Advertisment

ବାହା ହେଉଛନ୍ତି ମୋନା

ମୁମ୍ବାଇ: ଟେଲି ଅଭିନେତ୍ରୀ ମୋନା ସିଂହ ଏବେ ଚର୍ଚ୍ଚାରେ । ଖୁବ୍‌ ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ମୋନା ଆସନ୍ତା ୨୭ ରେ ବିବାହ କରିବେ। ବିବାହ ପୂର୍ବରୁ ଆଜି ସେ ନିଜର ପ୍ରି-ୱେଡିଂ ସେରିମନି ସେଲେବ୍ରେଟ୍ କରୁଛନ୍ତି। ଏଥିରେ କେବଳ ତାଙ୍କର ଘରଲୋକ ଓ କିଛି ନିକଟତର ବନ୍ଧୁ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ ମୋନା ସାଉଥ୍‌ର ଶ୍ୟାମ୍‌ ନାମକ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରୁଛନ୍ତି। ତାଙ୍କର […]

ଅଦ୍ୟତନ ହୋଇଛି
ବାହା ହେଉଛନ୍ତି ମୋନା

mona

Advertisment

ମୁମ୍ବାଇ: ଟେଲି ଅଭିନେତ୍ରୀ ମୋନା ସିଂହ ଏବେ ଚର୍ଚ୍ଚାରେ । ଖୁବ୍‌ ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ମୋନା ଆସନ୍ତା ୨୭ ରେ ବିବାହ କରିବେ। ବିବାହ ପୂର୍ବରୁ ଆଜି ସେ ନିଜର ପ୍ରି-ୱେଡିଂ ସେରିମନି ସେଲେବ୍ରେଟ୍ କରୁଛନ୍ତି। ଏଥିରେ କେବଳ ତାଙ୍କର ଘରଲୋକ ଓ କିଛି ନିକଟତର ବନ୍ଧୁ ସାମିଲ ଅଛନ୍ତି।

Advertisment

publive-imageସୂଚନା ଅନୁଯାୟୀ ମୋନା ସାଉଥ୍‌ର ଶ୍ୟାମ୍‌ ନାମକ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରୁଛନ୍ତି। ତାଙ୍କର ମେହେନ୍ଦି ସେରିମନିର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୋନା ଏହି ସେରିମନିରେ ଗୋଲାପି ରଙ୍ଗର ଡ୍ରେସ୍‌ ସହ ଫୁଲର ଗହଣା ସବୁ ପିନ୍ଧିଛନ୍ତି। ସେ ଫଟୋରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ମେହେନ୍ଦିରେ ତାଙ୍କ ପରିବାର ଲୋକ ବ୍ୟତୀତ କିଛି ବନ୍ଧୁ ମଧ୍ୟ ସାମିଲ ହୋଇଛନ୍ତି। ସେମାନଙ୍କ ସହ ସେ ବେଶ୍ ଏନ୍‌ଜୟ କରୁଥିବା ଦେଖିବାକୁ ମିଳିଛି।

publive-imageସୂଚନାଯୋଗ୍ୟ, ମୋନା ଏହା ପୂର୍ବରୁ ବିବାହ ଖବରକୁ ମାନି ନଥିଲେ। ସେ କହିଥିଲେ, ‘ମୁଁ କେବ ବି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କେଉଁଥି କୁହେନି। କିନ୍ତୁ ଯଦି ମୁଁ ବାହା ହେବି ତେବେ ମୁଁ ଖୁସିରେ ସାରା ଦୁନିଆଖୁ ଜଣାଇବି’। ଏବେ ଲାଗୁଛି ମୋନା ନିଜେ ନିଜ କଥାକୁ ଭୂଲିଯାଇଛନ୍ତି। ପୂର୍ବରୁ ମୋନା ସିଂହଙ୍କ ନାଁ  ଟେଲି ଅଭିନେତା କରନ୍‌ ଓବରୟ ଓ ଫିଲ୍ମ ‘କମାଣ୍ଡୋ’ର ଅଭିନେତା ବିଦ୍ୟୁତ୍‌ ଜାମୱାଲ୍‌ଙ୍କ ସହ ଜୋଡ଼ାଯାଇଥିଲା। ମୋନା ଖୁବ୍‌ଶୀଘ୍ର ଆମୀର୍‌ ଓ କରୀନାଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଢା’ରେ ନଜର ଆସିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe