Advertisment

‘କସୌଟୀ ଜିନ୍ଦେଗୀ କୀ ୨’କୁ ଫେରିବେ ମିଷ୍ଟର ବଜାଜ୍

ମୁମ୍ବାଇ: ଟେଲିକ୍ୱିନ୍‌ ଏକ୍‌ତା କପୁରଙ୍କ ଶୋ’ ‘କସୌଟୀ ଜିନ୍ଦେଗୀ କୀ ୨’ କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏକ୍‌ତା ଏକ ପ୍ରୋମୋ ଶେଆର୍ କରି ସୂଚନା ଦେଇଥିଲେ ଯେ ଆଗକୁ ସିରିଏଲ୍‌ରେ ଏକ ବଡ଼ ଟ୍ୱିଷ୍ଟ ଆସିବ ଯେଉଁଥିରେ ଅନୁରାଗ୍ ପ୍ରେରଣାକୁ ମାରିଦେବେ। ତେବେ ଏହା ପରଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଶୋ’ର ହିରୋ କାହିଁକି ଭିଲେନ୍‌ ହେବେ? ତେବେ ବର୍ତ୍ତମାନ ଖବର ଆସିଛି ଯେ ଶୋ’ର ଅସଲି ଭିଲେନ୍‌ ମିଷ୍ଟର ବଜାଜ୍‌ […]

ଅଦ୍ୟତନ ହୋଇଛି
‘କସୌଟୀ ଜିନ୍ଦେଗୀ କୀ ୨’କୁ ଫେରିବେ ମିଷ୍ଟର ବଜାଜ୍

bajaj

Advertisment

ମୁମ୍ବାଇ: ଟେଲିକ୍ୱିନ୍‌ ଏକ୍‌ତା କପୁରଙ୍କ ଶୋ’ ‘କସୌଟୀ ଜିନ୍ଦେଗୀ କୀ ୨’ କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏକ୍‌ତା ଏକ ପ୍ରୋମୋ ଶେଆର୍ କରି ସୂଚନା ଦେଇଥିଲେ ଯେ ଆଗକୁ ସିରିଏଲ୍‌ରେ ଏକ ବଡ଼ ଟ୍ୱିଷ୍ଟ ଆସିବ ଯେଉଁଥିରେ ଅନୁରାଗ୍ ପ୍ରେରଣାକୁ ମାରିଦେବେ। ତେବେ ଏହା ପରଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଶୋ’ର ହିରୋ କାହିଁକି ଭିଲେନ୍‌ ହେବେ? ତେବେ ବର୍ତ୍ତମାନ ଖବର ଆସିଛି ଯେ ଶୋ’ର ଅସଲି ଭିଲେନ୍‌ ମିଷ୍ଟର ବଜାଜ୍‌ ଏବେ ପୁଣି ଥରେ ଶୋ’କୁ କମ୍‌ବ୍ୟାକ୍‌ କରିବେ।

Advertisment

https://www.instagram.com/p/B9HmTzoh0b_/?utm_source=ig_web_copy_link

କରଣ ସିଂହ ଗ୍ରୋଭରଙ୍କ କମ୍‌ବ୍ୟାକ୍‌କୁ ନେଇ ଫ୍ୟାନ୍‌ମାନେ ବେଶ୍  ଖୁସି ଅଛନ୍ତି। ତେବେ ଶୋ’ରେ ତାଙ୍କର ଏଣ୍ଟ୍ରି କିପରି ହେବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି। ଖବର ମିଳିଛି ଯେ ଅନୁରାଗ ପ୍ରେରଣାଙ୍କୁ ଛାତରୁ ଠେଲି ଦେବେ ଓ ମିଷ୍ଟର ବଜାଜ୍‌ ପ୍ରେରଣାଙ୍କ ଜୀବନ ବଞ୍ଚାଇବେ। ଏହା ପରେ ସେ ପ୍ରେରଣାଙ୍କୁ ଏକ ନୂଆ ଜୀବନ ଜିଇଁବାରେ ସାହାଯ୍ୟ କରିବେ। ଗତଥର ମିଷ୍ଟର ବଜାଜ୍‌ ଭିଲେନ୍ ହୋଇ ଏଣ୍ଟ୍ରି କରିଥିଲେ। ହେଲେ ଶେଷ ଆଡ଼କୁ ସେ ବଦଳିଯାଇଥିଲେ ଓ ହିରୋ ଭାବେ ବିଦାୟ ନେଇଥିଲେ। ତେବେ ଏଥର ସେ ଭଲ ହୋଇ ଆସୁଛନ୍ତି କି ପୁଣିଥରେ ଭିଲେନ୍‌ ହୋଇ ବଦଲା ନେବାକୁ ଆସୁଛନ୍ତି, ତାହା ଦେଖିବା ବେଶ୍ ମଜାଦାର୍‌ ହେବ।

https://www.instagram.com/p/B8_ekdiAkar/?utm_source=ig_web_copy_link

ବର୍ତ୍ତମାନ ଶୋ’ରେ ପ୍ରେରଣା ମରିବା ପରେ ତାଙ୍କର କମ୍‌ବ୍ୟାକ୍‌ କିପରି ହେବ, ସେ ନେଇ ଯୋଜନା ଚାଲିଛି। ପ୍ରେରଣା ନିଜେ ଅନୁରାଗଙ୍କ ସାମ୍ନାକୁ ଆସି ତାଙ୍କ ସହ କରିଥିବା ଧୋକାର ଉତ୍ତର ମାଗିବେ କି ନିଜ ପରିଚୟକୁ ଲୁଚାଇ ଏହା ପଛର ରହସ୍ୟର ପତ୍ତା ଲଗାଇବେ, ସେ ନେଇ ଏବେ ନିର୍ମାତା ବିଚାର-ବିମର୍ଶ କରୁଛନ୍ତି। ଏବେ ସିରିଏଲ୍‌ରେ ଏକ ହ୍ୟାପି ଟ୍ରାକ୍‌ ଚାଲିଛି। ପ୍ରେରଣା ଏକ ଝିଅକୁ ଜନ୍ମ ଦେଇଛନ୍ତି। ଅନୁରାଗଙ୍କର ମଧ୍ୟ ପଛ କଥା ସବୁ ମନେ ପଡ଼ିଯାଇଛି ଓ ସେ ପିତା ହୋଇ ବେଶ୍ ଖୁସି ଅଛନ୍ତି। ଅନ୍ୟପଟେ ଅନୁରାଗଙ୍କ ମା’ ଓ କୋମୋଲିକା ଏଥିରେ ଖୁସି ନାହାନ୍ତି। ଅନୁରାଗ ଓ ପ୍ରେରଣାଙ୍କୁ ଅଲଗା କରିବାକୁ ଏବଂ ସେମାନଙ୍କ ଝିଅକୁ ମାରିବାକୁ ଯୋଜନା କରୁଛନ୍ତି କୋମୋଲିକା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe