Advertisment

‘ନାଗୀନ ୪’ରେ ମୌନିଙ୍କ ଏଣ୍ଟ୍ରି

ମୁମ୍ବାଇ: ଦର୍ଶକଙ୍କ ମନ ଜିତୁଛି ‘ନାଗୀନ ୪’। ଏହାକୁ ସୁପରହିଟ୍‌ କରିବାକୁ ନିର୍ମାତା ନୂଆ ନୂଆ ଟ୍ୱିଷ୍ଟ ନେଇ ଆସୁଛନ୍ତି। କିଛି ଦିନ ପୂର୍ବରୁ ଶୋ’ରେ ପୁରୁଣା ନାଗୀନ୍‌ ଅନୀତା ହସନନ୍ଦାନୀ (ବିଶାଖା)ଙ୍କର ଏଣ୍ଟ୍ରି ହୋଇଛି। ତେବେ ବର୍ତ୍ତମାନ ଖବର ଆସୁଛି ଯେ ମୌନି ରୟ (ଶିବନ୍ୟା) ମଧ୍ୟ ‘ନାଗୀନ ୪’ରେ ଏଣ୍ଟ୍ରି ନେବେ। https://www.instagram.com/p/B71L5A_hqP5/?utm_source=ig_web_copy_link ‘ନାଗୀନ ୪’ରେ ନିୟା ଶର୍ମା ଓ ଜସ୍ମିନ୍‌ ଭସୀନ୍‌ଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ତେବେ ଗତ ସପ୍ତାହରେ […]

author-image
Chinmayee Roy
‘ନାଗୀନ ୪’ରେ ମୌନିଙ୍କ ଏଣ୍ଟ୍ରି

mouni

ମୁମ୍ବାଇ: ଦର୍ଶକଙ୍କ ମନ ଜିତୁଛି ‘ନାଗୀନ ୪’। ଏହାକୁ ସୁପରହିଟ୍‌ କରିବାକୁ ନିର୍ମାତା ନୂଆ ନୂଆ ଟ୍ୱିଷ୍ଟ ନେଇ ଆସୁଛନ୍ତି। କିଛି ଦିନ ପୂର୍ବରୁ ଶୋ’ରେ ପୁରୁଣା ନାଗୀନ୍‌ ଅନୀତା ହସନନ୍ଦାନୀ (ବିଶାଖା)ଙ୍କର ଏଣ୍ଟ୍ରି ହୋଇଛି। ତେବେ ବର୍ତ୍ତମାନ ଖବର ଆସୁଛି ଯେ ମୌନି ରୟ (ଶିବନ୍ୟା) ମଧ୍ୟ ‘ନାଗୀନ ୪’ରେ ଏଣ୍ଟ୍ରି ନେବେ।

Advertisment

https://www.instagram.com/p/B71L5A_hqP5/?utm_source=ig_web_copy_link

‘ନାଗୀନ ୪’ରେ ନିୟା ଶର୍ମା ଓ ଜସ୍ମିନ୍‌ ଭସୀନ୍‌ଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ତେବେ ଗତ ସପ୍ତାହରେ ଅନୀତା (ବିଶାଖା)ଙ୍କ କମ୍‌ବ୍ୟାକ୍‌ ପରେ ଶୋ’କୁ  ଜବରଦସ୍ତ ଟିଆର୍‌ପି ମିଳିଥିଲା। ଦର୍ଶକ ପୁଣିଥରେ ଅନୀତାଙ୍କୁ ନାଗୁଣୀ ବିଶାଖାଙ୍କ ରୂପରେ ଦେଖି ବେଶ୍ ଖୁସି ହୋଇଥିଲେ। ଏବେ ବିଶାଖା ସିରିଏଲ୍‌ର ଲିଡ୍‌ ହିରୋଇନ୍‌ ବୃନ୍ଦାଙ୍କୁ ହଇରାଣ କରିବାକୁ ଚାଲ୍‌ କରୁଛନ୍ତି। ତେବେ କୁହାଯାଉଛି ଯେ ବୃନ୍ଦାଙ୍କୁ ସାହାଯ୍ୟ କରିବା ପାଇଁ ଶୋ’କୁ ମୌନି ରୟ ପୁଣି ଥରେ ଶିବନ୍ୟା ହୋଇ ଫେରିବେ। ଏହାପରେ ବୃନ୍ଦା ଓ ଶିବନ୍ୟା ମିଶି ବିଶାଖାଙ୍କ ସହ ମୁକାବିଲା କରିବେ।

https://www.instagram.com/p/B6Sugr8BsqX/?utm_source=ig_web_copy_link

ଅବଶ୍ୟ ଏ ନେଇ ନିର୍ମାତାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ। ଯଦି ଏହା ସତ ହୁଏ ତେବେ ଦର୍ଶକଙ୍କୁ ପରଦାରେ ଏକାସହ ୩ ଜଣ ନାଗୁଣୀଙ୍କୁ ଦେଖିବାକୁ ମିଳିବ। ନାଗୀନ୍‌ ସିରିଜ୍‌ର ପ୍ରଥମ ଓ ଦ୍ୱିତୀୟ ପାର୍ଟରେ ମୌନି ରୟ ଓ ଅଦା ଖାନ୍‌ ନାଗୁଣୀ ଭୂମିକାରେ ଅଭିନୟ କରିଥିଲେ। ତେବେ ତାଙ୍କ ପରେ ତୃତୀୟ ପାର୍ଟରେ ଅନୀତା ହସନନ୍ଦାନୀ ଓ ସୁରଭି ଜ୍ୟୋତି ମଧ୍ୟ ନାଗୁଣୀ ହୋଇଥିଲେ। କିନ୍ତୁ ଆଜି ବି ଦର୍ଶକଙ୍କର ପ୍ରଥମ ପସନ୍ଦ ରହିଛନ୍ତ ମୌନି ରୟ। ବର୍ତ୍ତମାନ ‘ନାଗୀନ୍‌ ୪’ରେ ନିୟା ଶର୍ମା ଓ ସାୟନ୍ତନୀ ଘୋଷ ନାଗୁଣୀ ହୋଇଛନ୍ତି।

Advertisment

https://www.instagram.com/p/B6VecgfhoaF/?utm_source=ig_web_copy_link

ପୂର୍ବ ସିଜିନ୍‌ ଗୁଡ଼ିକ ଅପେକ୍ଷା ଏଥରର କାହାଣୀ ଏକଦମ୍‌ ଅଲଗା ରହିଛି, ଯାହାକି ଦର୍ଶକଙ୍କୁ ପସନ୍ଦ ଆସୁଛି। ହେଲେ ଅନ୍ୟପଟେ ଖବର ମିଳୁଛି ଯେ ଜସ୍ମିନ୍ ଭସୀନ୍‌ ଏହି ଶୋ’ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆଗକୁ ମୌନିଙ୍କ ଏଣ୍ଟ୍ରିରେ ଏହି ସିରିଏଲର କାହାଣୀ କ’ଣ ନୂଆ ମୋଡ଼ ନେଉଛି, ତାହା ଦେଖିବା ବେଶ୍ ମଜାଦାର ହେବ। ବର୍ତ୍ତମାନ୍‌ ମୌନି ନିଜର ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ ଓ ସାଉଥ୍‌ ସୁପରଷ୍ଟା ନାଗାର୍ଜୁନ୍ ମଧ୍ୟ ନଜର ଆସିବେ।