Advertisment

‘ଏମଏସ୍ ଧୋନୀ-ଦି ଅନଟୋଲ୍ଡ ଷ୍ଟୋରୀ’ ଅଧିକ ଆୟ କରିଥିବା ବାୟୋପିକ୍‌ ଫିଲ୍ମ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଅଧାରିତ ବାୟୋପିକ୍‌ ‘ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’ ଆଜି ପର୍ଯ୍ୟନ୍ତ ୧୧୨ କୋଟି ଟଙ୍କା ଆୟ କରି ସାରିଲାଣି। ଏହି ବାୟୋପିକ୍‌ ଫିଲ୍ମ ସବୁଠାରୁ ଅଧିକ ଆୟ କରିଛି ବୋଲି ଫିଲ୍ମ ନିର୍ମାତା ଦାବି କରିଛନ୍ତି। ୩୦ ସେପ୍ଟେମ୍ବରରେ ରିଲିଜ ହୋଇଥିବା ଥିବା ଫିଲ୍ମ ଅକ୍ଟୋବର ୧୦ରେ ସର୍ବାଧିକ ୩.୪୦ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୨.୭୦ କୋଟି ଟଙ୍କା […]

ଅଦ୍ୟତନ ହୋଇଛି
‘ଏମଏସ୍ ଧୋନୀ-ଦି ଅନଟୋଲ୍ଡ ଷ୍ଟୋରୀ’ ଅଧିକ ଆୟ କରିଥିବା ବାୟୋପିକ୍‌ ଫିଲ୍ମ

ms-dhoni-the-untold-story1

Advertisment

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଅଧାରିତ ବାୟୋପିକ୍‌ ‘ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’ ଆଜି ପର୍ଯ୍ୟନ୍ତ ୧୧୨ କୋଟି ଟଙ୍କା ଆୟ କରି ସାରିଲାଣି। ଏହି ବାୟୋପିକ୍‌ ଫିଲ୍ମ ସବୁଠାରୁ ଅଧିକ ଆୟ କରିଛି ବୋଲି ଫିଲ୍ମ ନିର୍ମାତା ଦାବି କରିଛନ୍ତି।

Advertisment

୩୦ ସେପ୍ଟେମ୍ବରରେ ରିଲିଜ ହୋଇଥିବା ଥିବା ଫିଲ୍ମ ଅକ୍ଟୋବର ୧୦ରେ ସର୍ବାଧିକ ୩.୪୦ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୨.୭୦ କୋଟି ଟଙ୍କା ଆୟ କରିଛି।

ଫୋକ ଷ୍ଟାର ଷ୍ଟୁଡିଓର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଜୟ ସିଂହ କହିଛନ୍ତି,“ଏହି ଫିଲ୍ମ ସବୁଠାରୁ  ଅଧିକ ଆୟ କରିଥିବା ବାୟୋପିକ୍‌ ଫିଲ୍ମ। ଲୋକମାନେ ଯେପରି ଫିଲ୍ମକୁ ଆପଣେଇଛନ୍ତି ଏଥିରୁ ଜଣାପଡୁଛି ଲୋକମାନେ ଧୋନିଙ୍କୁ କେତେ ଭଲ ପାଆନ୍ତି।”

Advertisment

ସେ ଆହୁରି କହିଛନ୍ତି,“ମୁଁ ଧୋନିଙ୍କ ଫ୍ୟାନ, କ୍ରିକେଟ ପ୍ରେମୀ ଓ ଏହି ଫିଲ୍ମକୁ ପସନ୍ଦ କରୁଥିବା ଲୋକଙ୍କୁ ଭେଟିଛି। ସେମାନଙ୍କର ଉତ୍ସାହକୁ ଦେଖି ମୁଁ ଖୁସି ଅନୁଭବ କରୁଛି।”

ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ସୁଶାନ୍ତ ରାଜପୁତ ଅଭିନୟ କରିଛନ୍ତି। ଭେଟେରାନ୍ ଅଭିନେତା ଅନୁପମ ଖେର ମହେନ୍ଦ୍ର ସିଂହ ଧୋନିଙ୍କ ବାପା ଭୂମିକାରେ ଅଭିନୟ କରିଥିବା ବେଳେ ମିଳିଥିଲା। କିୟାରା ଆଡୱାନୀ, ଦିଶା ପାଟାନୀ ଏବଂ ଭୂମିକା ଚାୱଲା ମଧ୍ୟ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe