Advertisment

ଯୁବତୀଙ୍କୁ ଖରାପ ବ୍ୟବହାର କରି ଫଶିଲେ ଶାହବାଜ୍

ମୁମ୍ବାଇ: ଟେଲି ଜଗତର ଜଣାଶୁଣା ଚେହେରା ତଥା ଫିଲ୍ମ ଅଭିନେତା ଶାହବାଜ ଖାନ୍‌ଙ୍କ ନାଁରେ ଜଣେ ଯୁବତୀଙ୍କ ସହ ଅଭଦ୍ରାମୀ କରିଥିବା ଅଭିଯୋଗ। ତାଙ୍କ ନାଁରେ ମୁମ୍ବାଇ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ଶାହବାଜ ଜଣେ ଜଣେ ଯୁବତୀଙ୍କ ସହ ଅଭଦ୍ରାମୀ ବା ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୫୪ ଓ ୫୦୯ ଦଫା ଅନୁଯାୟୀ  ମାମଲା ରୁଜୁ ହୋଇଛି। Mumbai: Case of molestation […]

ଅଦ୍ୟତନ ହୋଇଛି
ଯୁବତୀଙ୍କୁ ଖରାପ ବ୍ୟବହାର କରି ଫଶିଲେ ଶାହବାଜ୍

shahbaz

Advertisment

ମୁମ୍ବାଇ: ଟେଲି ଜଗତର ଜଣାଶୁଣା ଚେହେରା ତଥା ଫିଲ୍ମ ଅଭିନେତା ଶାହବାଜ ଖାନ୍‌ଙ୍କ ନାଁରେ ଜଣେ ଯୁବତୀଙ୍କ ସହ ଅଭଦ୍ରାମୀ କରିଥିବା ଅଭିଯୋଗ। ତାଙ୍କ ନାଁରେ ମୁମ୍ବାଇ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ଶାହବାଜ ଜଣେ ଜଣେ ଯୁବତୀଙ୍କ ସହ ଅଭଦ୍ରାମୀ ବା ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୫୪ ଓ ୫୦୯ ଦଫା ଅନୁଯାୟୀ  ମାମଲା ରୁଜୁ ହୋଇଛି।

Advertisment

https://twitter.com/ANI/status/1227440941566439425?s=20

୫୩ ବର୍ଷୀୟ ଶାହବାଜ୍‌ ମଧ୍ୟ ପ୍ରଦେଶର ଇନ୍ଦୋର ସହରର ବାସିନ୍ଦା। ସେ ଟେଲି ଇଣ୍ଡଷ୍ଟ୍ରିର ଜଣେ ବଡ଼ କଳାକାର। କେବଳ ଟେଲିଭିଜନ ନୁହେଁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଜଣେ ଜଣାଶୁଣା ଚେହେରା। ଛୋଟପରଦାର ଅନେକ ସରିଏଲ୍‌ରେ ସେ ଉଭୟ ପଜେଟିଭ୍ ଓ ନେଗେଟିଭ୍‌ ଭୂମିକାରେ ଅଭିନୟ କରିଛନ୍ତି ସେ। ବିଶେଷ କରି ନେଗେଟିଭ୍ଏ‌ ଚରିତ୍ରରେ ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି।  ‘ସିଆଇଡି, 'ଚନ୍ଦ୍ରକାନ୍ତା' ‘ନିୟତ’, ‘ୟୁଗ୍’, ‘ଆମ୍ରପାଲୀ’ ଓ ‘ରାବଣ’ ପରି ହିଟ୍‌ ଶୋ’ ସବୁ ସାମିଲ୍‌ ଅଛି। ସେହିପରି ଫିଲ୍ମ କଥା କହିଲେ ସେ 'ବୀର୍‌', 'ଏଜେଣ୍ଟ ବିନୋଦ', ‘ରାଜୁ ଚାଚା’, ‘ଚଲ୍‌ମେରେ ଭାଇ’, ‘ବାଦଲ୍‌’, ‘ଜୟ ହିନ୍ଦ’ ଓ ‘ମେହେନ୍ଦି’ ପରି ଫିଲ୍ମରେ କାମ କରିଛନ୍ତି। ହିନ୍ଦୀ ବ୍ୟତୀତ ସେ ପଞ୍ଜାବୀ, ଗୁଜରାଟୀ, କନ୍ନଡ଼ ଓ ଚାଇନିଜ୍‌ ପିଲ୍ମରେ ବି କାମ କରୁଛନ୍ତି। ତେବେ ତାଙ୍କ ନାଁରେ ଆସିଥିବା ଅଭିଯୋଗର ବର୍ତ୍ତମାନ ମୁମ୍ବାଇ ପୁଲିସ୍‌ ତଦନ୍ତ ଜାରି ରଖିଛି। କିନ୍ତୁ ଏ ପର୍ଯ୍ୟନ୍ତ ଶାହବାଜଙ୍କୁ ହାଜତକୁ ନିଆଯାଇନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ଯୁବତୀ ଜଣଙ୍କ ନାଁ ସାମ୍ନାକୁ ଆସିନାହିଁ କି ଅଭିନେତାଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe