sridevi
ନୂଆଦିଲ୍ଲୀ: ଗୋଟିଏ ଛାତ ତଳେ ସବୁକିଛି ହେଉଥିଲା। ସ୍ୱାମୀ ହୋଇଥିଲେ ପ୍ରଯୋଜକ। ଫିଲ୍ମ ନିର୍ମାଣ ଚାଲିଥିଲା। ହେଲେ ଫିଲ୍ମରେ ସେ ଏତେ ବ୍ୟସ୍ତ ଥିଲେ ଯେ ନିଜ ସ୍ୱାମୀଙ୍କୁ ସମୟ ଦେଇପାରି ନ ଥିଲେ। ଏକଥା କହିଛନ୍ତି ବଲିଉଡର ନାୟିକା ଶ୍ରୀଦେବୀ। ମମ ସିନେମାର ଟ୍ରେଲର ରିଲିଜ୍ ଅବସରରେ ଶ୍ରୀଦେବୀ ଏକଥା କହିଛନ୍ତି। ସେ କହିଛନ୍ତି ମମ ସୁଟିଂ ପାଇଁ ସେ ୩ ମାସ ହେବ ସ୍ୱାମୀ ବନି କପୁରଙ୍କ ସହ ମିଶିବାକୁ ସମୟ ପାଇ ନ ଥିଲେ।
[vc_video link="" align="center"]
ଫିଲ୍ମ ପାଇଁ ସେ ଏତେ ବ୍ୟସ୍ତ ରହୁଥିଲେ ଯେ, ୩ ମାସ ହେବ ସ୍ୱାମୀଙ୍କ ସହ କଥା ହେବା ପାଇଁ ସମୟ ହୋଇ ନ ଥିଲା। ସକାଳୁ ଉଠିଲେ ଗୁଡ ମଣ୍ଣିଂ ଏବଂ ରାତିରେ ଗୁଡ୍ ନାଇଟ୍ ଛଡ଼ା ଆଉ କିଛି କଥା ହୋଇପାରୁ ନ ଥିଲା। ବନି କପୁରଙ୍କ ପ୍ରଯୋଜିତ ମମ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରବି ଉଦ୍ୟୱାର। ଏଥିରେ ଲିଡ୍ ରୁଲରେ ଶ୍ରୀଦେବୀ ଥିବା ବେଳେ ନୱାଜ୍ଉଦ୍ଦିନ ସିଦ୍ଦିକ୍ ଏବଂ ଅକ୍ଷୟ ଖାନ୍ନା ଭଳି ବଡ଼ ବଡ଼ ଷ୍ଟାରମାନେ ଅଛନ୍ତି। ଫିଲ୍ମର ମ୍ୟୁଜିକ୍ ଦେଇଛନ୍ତି ଏ.ଆର. ରେହମାନ୍। ସିନେମାଟି ଜୁଲାଇ ୭ରେ ପରଦାକୁ ଆସିବ। ତେବେ ଏହା ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
