Advertisment

‘ଅଭିନୟ କରିବାକୁ ବିରୋଧ କରୁଥିଲେ ମାଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନୟ ଜଗତରେ ପାଦ ଦେବାକୁ ପ୍ରଥମେ ପ୍ରଥମେ ଅଭିନେତ୍ରୀ ଅନୁଭା ଶୌର୍ଯ୍ୟାଙ୍କୁ ବିରୋଧ କରାଯାଉଥିଲା। ତାଙ୍କୁ ବିରୋଧ କରୁଥିଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ତାଙ୍କ ମାଆ ପୁଷ୍ପା ପଣ୍ଡା।  ନିଜେ ଜଣେ ଅଭିନେତ୍ରୀ ହେବା ସତ୍ତ୍ୱେ ପୁଷ୍ପାଙ୍କର ଇଚ୍ଛା ନଥିଲା ଯେ ଝିଅ ଏହି ଦିଗରେ ନିଜର କ୍ୟାରିଅର ଗଢୁ। ଥରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ପ୍ରୋଗାମ ‘ଏ ଡେ ୱିଥ୍‌ ଏ ଷ୍ଟାର୍‌’ରେ ଯୋଗଦେଇ ଏକଥା କହିଥିଲେ ଅନୁଭା। ଅନୁଭାଙ୍କ […]

ଅଦ୍ୟତନ ହୋଇଛି
‘ଅଭିନୟ କରିବାକୁ ବିରୋଧ କରୁଥିଲେ ମାଆ’

anubha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନୟ ଜଗତରେ ପାଦ ଦେବାକୁ ପ୍ରଥମେ ପ୍ରଥମେ ଅଭିନେତ୍ରୀ ଅନୁଭା ଶୌର୍ଯ୍ୟାଙ୍କୁ ବିରୋଧ କରାଯାଉଥିଲା। ତାଙ୍କୁ ବିରୋଧ କରୁଥିଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ତାଙ୍କ ମାଆ ପୁଷ୍ପା ପଣ୍ଡା।  ନିଜେ ଜଣେ ଅଭିନେତ୍ରୀ ହେବା ସତ୍ତ୍ୱେ ପୁଷ୍ପାଙ୍କର ଇଚ୍ଛା ନଥିଲା ଯେ ଝିଅ ଏହି ଦିଗରେ ନିଜର କ୍ୟାରିଅର ଗଢୁ।

Advertisment

ଥରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ପ୍ରୋଗାମ ‘ଏ ଡେ ୱିଥ୍‌ ଏ ଷ୍ଟାର୍‌’ରେ ଯୋଗଦେଇ ଏକଥା କହିଥିଲେ ଅନୁଭା।

ଅନୁଭାଙ୍କ କହିବା ଅନୁଯାୟୀ, ତାଙ୍କ ମାଆଙ୍କର ଇଚ୍ଛା ଥିଲା ତାଙ୍କୁ ଜଣେ ଆଇଏଏସ୍‌ ଅଫିସର ଭାବେ ଦେଖିବେ। କିନ୍ତୁ ଅନୁଭାଙ୍କ ଦୁର୍ବଳତା ଫିଲ୍ମ ପ୍ରତି ବଢ଼ିବାରେ ଲାଗିଥିଲା। ଇଞ୍ଜିନିୟରିଂ ପାସ୍‌ କରିବା ପରେ ମାଆ ତାଙ୍କୁ ଫିଲ୍ମ ନକରି ଚାକିରି ନହେଲେ ଅଧିକ ପଢିବା ପାଇଁ କହିଥିଲେ। କିନ୍ତୁ ସେ ଏଥିରେ ରାଜି ନହେବାରୁ ତାଙ୍କୁ ବହୁତ ଗାଳି ପଡିଥିଲା। ପରେ ଧୀରେ ଧୀରେ ଅଭିନୟ ପ୍ରତି ଇଚ୍ଛା ଦେଖି ଅନୁଭାଙ୍କୁ ମାଆ ଅଭିନୟ କରିବାର ଅନୁମତି ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାଥୀ ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମୀ ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe