ସାତ କୋଟିର ବିକିନି ପିନ୍ଧି ରାମ୍ପ୍‌ରେ ଚାଲିଲେ ମଡେଲ୍‌ !

ୱାଶିଂଟନ୍‌: ହଲିଉଡ୍‌ରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ସର୍ବଦା ନିଜର ବେଶପୋଷାକ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। କେବଳ ଅଭିନେତା କିମ୍ୱା ଅଭିନେତ୍ରୀ ନୁହେଁ,  ମଡେଲ୍‌ମାନେ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଜଣେ ହଲିଉଡ୍‌ ମଡେଲ୍‌ଙ୍କ ବିକିନିକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା। ଏମିତିକି ଏହି ବିକିନି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ଭାବୁଥିବେ ବିକିନିରେ ଏମିତି କ’ଣ ଅଛି ଯେ, ଯାହାକୁ […]

4

4

Mihir Pattnayak
  • Published: Monday, 17 December 2018
  • Updated: 17 December 2018, 11:36 AM IST

Sports

Latest News

ୱାଶିଂଟନ୍‌: ହଲିଉଡ୍‌ରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ସର୍ବଦା ନିଜର ବେଶପୋଷାକ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। କେବଳ ଅଭିନେତା କିମ୍ୱା ଅଭିନେତ୍ରୀ ନୁହେଁ,  ମଡେଲ୍‌ମାନେ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଜଣେ ହଲିଉଡ୍‌ ମଡେଲ୍‌ଙ୍କ ବିକିନିକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା।

ଏମିତିକି ଏହି ବିକିନି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଆପଣ ଭାବୁଥିବେ ବିକିନିରେ ଏମିତି କ’ଣ ଅଛି ଯେ, ଯାହାକୁ ନେଇ ଏତେ ଚର୍ଚ୍ଚା। ବାସ୍ତବରେ ଏଲ୍‌ସା ହୋସ୍କ ନାମ୍ନୀ ମଡେଲଙ୍କ ଏହି ବିକିନି ଡାଇମଣ୍ଡ୍‌ରେ ପ୍ରସ୍ତୁତ ହୋଇଛି । ଗୋଟିଏ କି ୨ଟି ନୁହେଁ ଏଥିରେ ୨,୧୦୦ରୁ ଅଧିକ ହୀରା ଖଞ୍ଜା ଯାଇଛି। ଯାହାକୁ ପିନ୍ଧି ଏଲ୍‌ସା ରାମ୍ପରେ ଚାଲିଥିଲେ।

ମଡେଲ୍‌ ଏଲ୍‌ସା ହୋସ୍କ ପିନ୍ଧିଥିବା ଏହି ବିକିନିର ମୂଲ୍ୟ ହେଉଛି ୧ ମିଲିୟନ୍‌ ଡଲାର୍, ଯାହା ଭାରତୀୟ ମୁଦ୍ରାରେ ୭ କୋଟି ୧୯ ଲକ୍ଷ ଟଙ୍କା।

ଆମେରିକାର ନ୍ୟୁୟର୍କ ସହରରେ ଗୁରୁବାର ହେଉଥିବା ରାମ୍ପ୍‌ ଶୋ’ ରେ ଏହି ଡାଇମଣ୍ଡ୍‌ ବିକିନିକୁ ସେ ପ୍ରଦର୍ଶନ କରିଥିଲେ। ଏଲ୍‌ସାଙ୍କୁ ଏହି ବିକିନିରେ ଦେଖି ଦର୍ଶକ ତାଙ୍କ ଉପରୁ ନଜର ହଟାଇ ପାରି ନ ଥିଲେ। ଏମିତି ବି ଶୁଣିବାକୁ ମିଳୁଛି ଯେ, ଏଲ୍‌ସା କୁଆଡେ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ ଏମିତି ବିକିନି ପରିଧାନ କରି ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos