Advertisment

"ତୁ ବୁଣି ହୋଇଗଲୁ ମୋ ବାଟ ସାରା, ମୁଁ ସାଉଁଟି ଚାଲୁଛି ତତେ"

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ତୁ ବୁଣି ହୋଇଗଲୁ ମୋ ବାଟ ସାରା ମୁଁ ସାଉଁଟି ଚାଲୁଚି ତତେ,  ତୁ ବୋଳି ହୋଇଗଲୁ ମୋ ହାତ ସାରା, ମୁଁ ମେହେନ୍ଦି କରିଛି ତତେ। ଏମିତି ତୁ ମହକି ଗଲୁ, ଏମିତି ତୁ ଚହକି ଗଲୁ, ଏମିତି ତୁ ଚମକ ଦେଲୁ ମୁଁ ଭଲ ପାଇଗଲିରେ ତତେ। ଏମିତି କିଛି ସୁନ୍ଦର ମୁଖଡାରୁ ଆରମ୍ଭ ହୋଇଛି ରେମାଣ୍ଚିକ୍‌ ଟ୍ରାକ୍‌ ‘ମୁଁ ଭଲ ପାଇ ଗଲିରେ ତତେ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା […]

anu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):

 ତୁ ବୁଣି ହୋଇଗଲୁ ମୋ ବାଟ ସାରା ମୁଁ ସାଉଁଟି ଚାଲୁଚି ତତେ,

 ତୁ ବୋଳି ହୋଇଗଲୁ ମୋ ହାତ ସାରା, ମୁଁ ମେହେନ୍ଦି କରିଛି ତତେ।

ଏମିତି ତୁ ମହକି ଗଲୁ, ଏମିତି ତୁ ଚହକି ଗଲୁ, ଏମିତି ତୁ ଚମକ ଦେଲୁ

ମୁଁ ଭଲ ପାଇଗଲିରେ ତତେ।

Advertisment

ଏମିତି କିଛି ସୁନ୍ଦର ମୁଖଡାରୁ ଆରମ୍ଭ ହୋଇଛି ରେମାଣ୍ଚିକ୍‌ ଟ୍ରାକ୍‌ ‘ମୁଁ ଭଲ ପାଇ ଗଲିରେ ତତେ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ର ଏହି ଗୀତଟି ଏବେ ଦର୍ଶକଙ୍କୁ କିମିଆ କରିଛି। ସବିଶେଷ ଏବଂ ଦିପ୍ତିରେଖାଙ୍କ ସ୍ୱରରେ ସୁନ୍ଦର ଭାବେ ସଜେଇ ହେଇଛି ଏହି ଗୀତ। ଏବଂ ଗୀତରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୈଧୁରୀ। ନିକଟରେ ଏହି ଗୀତର ଷ୍ଟୁଡିଓ ମେକିଂ ସରିଛି। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ ଏବଂ ଏହାକୁ କମ୍ପୋଜ୍‌ କରିଛନ୍ତି ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ପ୍ରେମାନନ୍ଦ।

ୟୁଟ୍ୟୁବରେ ଶେଆର ହେବା ପରେ ୨୪ଘଣ୍ଟା ମଧ୍ୟରେ ଗୀତଟିକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

ସୂଚନା ଅନୁଯାୟୀ, ତୁ ମୋ ଲଭ୍‌ ଷ୍ଟୋରୀ-୨ ଫିଲ୍ମ ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ର ସିକ୍ୱେଲ୍‌ ଫିଲ୍ମ। ଏଥିରେ ପ୍ରଥମ ଫିଲ୍ମ ପରି ସ୍ୱରାଜ ଏବଂ ଭୂମିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ସିଦ୍ଧାନ୍ତ ଏବଂ ଅନୁଙ୍କ ଯୋଜିଙ୍କୁ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ। ଫିଲ୍ମଟି ରଜରେ ରିଲିଜ୍‌ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe