Advertisment

୧୯ ବର୍ଷ ପରେ ଫେରୁଛି 'ଶକ୍ତିମାନ'

ପୁଣି ଫେରୁଛି ଲୋକପ୍ରିୟ ଟିଭି ଧାରାବାହିକ 'ଶକ୍ତିମାନ'। ଶୋ’ର ପୁନଃ ଆରମ୍ଭ ନେଇ ଘୋଷଣା କରିଛନ୍ତି ଶକ୍ତିମାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନା।

ଅଦ୍ୟତନ ହୋଇଛି
Return of Shaktimaan

Return of Shaktimaan

Advertisment

ଦର୍ଶକଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଘଟିବ ଅନ୍ତ। ପୁଣି ଫେରୁଛି ଲୋକପ୍ରିୟ ଟିଭି ଧାରାବାହିକ 'ଶକ୍ତିମାନ'। ୧୯୯୭ ମସିହାରୁ ଆରମ୍ଭ ହୋଇ ପ୍ରାୟ ୮ ବର୍ଷ ଧରି ପ୍ରସାରିତ ହୋଇଥିବା ଏହି ଧାରାବାହିକ ଦେଶର ଘରେ ଘରେ ପରିଚିତ। ଶକ୍ତିମାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନା ଏବେ ତାଙ୍କ ଶୋ’ର ପୁନଃ ଆରମ୍ଭ ନେଇ ଘୋଷଣା କରିଛନ୍ତି।

Advertisment

ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ପେଜରେ ଏକ ଟିଜର ଓ ପୋଷ୍ଟର ଶେୟାର କରି 'ଶକ୍ତିମାନ'ର ବହୁପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, 'ବର୍ତ୍ତମାନ ତାଙ୍କ ଫେରିବାର ସମୟ ଆସିଛି.. ଆମର ପ୍ରଥମ ଭାରତୀୟ ସୁପର ଶିକ୍ଷକ- ସୁପର ହିରୋ.. ଯେହେତୁ ଆଜିକାଲିର ପିଲାଙ୍କୁ ଅନ୍ଧକାର ଏବଂ ଆସୁରୀକ ଶକ୍ତି କବଳ କରିଛି, ତେଣୁ ତାଙ୍କୁ ପ୍ରତ୍ୟାବର୍ତ୍ତନର ସମୟ ଆସିଛି.. ସେ ଏକ ବାର୍ତ୍ତା ନେଇ ଫେରୁଛନ୍ତି.. ସେ ଆଜିର ପିଢ଼ି ପାଇଁ ଏକ ଶିକ୍ଷା ସହ ଫେରୁଛନ୍ତି.. ତାଙ୍କୁ ଦୁଇ ହାତରେ ସ୍ୱାଗତ କରନ୍ତୁ..।'

Advertisment

'ଶକ୍ତିମାନ'ର ରିଲିଜ ହୋଇଥିବା ଏହି ନୂଆ ଟିଜର ବିଷୟରେ କହିବାକୁ ଗଲେ ଏଥିରେ ମୁଖ୍ୟତଃ ପୁରୁଣା ଏପିସୋଡ ଗୁଡ଼ିକର ଝଲକ ଦେଖିବାକୁ ମିଳିଛି। ଶକ୍ତିମାନ ଘୂରି ଘୂରି ଗୋଟିଏ ସ୍କୁଲରେ ପହଞ୍ଚୁଛନ୍ତି। ଏଠାରେ ସେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଗାଉଛନ୍ତି। ଏହି ଟିଜର ରିଲିଜ ହେବା ମାତ୍ରେ ପ୍ରଶଂସକମାନେ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ଅନେକ ୟୁଜର୍ସ କମେଣ୍ଟ ଜରିଆରେ ନିଜ ଉତ୍ସାହ ପ୍ରକାଶ କରିଛନ୍ତି।

Shaktimaan Mukesh Khanna TV Serial Shaktimaan Shaktimaan Returns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe