Advertisment

ମୋହନଲାଲଙ୍କୁ ଦାଦାସାହେବ ଫାଲକେ

୨୦୨୩ ବର୍ଷ ପାଇଁ ମୋହନଲାଲ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

author-image
Hemant Lenka
Mohanlala

Mohanlala

ମାଲାୟଲମ ସିନେମାର ପ୍ରଖ୍ୟାତ ଅଭିନେତା ମୋହନଲାଲଙ୍କୁ ବଡ଼ ସମ୍ମାନ। ବର୍ଷ ୨୦୨୩ ପାଇଁ ତାଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନୀତ କରିବେ କେନ୍ଦ୍ର ସରକାର। ୨୦୨୩ ବର୍ଷ ପାଇଁ ମୋହନଲାଲ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୟନ କମିଟିର ପ୍ରସ୍ତାବକ୍ରମେ ଭାରତ ସରକାର ମୋହନଲାଲଙ୍କୁ ୨୦୨୩ ଦାଦାସାହେବ ‍ଫାଲକେ ସମ୍ମାନ ପାଇଁ ମନୋନୀତ କରିଛନ୍ତି। ମୋହନଲାଲଙ୍କ ଉଲ୍ଲେଖନୀୟ ଅଭିନୟ ଯାତ୍ରା ଅନେକ ପିଢ଼ିଙ୍କୁ ଅନୁପ୍ରାଣିତ କରିଛି।

କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଭାରତୀୟ ସିନେମା ପ୍ରତି ଥିବା ତାଙ୍କ ଅବଦାନ ପାଇଁ ସମ୍ମାନୀତ କରାଯିବ। ସେପ୍ଟେମ୍ବର ୨୩ରେ ଆୟୋଜିତ ୭୧ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ସେ ସମ୍ମାନୀତ ହେବେ ବୋଲି ମନ୍ତ୍ରଣାଳୟ କହିଛି।

Advertisment

ଗତବର୍ଷ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ସମ୍ମାନ ମିଳିଥିଲା।

Dadasaheb Phalke Award Mohanlal