Advertisment

ଶୁଟିଂ ସେଟ୍‌ରେ ମା’ମାନଙ୍କ କବଜାରେ ମନିଟର୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଶୁଟିଂ ସେଟ୍‌ରେ ମନିଟର୍‌ଟା ନିର୍ଦ୍ଦେଶକଙ୍କ ପାଖରେ ଥାଏ। ମନିଟର୍‌ ମାଧ୍ୟମରେ ସେ ଶୁଟିଂ ହେଉଥିବା ସିନ୍‌ଗୁଡ଼ିକୁ ଦେଖନ୍ତି। ହେଲେ ଆପଣ କେବେ ଅଭିନେତ୍ରୀଙ୍କ ମା’ ମନିଟର୍‌ କବଜା କରିବା କଥା ଶୁଣିଛନ୍ତି କି? ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଦଶହରାରେ ରିଲିଜ୍‌ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର ଶୁଟିଂ ସେଟ୍‌ରେ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ବାବୁସାନ୍‌ଙ୍କ ସହ ୩ ଜଣ ଅଭିନେତ୍ରୀ ରହିଛନ୍ତି। ସେମାନେ ହେଲେ […]

author-image
Biswobandita Swain
ଶୁଟିଂ ସେଟ୍‌ରେ ମା’ମାନଙ୍କ କବଜାରେ ମନିଟର୍‌ !

girls

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଶୁଟିଂ ସେଟ୍‌ରେ ମନିଟର୍‌ଟା ନିର୍ଦ୍ଦେଶକଙ୍କ ପାଖରେ ଥାଏ। ମନିଟର୍‌ ମାଧ୍ୟମରେ ସେ ଶୁଟିଂ ହେଉଥିବା ସିନ୍‌ଗୁଡ଼ିକୁ ଦେଖନ୍ତି। ହେଲେ ଆପଣ କେବେ ଅଭିନେତ୍ରୀଙ୍କ ମା’ ମନିଟର୍‌ କବଜା କରିବା କଥା ଶୁଣିଛନ୍ତି କି? ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଦଶହରାରେ ରିଲିଜ୍‌ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର ଶୁଟିଂ ସେଟ୍‌ରେ।

Advertisment

ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ବାବୁସାନ୍‌ଙ୍କ ସହ ୩ ଜଣ ଅଭିନେତ୍ରୀ ରହିଛନ୍ତି। ସେମାନେ ହେଲେ ସୂର୍ଯ୍ୟମୟୀ, ଦିବ୍ୟା ଏବଂ ଶୀତଲ। ଏହି ୩ ଜଣ ହିରୋଇନ୍‌ଙ୍କ ମା’ମାନେ ମଧ୍ୟ ଶୁଟିଂ ସେଟ୍‌ରେ ଉପସ୍ଥିତ ରହୁଥିଲେ। ଆଉ ଯେତେବେଳେ ସେମାନେ ସେଠାରେ ଉପସ୍ଥିତ ରହୁଥିଲେ, ତାଙ୍କ ହାତରେ ମନିଟର୍‌ ରହୁଥିଲା।

ଯଦିଓ ସମ୍ପୂର୍ଣ୍ଣ ଭାବେ ଏହି ହିରୋଇନଙ୍କ ମା’ମାନେ ମନିଟର୍‌କୁ କବଜା କରି ନଥିଲେ ତଥାପି ଅଧିକାଂଶ ସମୟରେ ସେମାନେ ମନିଟର୍‌ ଆଖପାଖରେ ରହୁଥିଲେ। ଆଉ ସବୁଠୁ ଅଧିକ ସମୟ ମନିଟର୍‌ ପାଖରେ ରହୁଥିଲେ ଦିବ୍ୟାଙ୍କ ମାଆ।

Advertisment

ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ଏ ବିଷୟରେ ସୂଚନା ଦେଇ ଦିବ୍ୟା କହିଥିଲେ, “ମାଆ ଶୁଟିଂ ସେଟ୍‌ରେ ଏକା ବସିବାକୁ ପସନ୍ଦ କରନ୍ତିନାହିଁ। ମୋ ଶଟ୍‌ ଥିବା ସମୟରେ ସେ ମନିଟର୍‌ ପାଖରେ ରହନ୍ତି। ମୋ ମେକ୍‌ଅପ୍‌ ଖରାପ ଲାଗୁଥିଲେ ସଙ୍ଗେ ସଙ୍ଗେ କହି ଦିଅନ୍ତି।”

ସୂଚନା ଅନୁଯାୟୀ, ‘ମିଷ୍ଟର ମଜ୍‌ନୁ’ ଫିଲ୍ମ ଦଶହରାରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସୁଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।