‘ମମ’ ପାଇଁ ସ୍ୱାମୀଙ୍କୁ ଭୁଲିଯାଇଥିଲେ ଶ୍ରୀଦେବୀ

Ordigital Desk
  • Published: Sunday, 04 June 2017
  • , Updated: 04 June 2017, 10:01 PM IST
<p>ନୂଆଦିଲ୍ଲୀ: ଗୋଟିଏ ଛାତ ତଳେ ସବୁକିଛି ହେଉଥିଲା। ସ୍ୱାମୀ&nbsp; ହୋଇଥିଲେ ପ୍ରଯୋଜକ। ଫିଲ୍ମ ନିର୍ମାଣ ଚାଲିଥିଲା। ହେଲେ ଫିଲ୍ମରେ ସେ ଏତେ ବ୍ୟସ୍ତ ଥିଲେ ଯେ ନିଜ ସ୍ୱାମୀଙ୍କୁ ସମୟ ଦେଇପାରି ନ ଥିଲେ। ଏକଥା କହିଛନ୍ତି ବଲିଉଡର ନାୟିକା ଶ୍ରୀଦେବୀ।&nbsp; ମମ ସିନେମାର ଟ୍ରେଲର ରିଲିଜ୍&zwnj; ଅବସରରେ ଶ୍ରୀଦେବୀ ଏକଥା କହିଛନ୍ତି। ସେ କହିଛନ୍ତି ମମ ସୁଟିଂ ପାଇଁ ସେ ୩ ମାସ ହେବ ସ୍ୱାମୀ ବନି କପୁରଙ୍କ ସହ ମିଶିବାକୁ ସମୟ ପାଇ ନ ଥିଲେ।</p> <p>[vc_video link=&quot;&quot; align=&quot;center&quot;]</p> <p>ଫିଲ୍ମ ପାଇଁ ସେ ଏତେ ବ୍ୟସ୍ତ ରହୁଥିଲେ ଯେ, ୩ ମାସ ହେବ ସ୍ୱାମୀଙ୍କ ସହ କଥା ହେବା ପାଇଁ ସମୟ ହୋଇ ନ ଥିଲା। ସକାଳୁ ଉଠିଲେ ଗୁଡ ମଣ୍ଣିଂ ଏବଂ ରାତିରେ ଗୁଡ୍&zwnj; ନାଇଟ୍&zwnj; ଛଡ଼ା ଆଉ କିଛି କଥା ହୋଇପାରୁ ନ ଥିଲା। ବନି କପୁରଙ୍କ ପ୍ରଯୋଜିତ ମମ୍&zwnj; ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରବି ଉଦ୍ୟୱାର। ଏଥିରେ ଲିଡ୍&zwnj; &nbsp;ରୁଲରେ ଶ୍ରୀଦେବୀ ଥିବା ବେଳେ ନୱାଜ୍ଉଦ୍ଦିନ ସିଦ୍ଦିକ୍&zwnj; ଏବଂ ଅକ୍ଷୟ ଖାନ୍ନା ଭଳି ବଡ଼ ବଡ଼ ଷ୍ଟାରମାନେ ଅଛନ୍ତି। ଫିଲ୍ମର ମ୍ୟୁଜିକ୍&zwnj; ଦେଇଛନ୍ତି ଏ.ଆର. ରେହମାନ୍&zwnj;। ସିନେମାଟି ଜୁଲାଇ ୭ରେ ପରଦାକୁ ଆସିବ। ତେବେ ଏହା ପୂର୍ବରୁ ଏହାର ଟ୍ରେଲର ରିଲିଜ୍&zwnj; ହୋଇଛି।</p>

Related story