପିଏମ୍‌ ଏବଂ କଂଗ୍ରେସ ପ୍ରତିବାଦ କରିବାପରେ ନୋଟିସ୍‌ ଜାରି ହୋଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍ ରିଲିଜ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପୂର୍ବରୁ ଏପ୍ରିଲ୍‌ ୧୨ରେ ବାୟୋପିକ୍‌ ରିଲିଜ୍‌ ହେବାର ଥିଲା। ଏବେ ଫିଲ୍ମଟି ଏପ୍ରିଲ ୫ରେ […]

author-image
Biswobandita Swain
ଅଡୁଆରେ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌

1cea27b4-4fdd-11e9-8617-6ba

ନୂଆଦିଲ୍ଲୀ:  ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌। ଏହି ଫିଲ୍ମରେ କାମ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଫିଲ୍ମର ରିଲିଜ୍‌ ନେଇ ସିପିଏମ୍‌ ଏବଂ କଂଗ୍ରେସ ପ୍ରତିବାଦ କରିବାପରେ ନୋଟିସ୍‌ ଜାରି ହୋଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍ ରିଲିଜ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Advertisment

ପୂର୍ବରୁ ଏପ୍ରିଲ୍‌ ୧୨ରେ ବାୟୋପିକ୍‌ ରିଲିଜ୍‌ ହେବାର ଥିଲା। ଏବେ ଫିଲ୍ମଟି ଏପ୍ରିଲ ୫ରେ ରିଲିଜ ହେବାକୁ ସ୍ଥିର ହେବା ପଛରେ କିଛି କାରଣ ରହିଛି। ପ୍ରେକ୍ଷାଳୟକୁ ଯିବା ପୂର୍ବରୁ ଫିଲ୍ମରେ କିଛି ଆଦର୍ଶ ଆଚରଣବିଧୀର ଉଲ୍ଲଙ୍ଘନ କରାଯାଇଛି କି ନାହିଁ ଯାଞ୍ଚ କରିବାକୁ ଦଳ ନିର୍ବାଚନ କମିଶନରକୁ କହିଛନ୍ତି।

ସୂଚନା ଅନୁଯାୟୀ, ଏହି ବାୟୋପିକ୍‌ରେ ଅଭିନେତା ବିବେକ ଓବରାୟ ପ୍ରଧାନମନ୍ତ୍ରୀ ଭୂମିକାରେ ‌ଅଭିନୟ କରିଛନ୍ତି।

Advertisment