Advertisment

‘ସଞ୍ଜିବନୀ ୨’ ଛାଡ଼ିଲେ ଏହି ଅଭିନେତା

ମୁମ୍ବାଇ: ସିରିଏଲ୍‌ ‘ସଞ୍ଜିବନୀ ୨’ରୁ କିଛିଦିନ ପୂର୍ବେ ଆରତି ବହଲ୍ ବିଦାୟ ନେଇଥିଲେ। ପରେ ଶୋ’ର ସବୁଠୁ ଲୋକପ୍ରିୟ ଚେହେରା ବି ବିଦାୟ ନେଇଛନ୍ତି। ଡକ୍ଟର ଶଶାଙ୍କ ଗୁପ୍ତାଙ୍କ ଭୂମିକାରେ ଅଭିନୟ କରୁଥିବା ମହନୀଶ ବହଲ୍ ଶୋ’ ଛାଡ଼ିଛନ୍ତି। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସେ ଏକ ସାକ୍ଷାତକାରରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। https://www.instagram.com/p/B7TDNqZpiN3/?utm_source=ig_web_copy_link ଶୋ’ ଛାଡ଼ିବା ପଛର କାରଣ ପଚରାଯିବାରୁ ମହନୀଶ କହିଛନ୍ତି, “ପୂର୍ବ ସିଜିନ୍‌ […]

author-image
Chinmayee Roy
ଅଦ୍ୟତନ ହୋଇଛି
‘ସଞ୍ଜିବନୀ ୨’ରୁ ବିଦାୟ ନେଲେ ଏହି ଅଭିନେତ୍ରୀ

sanjivani

ମୁମ୍ବାଇ: ସିରିଏଲ୍‌ ‘ସଞ୍ଜିବନୀ ୨’ରୁ କିଛିଦିନ ପୂର୍ବେ ଆରତି ବହଲ୍ ବିଦାୟ ନେଇଥିଲେ। ପରେ ଶୋ’ର ସବୁଠୁ ଲୋକପ୍ରିୟ ଚେହେରା ବି ବିଦାୟ ନେଇଛନ୍ତି। ଡକ୍ଟର ଶଶାଙ୍କ ଗୁପ୍ତାଙ୍କ ଭୂମିକାରେ ଅଭିନୟ କରୁଥିବା ମହନୀଶ ବହଲ୍ ଶୋ’ ଛାଡ଼ିଛନ୍ତି। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସେ ଏକ ସାକ୍ଷାତକାରରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

https://www.instagram.com/p/B7TDNqZpiN3/?utm_source=ig_web_copy_link

ଶୋ’ ଛାଡ଼ିବା ପଛର କାରଣ ପଚରାଯିବାରୁ ମହନୀଶ କହିଛନ୍ତି, “ପୂର୍ବ ସିଜିନ୍‌ ଭଳି ଏହି ସିଜିନ୍‌ରେ ମୁଁ ନିଜ କ୍ୟାରେକ୍ଟରକୁ ଅର୍ଥାତ୍‌ ଡକ୍ଟର ଶଶାଙ୍କ ଗୁପ୍ତାଙ୍କ ଭୂମିକାକୁ ଭଲ ଭାବେ କରିପାରୁ ନାହିଁ। ମୁଁ ଦର୍ଶକଙ୍କୁ ନିରାଶ କରିବାକୁ ଚାହୁଁ ନଥିଲି। ତେଣୁ ଶୋ’ରୁ ବାହାରିଯିବା ହିଁ ସବୁଠୁ ଭଲ ଥିଲା।’ ସେ ଆହୁରି କହିଛନ୍ତି ଯେ ଯେତେବେଳେ ଶୋ’ ଆରମ୍ଭ ହେଲା ସେତେବେଳେ ତାଙ୍କ ଟ୍ରାକ୍‌ ଠିକ୍‌ ଚାଲିଥିଲା। ହେଲେ ପରେ ଶୋ’ରେ ସବୁ ବଦଳିଗଲା। ସେ ନିର୍ମାତାଙ୍କ ସହ ଏ ନେଇ କଥା ମଧ୍ୟ ହୋଇଥିଲେ। ହେଲେ କିଛି ଲାଭ ହେଲା ନାହିଁ। ତେଣୁ ସେ ଏଥିରୁ ଓହରିଯିବାକୁ ଠିକ୍‌ ଭାବିଲେ।

ମହନୀଶ୍‌ ଶୋ’ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। ଏମିତିକି  ସେ ଏହି ଶୋ’ରେ ସବୁଠୁ ଲୋକପ୍ରିୟ ଚେହେରା ମଧ୍ୟ ଥିଲେ। କେବଳ ଏହି ସିଜିନ୍‌ ନୁହେଁ ସେ ଏହାର ପୂର୍ବ ସିଜିନ୍‌ ‘ସଞ୍ଜିବନୀ’(୨୦୦୨-୨୦୦୫)ରେ ମଧ୍ୟ ଥିଲେ। ଏହା ବ୍ୟତୀତ ସେ ଏହାର ସ୍ପିନ ଅଫ୍‌ ଶୋ’ ‘ଦିଲ୍‌ ମିଲ୍‌ ଗୟେ’ରେ ମଧ୍ୟ ଅଭିନୟ କରିଥିଲେ।  ଏବେ ଦେଖିବା ବାକି ରହିଲା ଯେ ତାଙ୍କ ସ୍ଥାନରେ ଶୋ’ରେ କିଏ ଏଣ୍ଟ୍ରି ନେଉଛନ୍ତି। ମହନୀଶଙ୍କ ବ୍ୟତୀତ ଶୋ’ରେ ନମିତ ଖନ୍ନା, ସୁରଭି ଚନ୍ଦନା ଓ ଗୁରୁଦୀପ୍‌ କୋହଲି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

Advertisment

https://www.instagram.com/p/Bz0NpdclUEi/?utm_source=ig_web_copy_link