Advertisment

ରାଜକୁମାରୀଙ୍କୁ କରୋନା, ଏବେ କ୍ୱାରେଣ୍ଟାଇନ୍‌ରେ

ମୁମ୍ୱାଇ : ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ କିର୍ତ୍ତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଟେଲି ଅଭିନେତ୍ରୀ ମୋହିନା କୁମାରୀ ଓ ତାଙ୍କ ପୂରା ପରିବାର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ମୋହିନା ଏକ ଭାବବିହ୍ୱଳ ଚିଠି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଚିଠିରେ ଲେଖାଥିବା ପ୍ରଥମ ଲାଇନକୁ ପଢ଼ିବା ପରେ ମୋହିନାଙ୍କ ଫ୍ୟାନ୍ସ ଚିନ୍ତାବ୍ୟକ୍ତ କରିଛନ୍ତି। https://www.instagram.com/p/CA6K7hNDJ-Y/?utm_source=ig_web_copy_link ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ଅସୁସ୍ଥ ହେବା […]

ଅଦ୍ୟତନ ହୋଇଛି
ରାଜକୁମାରୀଙ୍କୁ କରୋନା, ଏବେ କ୍ୱାରେଣ୍ଟାଇନ୍‌ରେ

890

Advertisment

ମୁମ୍ୱାଇ : ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ କିର୍ତ୍ତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଟେଲି ଅଭିନେତ୍ରୀ ମୋହିନା କୁମାରୀ ଓ ତାଙ୍କ ପୂରା ପରିବାର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ମୋହିନା ଏକ ଭାବବିହ୍ୱଳ ଚିଠି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଚିଠିରେ ଲେଖାଥିବା ପ୍ରଥମ ଲାଇନକୁ ପଢ଼ିବା ପରେ ମୋହିନାଙ୍କ ଫ୍ୟାନ୍ସ ଚିନ୍ତାବ୍ୟକ୍ତ କରିଛନ୍ତି।

Advertisment

https://www.instagram.com/p/CA6K7hNDJ-Y/?utm_source=ig_web_copy_link

ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ଅସୁସ୍ଥ ହେବା ଖବରକୁ ଶେଆର୍‌ କରି ମୋହିନା ଲେଖିଛନ୍ତି, ‘ମୁଁ ଶୋଇ ପାରୁନାହିଁ। ପ୍ରାଥମିକ ଦିନଗୁଡ଼ିକ ଆମ ପରିବାରରେ ଥିବା ବୟସ୍କ ଲୋକ ଓ ଛୋଟଛୁଆଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଥିଲା। ହେଲେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଏ ଦିନ ଶୀଘ୍ର ଚାଲିଯିବ। ବର୍ତ୍ତମାନ ଆମେ ଭଲ ଅଛୁ। କାହା ଉପରେ ଅଭିଯୋଗ କରିବା ପାଇଁ ଆମ ପାଖରେ କୌଣସି ଅଧିକାର ନାହିଁ। ଏହାର କାରଣ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଆମଠାରୁ ଅଧିକ ସମସ୍ୟାରେ ରହିଛନ୍ତି। ଆମ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ପ୍ୟାନ୍ସଙ୍କୁ ମୁଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ’

https://www.instagram.com/p/CAZ6DWmH3Y_/?utm_source=ig_web_copy_link

ରିପୋର୍ଟ ଅନୁସାରେ ଟେଲି ଅଭିନେତ୍ରୀ ମୋହିନା କୁମାରୀଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟେଶ ରାୱତ ଓ ଶାଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ତାଙ୍କ ପୂରା ପରିବାର ହୋମ୍‌ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କଠାରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖିବାକୁ ମିଳିଥିଲା। ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜଙ୍କ ପୁଅ ସୁୟେଶ ରାୱତଙ୍କୁ ମୋହିନା ବିବାହ କରିଛନ୍ତି। ମୋହେନାଙ୍କର ଆଉଏକ ପରିଚୟ ହେଲା ସେ ମଧ୍ୟପ୍ରଦେଶ ରିୱାର ରାଜକୁମାରୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe