Advertisment

କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ, କଳାକାର ସଙ୍ଘ ସଭାପତି ମୋହନଲାଲଙ୍କ ଇସ୍ତଫା

କଳାକାର ସଙ୍ଘ ସଭାପତି ମୋହନଲାଲଙ୍କ ସମେତ କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
Mohanlal

Mohanlal

Advertisment

ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପଡିଛି ସଙ୍କଟ। ଏକାଧିକ ଅଭିନେତ୍ରୀ 'ମି ଠୁ' ଅଭିଯୋଗ ଆଣିବା ପରେ ଭାଙ୍ଗି ଯାଇଛି ଫିଲ୍ମ ବଡି। ମଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (AMMA) ସଭାପତି ମୋହନଲାଲଙ୍କ ସମେତ ଏକାଧିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ଭେଟେରାନ ଅଭିନେତା ସିଦ୍ଦିକ ଏବଂ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତ ବାଳକୃଷ୍ଣନଙ୍କ ସମେତ ମୋଲିଉଡର କେତେକ ନାମି ଦାମୀ କଳାକାରଙ୍କ ବିରୁଦ୍ଧରେ କିଛି ଅଭିନେତ୍ରୀ ଯୌନ ଉତ୍ପୀଡନ ଏବଂ ଦୁଷ୍କର୍ମ ଅଭିଯୋଗ ଆଣିବାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ସଙ୍କଟ ଦେଖା ଦେଇଛି। ଆଜି ଆସୋସିଏସର ସଭାପତି ମୋହନଲାଲ ପଦରୁ ଇସ୍ତଫା ଦେବା ପରେ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି।

AMMA ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ନୈତିକତା ଦୃଷ୍ଟିରୁ ଫିଲ୍ମ ବଡିକୁ ଭାଙ୍ଗି ଦିଆଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ନୂଆ କମିଟି ଗଠନ କରାଯିବ। ଏଥିପାଇଁ ଏକ ନିର୍ବାଚନ ଅନୁଷ୍ଠିତ ହେବ ବୋଲି AMMA କହିଛି। 

Advertisment

ଗତ ସପ୍ତାହରେ ଜଷ୍ଟିସ୍ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ମଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ଅନୈତିକ କାର୍ଯ୍ୟର ଖୁଲାସା ହୋଇଥିଲା। 2019ରେ ଗଠନ ହୋଇଥିବା ଏହି କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଇଣ୍ଡଷ୍ଟ୍ରିରେ ଚାଲିଥିବା ଅନୈତିକ କାର୍ଯ୍ୟ ଉପରୁ ପରଦା ହଟିଛି।

ପ୍ରକାଶ ଥାଉକି, ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଯୋଗାଇବା ବଦଳରେ ସେମାନଙ୍କୁ 'କମ୍ପ୍ରମାଇଜ୍' କରିବାକୁ କୁହାଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ, 2019ରେ ସରକାର ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରିରି ଜଷ୍ଟିସ୍ ହେମା କମିଟି ଗଠନ କରିଥିଲେ। ଏହି କମିଟି ମଲୟାଲମ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା।

କମିଟି ଯାଞ୍ଚ କରିବା ପରେ ନିକଟରେ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଦିଆଯାଇଥିବା ଖୁଲାସା କରିଛି। ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ମଧ୍ୟରେ ପୁରୁଣା ଫିଲ୍ମ ସଂସ୍ଥା ଭାଙ୍ଗି ଯାଇଛି। ସଭାପତିଙ୍କ ସମେତ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ଇସ୍ତଫା ଦେଇଛନ୍ତି। 

Me Too Malayalam Film Industry AMMA Kerala Film Industry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe