Advertisment

ଝୁମ୍ପୁଡ଼ି ଘରେ ପାଣି ପିଇ ଶିକ୍ଷା ପାଇଲେ ଅକ୍ଷୟଙ୍କ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ର ଆକ୍ସନ୍‌ ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ବେଶ୍‌ ଯତ୍ନବାନ୍‌ ଥା’ନ୍ତି ସେ। ନିଜେ ଫିଟ୍‌ ରହିବା ସହ ସେ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ଜୀବନ ବଞ୍ଚିବାର ପରାମର୍ଶ ଦିଅନ୍ତି ସେ। ପ୍ରତିଦିନ ସେ ତାଙ୍କ ପିଲାଙ୍କୁ ଧରି ମର୍ଣ୍ଣିଂ ୱାକ୍‌ରେ ଯା’ନ୍ତି। ତେବେ ଗୁରୁବାର ଦିନର  ମର୍ଣ୍ଣିଂ ୱାକ୍‌ ତାଙ୍କ ଝିଅ ନିତାରାଙ୍କ […]

ଅଦ୍ୟତନ ହୋଇଛି
ଝୁମ୍ପୁଡ଼ି ଘରେ ପାଣି ପିଇ ଶିକ୍ଷା ପାଇଲେ ଅକ୍ଷୟଙ୍କ ଝିଅ

akshay

Advertisment

ନୂଆଦିଲ୍ଲୀ: ବଲିଉଡ୍‌ର ଆକ୍ସନ୍‌ ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ବେଶ୍‌ ଯତ୍ନବାନ୍‌ ଥା’ନ୍ତି ସେ। ନିଜେ ଫିଟ୍‌ ରହିବା ସହ ସେ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ଜୀବନ ବଞ୍ଚିବାର ପରାମର୍ଶ ଦିଅନ୍ତି ସେ। ପ୍ରତିଦିନ ସେ ତାଙ୍କ ପିଲାଙ୍କୁ ଧରି ମର୍ଣ୍ଣିଂ ୱାକ୍‌ରେ ଯା’ନ୍ତି। ତେବେ ଗୁରୁବାର ଦିନର  ମର୍ଣ୍ଣିଂ ୱାକ୍‌ ତାଙ୍କ ଝିଅ ନିତାରାଙ୍କ ପାଇଁ ଏକ ବଡ଼ ଶିକ୍ଷା ପାଲଟି ଯାଇଥିଲା।

Advertisment

ମର୍ଣ୍ଣିଂ ଓ୍ଵାକ୍‌ ସାରି ଫେରୁଥିବା ବେଳେ ନିତାରାଙ୍କୁ ଶୋଷ ଲାଗିଲା। ସେ ଅକ୍ଷୟ ତାଙ୍କୁ ପାଖରେ ଥିବା ଏକ ଝୁମ୍ପୁଡ଼ି ଘରକୁ ନେଇ ଯାଇଥିଲେ। ସେଠାରେ ଏକ ବୃଦ୍ଧ ଦମ୍ପତ୍ତି ତାଙ୍କୁ ପାଣି ଦେବା ସହ ସ୍ୱାଦିଷ୍ଟ ଗୁଡ଼ ରୁଟି ଖାଇବାକୁ ଦେଇଥିଲେ।

ଏ ଘଟଣା ସମ୍ପର୍କରେ ଅକ୍ଷୟ ଟ୍ୱିଟ୍‌ କରି ଜଣାଇଛନ୍ତି। ସେ ଟ୍ୱିଟରରେ ଏକ ଫଟୋ ଶେଆର କରି ଅକ୍ଷୟ ଲେଖିଛନ୍ତି- ଆଜିର ମର୍ଣ୍ଣିଂ ୱାକ୍‌ ମୋ ଝିଅ ପାଇଁ ଗୋଟେ ଶିକ୍ଷାରେ ପରିବର୍ତ୍ତନ ହୋଇଗଲା। ଆମେ ଏକ ଦମ୍ପତିଙ୍କ ଘରକୁ ପାଣି ପିଇବାକୁ ଯାଇଥିଲୁ। ସେ ଆମକୁ ସ୍ୱାଦିଷ୍ଟ ଗୁଡ଼ ରୁଟି ଖାଇବାକୁ ଦେଲେ। ସତରେ, ଦୟାଳୁ ହେବାର କିଛି ମୂଲ୍ୟ ନାହିଁ କିନ୍ତୁ ଏହାର ଅର୍ଥ ସବୁ କିଛି।

Advertisment

https://twitter.com/akshaykumar/status/1189830362697887745

ଅକ୍ଷୟଙ୍କର ଏହି ଟ୍ୱିଟ୍‌କୁ ୯୫ ହଜାର ଦର୍ଶକ ଲାଇକ୍‌ କରିଛନ୍ତି। କିଛି ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ବଡେ ଦିଲ୍ଲୱାଲେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe