‘ଏମ୍‌ଏସ୍‌ ଧୋନୀ-ଦ ଅନ୍‌ଟୋଲ୍ଟ ଷ୍ଟୋରୀ’ରେ ନାହିଁ ବଡ଼ ଭାଇଙ୍କ କଥା

ମୁମ୍ୱାଇ: କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ‘ଏମ୍‌ଏସ୍‌ ଧୋନୀ-ଦ ଅନ୍‌ଟୋଲ୍ଟ ଷ୍ଟୋରୀ’ ଚଳିତବର୍ଷର ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ। ଗତ ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମ ୩ ଦିନରେ ୬୦ କୋଟି ଟଙ୍କା ଟଙ୍କା ଆୟ କରିଛି। ତେବେ ଏହି ବାୟୋପିକ୍ ଫିଲ୍ମରେ ଧୋନୀଙ୍କ ବଡ଼ ଭାଇଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ ଚର୍ଚ୍ଚା ହୋଇଛି। ଧୋନୀଙ୍କ ପିତାଙ୍କ ଚରିତ୍ରର ଅନୁପମ ଖେର ଅଭିନୟ କରିଥିବା ବେଳେ ଭୂମିକା ଚାୱଲା […]

ms-dhoni-brother-ns-dhoni

Rakesh Mallick
  • Published: Tuesday, 04 October 2016
  • , Updated: 04 October 2016, 02:52 PM IST

ମୁମ୍ୱାଇ: କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ‘ଏମ୍‌ଏସ୍‌ ଧୋନୀ-ଦ ଅନ୍‌ଟୋଲ୍ଟ ଷ୍ଟୋରୀ’ ଚଳିତବର୍ଷର ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ। ଗତ ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମ ୩ ଦିନରେ ୬୦ କୋଟି ଟଙ୍କା ଟଙ୍କା ଆୟ କରିଛି। ତେବେ ଏହି ବାୟୋପିକ୍ ଫିଲ୍ମରେ ଧୋନୀଙ୍କ ବଡ଼ ଭାଇଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ ଚର୍ଚ୍ଚା ହୋଇଛି। ଧୋନୀଙ୍କ ପିତାଙ୍କ ଚରିତ୍ରର ଅନୁପମ ଖେର ଅଭିନୟ କରିଥିବା ବେଳେ ଭୂମିକା ଚାୱଲା ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଧୋନୀଙ୍କ ମା’ ଓ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ସ୍ଥାନ ଦିଆଯାଇ ଥିବା ବେଳେ ତାଙ୍କ ବଡ଼ ଭାଇ ନରେନ୍ଦ୍ର ସିଂ ଧୋନୀଙ୍କ ଦେଖିବାକୁ ମିଳିନାହିଁ। ସେ ରାଜନୀତିରେ ସକ୍ରିୟ ଥିବା କାରଣରୁ ଫିଲ୍ମରେ ତାଙ୍କୁ ଗୁରୁତ୍ୱ ଦିଆଯାଇ ନ ଥିବା କୁହାଯାଇଛି।

ଧୋନୀଙ୍କ ବଡ଼ ଭାଇ ଜଣେ ଚର୍ଚ୍ଚିତ ରାଜନେତା। ସେ ୨୦୧୩ରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ବିଜେପିରେ ଥିଲେ।

Related story