Advertisment

ଏଥର ଅଜୟ-ଶାହାରୁଖଙ୍କ ଉପରେ ରାଗ ଶୁଝାଇଲେ ଶକ୍ତିମାନ

ମୁମ୍ବାଇ: ପୁଣି ସକ୍ରିୟ ହୋଇଛନ୍ତି ଶକ୍ତିମାନ ଓରଫ ଅଭିନେତା ମୁକେଶ ଖନ୍ନା। ସୋଶାଲ ମିଡିଆରେ ଉଠାଇଛନ୍ତି ସ୍ୱର। ଏଥର ସେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଶାହାରୁଖ ଖାନଙ୍କ ଉପରେ ରାଗ ସୁଝାଇଛନ୍ତି । ତେବେ କାହିଁକି ସେ ଏଭଳି କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ କପିଲ ଶର୍ମା ଶୋ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମୁକେଶ ଏବେ ଅଜୟ ଦେବଗନ ଓ ଶାହାରୁଖ ଖାନଙ୍କୁ ଟାର୍ଗେଟ କରିଛନ୍ତି। ବିଜ୍ଞାପନ ଜରିଆରେ […]

ଏଥର ଅଜୟ-ଶାହାରୁଖଙ୍କ ଉପରେ ରାଗ ଶୁଝାଇଲେ ଶକ୍ତିମାନ

mukesh-khanna

Advertisment

ମୁମ୍ବାଇ: ପୁଣି ସକ୍ରିୟ ହୋଇଛନ୍ତି ଶକ୍ତିମାନ ଓରଫ ଅଭିନେତା ମୁକେଶ ଖନ୍ନା। ସୋଶାଲ ମିଡିଆରେ ଉଠାଇଛନ୍ତି ସ୍ୱର। ଏଥର ସେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଶାହାରୁଖ ଖାନଙ୍କ ଉପରେ ରାଗ ସୁଝାଇଛନ୍ତି । ତେବେ କାହିଁକି ସେ ଏଭଳି କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ନିକଟରେ କପିଲ ଶର୍ମା ଶୋ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମୁକେଶ ଏବେ ଅଜୟ ଦେବଗନ ଓ ଶାହାରୁଖ ଖାନଙ୍କୁ ଟାର୍ଗେଟ କରିଛନ୍ତି। ବିଜ୍ଞାପନ ଜରିଆରେ ନିଶାଜାତ ଦ୍ରବ୍ୟର ପ୍ରଚାର ପ୍ରସାର ନେଇ ଅଭିନେତା ଅଜୟ ଦେବଗନଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଭର୍ତ୍ସନା କରିଛନ୍ତି ମହାଭାରତର ଏହି ଭୀଷ୍ମ।

ସେ ସୋଶାଲ ମିଡିଆରେ ଅଭିନେତା ଅଜୟ ଦେବଗନଙ୍କ ଏକ ଫଟୋ ଶେଆର କରି କହିଛନ୍ତି, ‘‘ନିଜେ କେବେ ଖାଇକି ଦେଖ। ଏ ସବୁ କ’ଣ ଚାଲିଛି? ଲୋକଙ୍କୁ ଭ୍ରମିତ କରିବାର ଏହା ହେଉଛି ସବୁଠାରୁ ବିପଦ ରାସ୍ତା । ହାନିକାରକ ବସ୍ତୁଗୁଡିକର ନାଟକୀୟ ଢ଼ଙ୍ଗରେ ଦୁଷ୍ପ୍ରଚାର ହେଉଛି । ଏହାକୁ କେହି ଅଟକାଉ ନାହାନ୍ତି । ନା ଖାଉଥିବା ବ୍ୟକ୍ତି, ନା ପ୍ରଚାରକ ଏବଂ ନା ସରକାର ବୋଲି ମୁକେଶ ପ୍ରଶ୍ନ କରିଛନ୍ତି।”

Advertisment


ପ୍ରକୃତରେ ମୁକେଶ ଅଜୟ ଦେବଗନ ଓ ଶାହାରୁଖଙ୍କ ତମାଖୁକୁ ନେଇ କରିଥିବା ଏକ ବିଜ୍ଞାପନକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଏକ ଭିଡିଓ ଶେଆର କରି ସେ କହିଛନ୍ତି, ଏ ହେଉଛି ବଡ ଲୋକଙ୍କ ଖରାପ ପସନ୍ଦ । ଆମ ଆଖ ପାଖରେ ଏଭଳି ଅନେକ ବସ୍ତୁ ରହିଛି ଯାହା ଆପ ଶରୀର ପାଇଁ ହାନୀକାରକ । କିନ୍ତୁ ଏହାପରେ ମଧ୍ୟ ସରକାର ଏହାକୁ ମଞ୍ଜୁରୀ ଦେଉଛନ୍ତି । ମୁଁ ସିଗାରେଟ, ମଦ, ଏବଂ ଗୁଟଖା ବିଷୟରେ କହୁଛି । ଏଭଳି ବିଜ୍ଞାପନ କରୁଥିବା ଅଭିନେତାଙ୍କୁ ସରକାରଙ୍କ ପ୍ରୋତ୍ସାହନ ମୋତେ ଚକିତ କରିଛି । ଏଭଳି ବଡ ବଡ ଅଭିନେତାମାନେ ନିଜ ମୁହଁ ଦେଖାଇ ନିଶାଦ୍ରବ୍ୟର ପ୍ରଚାର କରୁଛନ୍ତି ବୋଲି ମୁକେଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମୁକେଶ ଖନ୍ନା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ କପିଲ ଶୋ’ ଏକ ଲଜ୍ୟାଜନକ ଶୋ । ଏହାକୁ ନେଇ ସୋଶାଲ ମିଡିଆରେ ଜୋରଦାର ଚର୍ଚ୍ଚା ହେବା ସହ ବିବାଦ ବଢ଼ିଥିଲା ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe